18.1 C
Bhubaneswar
Tuesday, November 26, 2024
Homeଓଡିଶାସତ କହୁଛି କିଏ? ଗୃହ ରାଷ୍ଟ୍ରମନ୍ତ୍ରୀ ନା ଏସଆଇଟି ମୁଖ୍ୟ : ପ୍ରଦୀପ୍ତ...

ସତ କହୁଛି କିଏ? ଗୃହ ରାଷ୍ଟ୍ରମନ୍ତ୍ରୀ ନା ଏସଆଇଟି ମୁଖ୍ୟ : ପ୍ରଦୀପ୍ତ ନାଏକ

 

 ପରୀ ଘଟଣାକୁ ଚପାଇ ଦେବା ପାଇଁ ତଦନ୍ତ ଆଳରେ ଏସଆଇଟି ଯଦୁପୁରରେ କେବଳ ଡ୍ରାମା କରୁଛି
 ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ଏବଂ ତାଙ୍କୁ ସୁରକ୍ଷା ଦେଉଥିବା ଶାସକ ଦଳ ମବୀ ଅରୁଣ ସାହୁଙ୍କ ପାଇଁ ସୁରକ୍ଷା କବଚ ସାଜିଛନ୍ତି
ଅରୁଣ ବ୍ରୋଥା
 ରାଜ୍ୟସରକାର ଦୋଷୀକୁ ଦଣ୍ଡ ଦେବା ଅପେକ୍ଷା ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେବା କାର୍ଯ୍ୟରେ ଲାଗିଛନ୍ତି
 ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବା ସହ ମବୀ ଅରୁଣ ସାହୁଙ୍କୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ
 ଏନସିଆରବି ରିପୋର୍ଟ ଅନୁଯାୟୀ ପ୍ରତିଦିନ ୨ଘଂଟାରେ ଓଡିଶାରେ ନିଖୋଜ ହେଉଛନ୍ତି
 ପ୍ରତିଟି ଶିଶୁକୁ ଉଦ୍ଧାର କରିବା ପାଇଁ ରାଜ୍ୟସରକାର କ’ଣ ଏସଆଇଟି ଗଠନ କରିବେ କି ?
 “ପରୀକୁ ନ୍ୟାୟ ପାଇଁ ପଦଯାତ୍ରା” ଆଜି ଜାଂଳାରୁ ବାହାରି ସାରୁଅ ପର୍ଯ୍ୟନ୍ତ ଯାଇଛି
ଭୁବନେଶ୍ୱର : ପରୀ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟବ୍ୟାପୀ ଜନଆନ୍ଦୋଳନ ହେଉଥିବା ସମୟରେ ପରୀର ବାପା ମା’
ହତ୍ୟାକାରୀ ବାବୁଲି ନାଏକ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ କହୁଥିବା ସମୟରେ ଏସଆଇଟି ଜଣେ ନାବାଳକକୁ ଗିରଫ କରିଛି । ପରୀ ହତ୍ୟାକାଣ୍ଡ
ସଂପର୍କରେ ବିଧାନସଭାରେ ବିରୋଧୀ ଦଳ ପଚାରିବାରୁ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହାକୁ ହତ୍ୟା ବୋଲି ସ୍ୱୀକାର କରିଥିଲେ । ପରୀର ମୃତ
ଶରୀରରୁ ଦୁଷ୍କର୍ମ ହୋଇଛି ବୋଲି କୌଣସି ପ୍ରମାଣ ମିଳିପାରିବ ନାହିଁ ବୋଲି ପବିତ୍ର ଗୃହରେ ଗୃହରାଷ୍ଟ୍ରମନ୍ତ୍ରୀ ଲିଖିତ ଉତର ରଖିଥିଲେ ।
ଅନ୍ୟପଟେ କୋର୍ଟ ମନିଟରିଂ କରୁନଥିବା ବେଂ ପୋଲିସ କ୍ଷମିତା ନଥିବା ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ପରୀର ଦୁଷ୍କର୍ମ ହୋଇଛି ବୋଲି
କହିଛନ୍ତି । ତେବେ ଗୃହ ରାଷ୍ଟ୍ରମନ୍ତ୍ରୀ କି ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥାଙ୍କ ମଧ୍ୟରୁ କିଏ ସତ କହୁଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ
ନାଏକ ପ୍ରଶ୍ନ କରିଛନ୍ତି ।
ନୟାଗଡ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷୀୟ ଝିଅ ପରୀକୁ ରାଜ୍ୟସରକାର ନ୍ୟାୟ ଦେବାକୁ ଚାହୁଁନାହାଁନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ନିରୀହ
ନାବାଳିକା ଠୁ ତାଙ୍କ ଦଳର ମନ୍ତ୍ରୀ ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ । ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟସରକାର କିଛି ବି ପନ୍ଥା ଆପଣାଇ
ପାରନ୍ତି । ରାଜ୍ୟସରକାର ଦୋଷୀକୁ ଦଣ୍ଡ ଦେବା ଅପେକ୍ଷା ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେବା କାର୍ଯ୍ୟରେ ଲାଗିଛନ୍ତି । ବିଭିନ୍ନ ତଦନ୍ତର ଆଳ ଦେଖାଇ
ନିର୍ଦ୍ଦୋଷକୁ ଦୋଷୀ କରାଇବାରେ ମାହିର ଏସଆଇଟି ଟିମ୍ ପରୀ ହତ୍ୟାକାଣ୍ଡରେ ଜଣେ ନିରୀହ ଅନୁସୂଚିତ ଜାତିର ନାବାଳକକୁ ଦୋଷୀ ସଜାଇ
ଗିରଫ କରିଛି । ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ବିଜେଡିର ହାତବାରେସି ସାଜି ଲିପାପୋତା କରି ପରୀ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ
ବାବୁଲି ନାଏକ ଏବଂ ତାଙ୍କୁ ସୁରକ୍ଷା ଦେଉଥିବା ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ପାଇଁ ସୁରକ୍ଷା କବଚ ସାଜିଛନ୍ତି ବୋଲି ଶ୍ରୀ ନାଏକ ଅଭିଯୋଗ
କରିଛନ୍ତି ।
ଶାସକ ଦଳର ପ୍ରଭାବ ପୋଲିସର ନିଷ୍କ୍ରିୟତା ପାଇଁ ନୟାଗଡ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷୀୟ ଝିଅ ‘ପରୀ’ର ହୃଦୟ ବିଦାରକ ହତ୍ୟା
ଘଟଣା ୫ ମାସ ବିତିଯାଇଥିଲେ ସୁଦ୍ଧା କୌଣସି ଅପରାଧିଙ୍କ ଟେର୍ ମିଳିଲା ନାହିଁ । ବିଧାନସଭା ଭିତରେ ଓ ବାହାରେ ପରୀ ସମେତ ରାଜ୍ୟର
ନିଖୋଜ ୫୫୦୦ରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ଖୋଜି ଉଦ୍ଧାର କରିବା ଓ କୋଳଶୂନ୍ୟ ହୋଇଥିବା ମା’ ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଜେପି ପ୍ରଥମରୁ ଦାବି
କରିଆସୁଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ବିଜେପି ରାଜ୍ୟପାଳଙ୍କ ପାଖରେ ମଧ୍ୟ ଫେରାଦ ହେଲା । ରାଜ୍ୟସରକାର ଭୟଭୀତ ହୋଇ
ବିଧାନସଭା ଗୃହକାର୍ଯ୍ୟକୁ ବନ୍ଦ କରିଦେଲେ । ରାଜ୍ୟସରକାର ଚଂଚକତା କରି ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଏସଆଇଟି ତଦନ୍ତର
ଘୋଷଣା କଲେ । କିନ୍ତୁ ଗଠିତ ଏସଆଇଟିର ବୈଧତାକୁ ନେଇ ପ୍ରଶ୍ନ ଉଠିଛି । ଏସଆଇଟି ମୁଖ୍ୟ ଟଙ୍କା ଲାଂଚ ଯାଚି ତଦନ୍ତକୁ ପ୍ରଭାବିତ କରିବା
ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ପାଇଛି । ପରୀ ଘଟଣାକୁ ଚପାଇ ଦେବା ପାଇଁ ତଦନ୍ତ ଆଳରେ ଏସଆଇଟି ଯଦୁପୁରରେ କେବଳ ଡ୍ରାମା କରୁଛି
ବୋଲି ଶ୍ରୀ ନାଏକ ଅଭିଯୋଗ କରିଛନ୍ତି ।

 

ପରୀ ଘଟଣାର ତଦନ୍ତ ପ୍ରକ୍ରିୟାକୁ ନେଇ ଏନସିପିସିଆର ପ୍ରଶ୍ନ ଉଠାଇଛି । ଏନସିଆରବି ରିପୋର୍ଟ ଅନୁଯାୟୀ ପ୍ରତିଦିନ ୨ଘଂଟାରେ
ଓଡିଶାରେ ନିଖୋଜ ହେଉଛନ୍ତି । ପ୍ରତିଟି ଶିଶୁକୁ ଉଦ୍ଧାର କରିବା ପାଇଁ ରାଜ୍ୟସରକାର କ’ଣ ଏସଆଇଟି ଗଠନ କରିବେ କି ? ଯଦି ଏସଆଇଟି
ନିଖୋଜ ଶିଶୁଙ୍କୁ ଖୋଜିବାର କାମ କରିବ ତେବେ ଓଡିଶାର ପୋଲିସ କ’ଣ କରୁଛି? ଲିପାପୋତା କାମ ଛାଡି ‘ପରୀ’ ହତ୍ୟାକାଣ୍ଡର ତଦନ୍ତ ଭାର
ସିବିଆଇକୁ ହସ୍ତାନ୍ତର କରିବା ସହ ଅଭିଯୁକ୍ତଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ରାଜ୍ୟ ମବୀମଣ୍ଡଳର ପ୍ରଭାବଶାଳୀ ମବୀ ଅରୁଣ ସାହୁଙ୍କୁ ତୁରନ୍ତ ବହିଷ୍କାର
ପାଇଁ ଶ୍ରୀ ନାଏକ ଦାବି କରିଛନ୍ତି ।
ରାଜ୍ୟରେ କେବଳ ଜଣେ ପରୀ ନୁହେଁ ଏହି ପଦଯାତ୍ରା ୫୫୦୦ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ବାହାରିଛି । ପରୀ ହତ୍ୟାକାଣ୍ଡର
ସିବିଆଇ ତଦନ୍ତ କରିବା ସହ ମବୀ ଅରୁଣ ସାହୁଙ୍କୁ ବହିଷ୍କାର କରନ୍ତୁ ମୁଖ୍ୟମବୀ । ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁମାନଙ୍କୁ ନ୍ୟାୟ
ନମିଳିବା ଯାଏଁ ଏହି ଲଢେଇ ଜାରି ରହିବ ବୋଲି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଚେତାବନୀ ଦେଇଛନ୍ତି ।
ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ଲାଗି ଆରମ୍ଭ ହୋଇଥିବା ଞ୍ଛପରୀକୁ ନ୍ୟାୟ ପାଇଁ ପଦଯାତ୍ରା‛ ଦ୍ୱିତୀୟ
ଦିନରେ ପହଂଚିଛି । ରବିବାର ଦିନ ପ୍ରଭୃ ଲିଙ୍ଗରାଜଙ୍କ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଆଜି ଜାଂଳାରୁ ବାହାରି ସାରୁଅ
ପର୍ଯ୍ୟନ୍ତ ଯାଇଛି । ଆସନ୍ତାକାଲି ୨୨ ତାରିଖରେ ସାରୁଅ ରୁ ବୋଲଗଡ (ପିଚୁକୁଳି), ୨୩ ତାରିଖରେ ବୋଲଗଡ (ପିଚୁକୁଳି)ରୁ ଇଟାମାଟି ଏବଂ
୨୪ ତାରିଖରେ ଇଟାମାଟିରୁ ନୟାଗଡ ହୋଇ ଯଦୁପୁରଠାରେ ଯାତ୍ରା ସମାପ୍ତ ହେବ ।
ଦ୍ୱିତୀୟ ଦିନ ପଦଯାତ୍ରାରେ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁପ୍ରସାଦ ତରାଇ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ
ମୁଖପାତ୍ର ସୁଦୀପ୍ତ ରାୟ, ଡ.ଯତୀନ ମହାନ୍ତି, ଠାକୁର ରଣଜିତ୍ ଦାସ, ସୋନାଲି ସାହୁ, ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ, ଭୁବନେଶ୍ୱର
ଜିଲ୍ଲା ସଭାପତି ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ମହାପାତ୍ର, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ
ପ…ନାୟକ, ଅଶୋକ ମିଶ୍ର, ବିଶ୍ୱରଂଜନ ବଡଜେନା, କାଳୁ ଖଣ୍ଡାୟତରାୟଙ୍କ ସମେତ ହଜାର ହଜାର କାର୍ଯ୍ୟକର୍ତା ସାମିଲ ହୋଇଥିଲେ । ଏହି
ପଦଯାତ୍ରା ଅବସରରେ ପଦଯାତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତାଙ୍କ ସମେତ ସଚେତନ ନାଗରିକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ,
ଛାତ୍ରନେତା ତଥା ସମାଜର ବିଭିନ୍ନ କ୍ଷେତ୍ରର ନେତୃତ୍ୱ ମାନେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking