29.1 C
Bhubaneswar
Friday, October 18, 2024
Homeଦେଶ ବିଦେଶମିଜୋରାମ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର; ସରକାରୀ ଚାକିରୀରେ ମହିଳାଙ୍କୁ ୩୩% ସଂରକ୍ଷଣ

ମିଜୋରାମ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର; ସରକାରୀ ଚାକିରୀରେ ମହିଳାଙ୍କୁ ୩୩% ସଂରକ୍ଷଣ

ଆଇଜଲ: ନଭେମ୍ବର ୭ରେ ମିଜୋରାମ ବିଧାନସଭାର ୪୦ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ଯଦି ବିଜେପି କ୍ଷମତାକୁ ଆସେ, ତାହାହେଲେ ସରକାରୀ ଚାକିରୀରେ ମହିଳାଙ୍କ ନିମନ୍ତେ ୩୩ ପ୍ରତିଶତ ପଦ ସଂରକ୍ଷଣ କରାଯିବ ବୋଲି ଇସ୍ତାହାରରେ ଉଲ୍ଲେଖ କରାଯାଇଛି । ୭୦ ପୃଷ୍ଠା ସମ୍ବଳିତ ଏହି ଇସ୍ତାହାରକୁ ‘ଭିଜନ ଡକୁମେଣ୍ଟ‘ ନାମରେ ନାମିତ କରାଯାଇଛି । ମିଜୋରାମରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ଥିବାରୁ ବିଜେପି ପକ୍ଷରୁ ସେମାନଙ୍କୁ ଟାର୍ଗେଟ କରାଯାଇଛି ।

୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ବ୍ୟତୀତ ରାଜ୍ୟରେ କୃଷି ଭିତ୍ତିଭୂମିକୁ ସୁଦୃଢ କରିବାକୁ ୧୦୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ସାଙ୍ଗକୁ ରାଜ୍ୟରେ ପ୍ରଥମ ଥର ମହିଳା ପୁଲିସ ବାଟାଲିୟନ ଗଠନ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି । କୁଇନ୍ ରୋପୁଇଲିଆନି ମହିଳା ସଶକ୍ତିକରଣ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଶିଶୁକନ୍ୟାକୁ ପର୍ଯ୍ୟାୟକ୍ରମେ ସର୍ବାଧିକ ୧.୫ ଲକ୍ଷ ଟଙ୍କାର ଆର୍ôଥକ ସହାୟତା ଯୋଗାଇ ଦିଆଯିବ ।

ସରକାରୀ ବିଦ୍ୟାଳୟଗୁଡିକର ଆଧୁନିକୀକରଣ ପାଇଁ ୨୫୦ କୋଟି, ନୂଆ ସରକାରୀ କଲେଜ ପାଇଁ ୩୫୦ କୋଟି, କ୍ରୀଡାବିତ୍‌ଙ୍କ ପାଇଁ ‘ମିଜୋରାମ ଅଲିମ୍ପିକ ମିଶନ’ ଯୋଜନା, ଆୟୁଷ୍ମାନ ଭାରତ ଯୋଜନା ରାଶି ୫ରୁ ୧୦ ଲକ୍ଷକୁ ବୃଦ୍ଧି, ପିଏମ୍ କିଷାନ ଯୋଜନା ରାଶି ୬ ହଜାରରୁ ୮ ହଜାର ଟଙ୍କାକୁ ବୃଦ୍ଧି ଭଳି ପ୍ରତିଶ୍ରୁତି ଦିଆଯାଇଛି । ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ସଡକ ପୁନଃନିର୍ମାଣ ପାଇଁ ୩୦୦୦ କୋଟି, ପର୍ଯ୍ୟଟନର ବିକାଶ ପାଇଁ ୨୫୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା ମଧ୍ୟ କରାଯିବ । ୨୦୧୮ରେ ବିଜେପି ୩୯ ଆସନରେ ପ୍ରାର୍ଥୀ ଛିଡା କରିଥିବାବେଳେ କେବଳ ଗୋଟିଏ ଆସନ ହାତେଇବାରେ ସକ୍ଷମ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking