ଭୁବନେଶ୍ୱର : ସଂକଳ୍ପପତ୍ର ପାଇଁ ୧ କୋଟି ଜନମତ ସଂଗ୍ରହ କରିବ ବିଜେପି । ଲୋକଙ୍କ ପାକକୁ ଯାଇ ଜନମତ ସଂଗ୍ରହ କରିବ ବିଜେପି । ଏହାକୁ ଶୁଭାରମ୍ଭ କଲେ ରାଜ୍ୟ ସଭାପତି ମନମୋହନ ସାମଲ । ଲୋକଙ୍କ ମତାମତ ନେବାକୁ ପ୍ରତି ନିର୍ବାଚନମଣ୍ଡଳୀରେ ୨ ଟି ଗାଡି ବୁଲିବ ବୋଲି ଶ୍ରୀ ସାମଲ କହିଛନ୍ତି । ଏହା ଛଡା ନମୋ ଆପ୍ ଜରିଆରେ ବି ପରାମର୍ଶ ଦେଇ ପାରିବେ ଲୋକମାନେ ବୋଲି କହିଛନ୍ତି । ଏଥିସହିତ ୯୦୯୦୯୦୨୦୨୪ ନମ୍ବର ଜରିଆରେ କଲ୍ କରି ଭଏସ୍ ମେସେଜ୍ ଜରିଆରେ ଲୋକମାନେ ନିଜନିଜର ମତାମତ ମଧ୍ୟ ଦେଇ ପାରିବେ ବୋଲି ଶ୍ରୀ ସାମଲ କହିଛନ୍ତି । ୨୦୧୯ ରେ ଦେଇଥିବା ୨୩୫ ଟି ପ୍ରତିଶ୍ରୁତିରୁ ୨୨୨ ଟି ପୂରଣ କରିଛି କେନ୍ଦ୍ର ।