19.1 C
Bhubaneswar
Friday, November 22, 2024
Homeଓଡିଶାନଦୀ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ‘ବିଜେପି ନଦୀ ସୁରକ୍ଷା ସମିତି’ର ଦାବିପତ୍ର

ନଦୀ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ‘ବିଜେପି ନଦୀ ସୁରକ୍ଷା ସମିତି’ର ଦାବିପତ୍ର

ନଦୀ ଜଳ ଓ ବାଲିକୁ ହରଲୁଟ୍ କରୁଛି ରାଜ୍ୟ ସରକାର : ମହେଶ୍ୱର ସାହୁ
 ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନଦୀଜଳ ପରିଚାଳନା ପାଇଁ ନଦୀଗୁଡ଼ିକ ଶୁଷ୍କ ହୋଇପଡ଼ିଛି
 ବେଆଇନ ବାଲି ଖନନ ଦ୍ୱାରା ଗୋଚର ଭୂମି ନଷ୍ଟ ହେବା ଦ୍ୱାରା ଗୋ ଓ ପଶୁପାଳନ ଜୀବିକା କରୁଥିବା ଲୋକେ ଜୀବିକା ହରାଉଛନ୍ତି
 ବାଲିମାଫିଆଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଅନେକ ଐତିହ୍ୟ କିର୍ତିରାଜ ଭାଙ୍ଗିରୁଜି ନଷ୍ଟ ହୋଇଯାଉଛି
 ରାଜ୍ୟ ସରକାର ନଦୀ ଜଳ ସୁରକ୍ଷା ଓ ସଂରକ୍ଷଣ ପ୍ରତି ଅବହେଳା କଲେ ଆଗାମୀ ଦିନରେ ଜଳସଂକଟ ଘନୀଭୁତ ହେବାର ଆଶଙ୍କା ସୃଷ୍ଟି ହୋଇଛି
 ରାଜ୍ୟ ସରକାର ନଦୀ ଜଳ ପ୍ରତି ଅବହେଳା କଲେ ବିଜେପି ନଦୀ ସୁରକ୍ଷା ସମିିତି ରାଜ୍ୟବ୍ୟାପି ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରିବ
ଭୁବନେଶ୍ୱର : ଜଳ ହିଁ ଜୀବନ । ଜଳ ବିନା ଜୀବଜଗତ ବଂଚିବା ଅସମ୍ଭବ । ଓଡିଶାରେ ପ୍ରାୟ ୪.୫କୋଟିରୁ ଅଧିକ ଲୋକଙ୍କ ଜୀବନଧାରଣ ନଦୀଗୁଡ଼ିକ ଉପରେ ନିର୍ଭର । ଓଡ଼ିଶାରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟା, ଇନ୍ଦ୍ରାବତୀ, ନାଗାବଳୀ ଓ ତେଲ ଭଳି ବଡ଼ ବଡ଼ ନଦୀ ସହ ଶାଖା ନଦୀ ଏବଂ ଉପନଦୀ ପ୍ରବାହିତ । କିନ୍ତୁ ରାଜ୍ୟ ସରକାରଙ୍କ ବେପରୁଆ ମନୋଭାବ ଯୋଗୁଁ ରାଜ୍ୟରେ ଜଳ ସଂକଟ ଦେଖାଦେବା ସହ ଲୋକେ ଦୂଷିତ ପାଣି ବ୍ୟବହାର କରୁଛନ୍ତି ଓ ପିଉଥିବାରୁ ନାହିଁ ନଥିବା ରୋଗର ଶିକାର ହେଉଛନ୍ତି । ଅନ୍ୟ ପଟେ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନଦୀଜଳ ପରିଚାଳନା ପାଇଁ ନଦୀଗୁଡ଼ିକ ଶୁଷ୍କ ହୋଇପଡ଼ିଛି । କଳକାରଖାନା ଓ ଶିଳ୍ପ ପାଇଁ ଯେତିକି ପାଣି ଆବଶ୍ୟକ ତା’ଠୁ ଅଧିକ ବ୍ୟବହାର କରି ଦୂଷିତ ପାଣି ନଦୀକୁ ଛଡାଯାଉଛି । ଯଶ୍ୱସୀ ମୋଦୀ ସରକାର ଓଡ଼ିଶାରେ ସ୍ୱଚ୍ଛ ପାନୀୟ ଜଳ ପାଇଁ ବିଭିନ୍ନ ଯୋଜନା ଜରିଆରେ ପ୍ରଚୁର ମାତ୍ରାରେ ଆର୍ଥିକ ଅନୁଦାନ ପ୍ରଦାନ କରୁଥିବାବେଳେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ତାହା କାର୍ଯ୍ୟକାରୀ ହୋଇନପାରି ପୁଣି କେନ୍ଦ୍ରକୁ ଫେରିଯାଉଛି । ମାଫିଆମାନଙ୍କ ଜରିଆରେ ରାଜ୍ୟ ସରକାର ନଦୀ ଜଳ ଓ ବାଲିକୁ ବ୍ୟାପକ ଭାବେ ହରିଲୁଟ କରୁଛନ୍ତି । ଆଜି ବିଜେପି ନଦୀ ସୁରକ୍ଷା ସମିତି (ନମାମୀ ଗଙ୍ଗେ) ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ରାଜ୍ୟରେ ପ୍ରବାହିତ ନଦୀଗୁଡିକର ସୁରକ୍ଷା ଲାଗି ନିବେଦନ କରିଛନ୍ତି ।
ନଦୀର ଜୀବନ କୁହାଯାଉଥିବା ‘ବାଲି’ର କୁପରିଚାଳନା ଯୋଗୁଁ ନଦୀଗୁଡିକ ଶୁଖି ଯାଉଛି । ‘ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ’ ନିର୍ଦ୍ଦେଶାବଳୀକୁ ଉଲ୍ଲଘଂନ କରାଯାଇ ବାଲି ପରିବହନକାରୀମାନଙ୍କୁ ଲାଇସେନ୍ସ ଦେଉଛନ୍ତି ରାଜ୍ୟ ସରକାର । ଶାସକ ଦଳର ନେତା ଓ ବିଧାୟକମାନଙ୍କ ଚାପ ଯୋଗୁଁ ଆଇଆଇ, ତହସିଲଦାରମାନେ ବାଲି ମାଫିଆଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛନ୍ତି । ଏହାଦ୍ୱାରା ଓଡ଼ିଶା ବାର୍ଷିକ ଆନୁମାନିକ ୧୪ହଜାର କୋଟି ଟଙ୍କା ରାଜ୍ୟସ୍ୱ ହରାଉଛି । ବିଜୁ ଜନତା ଦଳର ନେତା ଓ ମନ୍ତ୍ରୀମାନଙ୍କ ଛତ୍ରଛାୟା ତଳେ ସ୍ଥାନୀୟ ପୋଲିସ ବାଲି ମାଫିଆମାନଙ୍କ ଗୁଣ୍ଡା ସାଜି ନିରୀହ ଜନସାଧାରଣଙ୍କୁ ଅତ୍ୟାଚାର କରୁଛନ୍ତି । ବଡ଼ ବଡ଼ ମେସିନରେ ବାଲି ଖୋଳା ଯାଇ ନଦୀପଠାଗୁଡ଼ିକୁ ଦୁର୍ବଳ କରାଯାଉଛି । ବିଜେଡି ନେତା ଓ ମନ୍ତ୍ରୀଙ୍କ ଇଙ୍ଗିତରେ ମାଫିଆମାନେ ବାଲି ଉଠାଇ ନଦୀପଠାକୁ ପୋତି ଦେବା ସହ ନଦୀରୁ ବାଲି ଉଠିବାରୁ ପୋଲ ଦୁର୍ବଳ ହେଉଛି । ସାଧାରଣ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ସ୍ଥାନରେ ବାଲି ଉଠାଯାଉଛି କିନ୍ତୁ ବିଜୁ ଜନତା ଦଳର କର୍ମଚାରୀଭାବେ କାର୍ଯ୍ୟ କରୁଥିବା ପ୍ରଶାସନିକ ଅଧିକାରୀମାନେ ସବୁ ଦେଖି ବି ଚୁପ୍ ରହିଛନ୍ତି । ବାଲିମାଫିଆଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଅନେକ ଐତିହ୍ୟ କିର୍ତିରାଜ ଭାଙ୍ଗିରୁଜି ନଷ୍ଟ ହୋଇଯାଉଛି ବୋଲି ଶ୍ରୀ ସାହୁ କହିଛନ୍ତି ।
ରାଜଧାନୀ ଭୁବନେଶ୍ୱର ଓ ୧୦୦ବର୍ଷର ସହର କଟକର ଜୀବନରେଖା କୁହାଯାଉଥିବା କୁଆଖାଇ, ଦୟାନଦୀ, କାଠଯୋଡି ଓ ମହାନଦୀରେ ବର୍ଜ୍ୟବସ୍ତୁ ଓ ଶବ ନିକ୍ଷେପ କରାଯାଉଛି । ବ୍ରାହ୍ମଣୀ ନଦୀଜଳକୁ କଟକ, ଯାଜପୁର, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଆଦି ଜିଲ୍ଲାମାନଙ୍କ କଥା ନକହିବା ଭଲ । କିନ୍ତୁ ଦୁର୍ନୀତିଖୋର ରାଜ୍ୟ ସରକାର ନଦୀ ଜଳ ସୁରକ୍ଷାରେ ସମ୍ପୂର୍ଣ୍ଣ ଅପାରଗ ସାବ୍ୟସ୍ତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ରାଜ୍ୟରେ ଲୋକେ ନଦୀରେ ଗାଧୋଇ ପାରୁନାହାନ୍ତି କି ବ୍ୟବହାର କରିପାରୁ ନାହାନ୍ତି କାରଣ ଗାଧୋଇଲେ ଚର୍ମରୋଗ ସୃଷ୍ଟି ହେଉଛି । ରାଜ୍ୟ ସରକାର ଯଥାଶୀଘ୍ର ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଶ୍ରୀ ସାହୁ ଦାବି କରିଛନ୍ତି ।
ପାହାଡିଆ ଅଂଚଳ କେନ୍ଦୁଝର ଓ ସୁନ୍ଦରଗଡ଼ରେ ଦିନକୁ ଦିନ ଜଳ ସଂକଟ ଦେଖାଦେଉଛି । ଏହି ଜିଲ୍ଲା ସମସ୍ତ ନଦୀଗୁଡ଼ିକ ଶୁଖି ଯିବା ସହ ଭୂତଳ ଜଳ କମିଯାଉଛି ଏନେଇ ରାଜ୍ୟ ସରକାର ଧ୍ୟାନ ଦେଉନଥିବା ଦାବି କରାଯାଇଛି । ମୁଷ୍ଟିମେୟ ବିଜେଡି ସରକାର ୨୨ବର୍ଷ ଶାସନରେ ରହି ଶିକ୍ଷା, ଜଳ, ସ୍ୱାସ୍ଥ୍ୟର କୌଣସି ସୁବିଧା କରିନାହାନ୍ତି । ରାଜ୍ୟ ସରକାର ଏହି ସମସ୍ୟାର ଯଥାଶୀଘ୍ର ସମାଧାନ କରିବା ସହ ଜଳ ସଂରକ୍ଷଣ, କେନାଲ ଖୋଳି ଚାଷୀ ଓ ସାଧାରଣ ଲୋକେ ଉପକୃତ ପାଇଁ ଚିନ୍ତା କରନ୍ତୁ ବୋଲି ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି ।
ବେଆଇନ ବାଲି ଖନନ ଦ୍ୱାରା ଗୋଚର ଭୂମି ନଷ୍ଟ ହେବା ଦ୍ୱାରା ଗୋ ଓ ପଶୁପାଳନ ଜୀବିକା କରୁଥିବା ଲୋକେ ଜୀବିକା ହରାଉଛନ୍ତି । ଏନେଇ ଭାରତୀୟ ଜନତା ପାର୍ଟି ରାଜ୍ୟ ସରକାରଙ୍କ ବେପରୁଆ ମନୋଭାବକୁ ଦେଖି ଓ ରାଜ୍ୟରେ ଜଳ ଅଭାବ ଦେଖି ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେବା ସହ ଏହାର ପଦକ୍ଷେପ ଲାଗି ନିବେଦନ କରିଛନ୍ତି । ରାଜ୍ୟ ସରକାର ନଦୀ ଜଳ ସୁରକ୍ଷା ଓ ସଂରକ୍ଷଣ ପ୍ରତି ଅବହେଳା କଲେ ଆଗାମୀ ଦିନରେ ଜଳସଂକଟ ଘନୀଭୁତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟ ସରକାର ବିହୀତ ପଦକ୍ଷେପ ଗ୍ରହଣ ନକଲେ ‘ବିଜେପି ନଦୀ ସୁରକ୍ଷା ସମିିତି’ ରାଜ୍ୟବ୍ୟାପି ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛନ୍ତି ।
ଏହି ଅବସରରେ ଡ. ରବି ନାରାୟଣ ବେହେରା, ଅଶୋକ କୁମାର ରଥ, ଶୁଭ୍ରାଶୁଂ ମୋହନ ପାଢ଼ୀ, ଯୁଧିଷ୍ଠିର ମହାରଣା, ଅଶ୍ରୁମୋଚନ ମହାନ୍ତି, ଦୁର୍ଯ୍ୟୋଧନ ଲେଙ୍କା, ଅଜୟ କୁମାର ସାମନ୍ତରାୟ, ନିର୍ମଳ କୁମାର ବେହେରା, ନନ୍ଦିନୀ ଶତପଥୀ, ପୂର୍ଣ୍ଣିମା ଦାସ, ବିକ୍ରମ କେଶରୀ ରାଉତରାୟ, ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking