28.1 C
Bhubaneswar
Saturday, September 28, 2024
Homeଓଡିଶାବିଜେଡି ଶାସନରେ ଘସିପୁରା ବିଧାନସଭା ଅପରାଧପ୍ରବଣ ହୋଇଛି: ଦୀଲିପ ମଲ୍ଲିକ

ବିଜେଡି ଶାସନରେ ଘସିପୁରା ବିଧାନସଭା ଅପରାଧପ୍ରବଣ ହୋଇଛି: ଦୀଲିପ ମଲ୍ଲିକ

 ବିଜେଡି ବିଧାୟକ ବଦ୍ରି ପାତ୍ର ଧୃତରାଷ୍ଟ୍ର ସାଜିଥିବା ବେଳେ ତାଙ୍କ ଦାୟାଦ ଦୁର୍ଯ୍ୟୋଧନ ଶାସନ ଚଳାଇଛନ୍ତି

 ଦେବାଶିଷ ପାତ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ମୋବାଇଲ ଯାଂଚ କରାଯାଉ

ଭୁବନେଶ୍ୱର : ଓଡିଶାର ମୁଖ୍ୟମନ୍ତ୍ରୀ ସର୍ବଦା ମହିଳାଙ୍କ ସମ୍ମାନ ଓ ବିକାଶର କଥା କହି ଡିଣ୍ଡିମ ପିଟୁଛନ୍ତି । ଅନ୍ୟପକ୍ଷେରେ ରାଜ୍ୟରେ ମହିଳା ଦୁଷ୍କର୍ମ ଓ ହତ୍ୟା ବୃଦ୍ଧି ପାଇଛି । ଗତ ମାର୍ଚ୍ଚ ୨୨ତାରିଖରେ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ଶାଳଦେଇ ଠାରେ ବିଧାୟକଙ୍କ ସମର୍ଥକମାନେ ବାଲିଘାଟକୁ ବିରୋଧ କରୁଥିବା ଗ୍ରାମବାସୀ ଓ ମହିଳାଙ୍କୁ ଆକ୍ରମଣ କରିଥିଲେ । ସେହିଦିନ ମଲ୍ଲି ଜେନା ନାମକ ଜଣେ ମହିଳାଙ୍କୁ ନିର୍ମମଭାବେ ବିଜେଡିର କର୍ମୀମାନେ ହାଣି ଦେଇଥିଲେ । ଏଫଆଇଆର ପରେ ପୋଲିସ ହାତବାନ୍ଧି ବସିଥିଲା । ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମାର୍ଚ୍ଚ ୨୮ତାରିଖରେ ମଲ୍ଲି ଜେନା ମୃତ୍ୟୁବରଣ କରିଥିଲେ । ଏଭଳି ସଙ୍ଗୀନ ଅପରାଧ ସତ୍ୱେ ପୋଲିସ ଆଇଆଇସି ୩୦୨ ନଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଓ ଆଇନ ବିରୋଧୀ । ମହିଳାଙ୍କ ମୃତ୍ୟୁ ପରଦିନ (୨୯ତାରିଖ)ରେ ସ୍ଥାନୀୟ ନେତା ପୃଥ୍ୱୀରାଜ କହଁରଙ୍କ ନେତୃତ୍ୱରେ ଜିଲ୍ଲା ଏସ୍‌ପିକୁ ଭେଟିଥିଲା ବିଜେପି ଟିମ୍ । ଏସ୍‌ପିଙ୍କୁ ଅଭିଯୋଗ ପରେ ଗତ ୧ଏପ୍ରିଲରେ ଥାନା ଅଧିକାରୀ ୩୦୨ ଦଫା ଲଗାଇଲେ ବୋଲି ଗଣମାଧ୍ୟମ ମୁଖ ଦୀଲିପ ମଲ୍ଲିକ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ମଲ୍ଳିକ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲା ଘସିପୁରା ନର୍ବାଚନ ମଣ୍ଡଳୀରେ ୩୫ ରୁ ୪୦ପ୍ରତିଶତ ଆଦିବାସୀ କୃଷି ଉପରେ ନିର୍ଭର କରି ବସବାସ କରନ୍ତି । ଏହି ନିର୍ବାଚନ ମଣ୍ଡଳୀ ପୂର୍ବରୁ ଶାନ୍ତ ଥିଲା କିନ୍ତୁ ବିଜୁ ଜନତା ଦଳ ଶାସନରେ ଅପରାଧପ୍ରବଣ ପାଲଟିଛି । ବିଜେଡିର ବିଧାୟକ ବଦ୍ରି ପାତ୍ର ଧୃତରାଷ୍ଟ୍ର ସାଜିଥିବା ବେଳେ ତାଙ୍କ ଦାୟାଦ ଦୁର୍ଯ୍ୟେଧାନ ଶାସନ ଚଳାଇଛନ୍ତି । ଏନେଇ ଘସିପୁରା ନିର୍ବାଚନ ମଣ୍ଡଳୀର ଜନସାଧାରଣ ତ୍ରାହି ତ୍ରାହି ଡାକୁଛନ୍ତି । ଏହି ଅଂଚଳରେ କିଏ ଯଦି ଅନ୍ୟାୟ, ପିସି କାରବାର, ବେଆଇନ ବାଲି ଚାଲାଣ, ରାସ୍ତା ଘାଟ ନିର୍ମାଣକୁ ନେଇ ସ୍ୱର ଉଠାଇ ପ୍ରତିବାଦ କଲେ ତାକୁ ମୁଣ୍ଡ ଦେବାକୁ ପଡୁଛି । ଘସିପୁରାରେ ଗତ ୨୦ବର୍ଷରେ ୧୦ରୁ ଊର୍ଦ୍ଧ୍ୱ ରାଜନୈତିକ ହତ୍ୟା ଘଟିଛି ।
ଶାଳଦେଇଠାରେ ବେଆଇନ ବାଲି ଉଠାଣକୁ ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ୱେ କିଛି ଫଳ ମିଳିନଥିଲା । ସ୍ଥାନୀୟ ବିଧାୟକଙ୍କ ଇଙ୍ଗିତରେ ପ୍ରଶାସନ ପ୍ରତିକାର ପରିବର୍ତେ ବାଲି ଉଠାଉଥିବା ଠିକାଦାରଙ୍କୁ ଅଧିକ ପ୍ରୋତ୍ସାହନ ଯୋଗାଇ ଆସୁଥିଲା । ଏହାକୁ କେନ୍ଦ୍ରକରି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲେ, ସେମାନେ ପ୍ରତିବାଦ କରିଥିଲେ । ସେହିପରି ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ଇଙ୍ଗିତ ଓ ନେତୃତ୍ୱରେ ଘସିପୁରା ବ୍ଲକର ଚେୟାରମେନଙ୍କ ସ୍ୱାମୀ ତଥା ବିଜେଡି ନେତା ମଦନ ମୋହନ ସାହୁ ବହୁ ସମର୍ଥକ ଗୁଣ୍ଡା ଓ ବଦମାସ୍ ଲୋକଙ୍କୁ ଧରି ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲେ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ବିଜେଡିର ମନ୍ତ୍ରୀ, ନେତା ଯାହା ଚାହୁଁଛନ୍ତି ଆଇନ ସେବାଟରେ ଯାଉଛି । ମୁଖ୍ୟମନ୍ତ୍ରୀ ସର୍ବଦା କୁହନ୍ତି “ଆଇନ ତା ବାଟରେ ଯିବାକୁ ଦିଆଯାଉ” ଏକଥାର କିଛି ମାନେ ନାହିଁ । ଘସପୁରା ପୂର୍ବରୁ ଜୁଲାଇ ୧୪, ୨୦୨୨ରେ ସୁନନ୍ଦା ସାହୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ହତ୍ୟାରେ ଦେବାଶିଷ ପାତ୍ର ସଂପୃକ୍ତି ଥିଲାବେଳେ ଏଫଆଇଆରରୁ ତାଙ୍କ ନାମ କାଟି ଦିଆଯାଇଥିଲା । ଅତୀତରେ ବିଧାୟକଙ୍କ ୩ ପୁଅ ନାଁରେ ବିଭିନ୍ନ ଦଫା ରହିଛି । ସେଠାକାର ରାମଚନ୍ଦ୍ରପୁର ଥାନାର ପୋଲିସ ଅବିବେକି ସାଜିଛନ୍ତି ଫଳରେ ମହିଳା ନ୍ୟାୟ ପାଇବାର ବଂଚିତ ହେଉଛନ୍ତି । ୨୦୧୯ର ଧକଟା ଗାଁରେ ବିଜେଡିର ଆଶାୟୀ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା ହତ୍ୟାକାରୀ ଏଯାଏଁ ଧରାପଡିନାହାନ୍ତି । ପୋଲିସ ଅଧିକାରୀ ନିଜ କାମ ନକରି ବିଧାୟକଙ୍କ ପିଲାମାନଙ୍କୁ ସୁରକ୍ଷା ଦେଉଛନ୍ତି । ଯଦ୍ୱାରା ଅଂଚଳରେ ଅପରାଧ ବଢ଼ୁଛି । ଏ ପ୍ରସଙ୍ଗରେ ମାନ୍ୟବର ଡିଜି ଓ ମୁଖ୍ୟମନ୍ତ୍ରୀ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଦେବାଶିଷ ପାତ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ମୋବାଇଲ ଯାଂଚ କରାଯାଉ ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।
ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ୱୀରାଜ କହଁର, ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଜ୍ଞପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking