33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ବାଚନୀ ପ୍ରତିଶୃତି, ୧୧ ଯୋଜନା ସହ ମାଗଣାରେ ମିଳିବ ସିଲିଣ୍ଡର...

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ବାଚନୀ ପ୍ରତିଶୃତି, ୧୧ ଯୋଜନା ସହ ମାଗଣାରେ ମିଳିବ ସିଲିଣ୍ଡର ଓ ସ୍କୁଟି

ଶିମଲା: ଆଜି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଶିମଲା ଯାତ୍ରା କରିଥିଲେ। ସେଠାରେ ସେ ଲୋକମାନଙ୍କୁ କେତକ ମାଗଣା ସୁବିଧାଦେବା ପାଇଁ ପ୍ରତିଜ୍ଞା କରିଛନ୍ତି। ଆଗକୁ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ବିଭିନ୍ନ ଦଳ ମଧ୍ୟରେ ଅଙ୍କକଷା ଚାଲିଥିବା ବେଳେ ବିଜେପି ନିଜ ଗାଦି ବଂଚାଇବା ପାଇଁ ମାଗଣା ସୁବିଧାର ପ୍ରତିଜ୍ଞା କରିଛି। ହିମାଚଳପ୍ରଦେଶରେ ଦ୍ୱିତୀୟଥର ପାଇଁ ବିଜେପି ସରକାର ଠିଆହେବା ନେଇ ନଡ୍ଡାଙ୍କ ଏପରି ଉଦ୍ୟମ ଅବ୍ୟହତ ରହିଛି।

ତେବେ ସେଠାରେ ସେ ପହଁଚି ଭାଷଣରେ ଅନେକ ସୁବିଧା ଘୋଷଣା କରିଛନ୍ତି। ସେ ପ୍ରତି ମହିଳା ମାନଙ୍କୁ ୩ଟି ଲେଖାଏଁ ଏଲପିଜି ସିଲିଣ୍ଡର ଦେବାକୁ ଘୋଷଣା କରିଛନ୍ତି। ବିଜେପି ତାର ଗାଦିଚ୍ୟୁତ ଆଶାରେ ମହିଳା ସଶକ୍ତିକରଣ ପାଇଁ ୧୧ଟି ଯୋଜନା ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସଗୁନ ଯୋଜନା ୩୧ ହଜାରରୁ ୫୧ହଜାର ଟଙ୍କା ଦିଆଯିବ ବୋଲି ସ୍ଥିର କରାଯାଇଛି। ତେବେ ହିମାଚଳପ୍ରଦେଶରେ ଯୁକ୍ତ ୨ରେ ପାସ କରିଥିବା, ଶେଷ ୫ହଜାର ର୍ୟାଙ୍କ ଅନ୍ତଃଭୁକ୍ତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ମାସିକ ୨୫୦୦ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବିଜେପି ନେତା। ଏଥସହ ସ୍କୁଲରେ ପଢୁଥିବା ବିଦ୍ୟାର୍ଥୀ ମାନଙ୍କୁ ସାଇକେଲ ପ୍ରଦାନ କରାଯାଉଛି ହେଲେ କଲେଜ ଯିବା ପିଲାମାନଙ୍କୁ କିଛି ସୁବିଧା ମିଳିନାହିଁ ତେବେ ସେମାନଙ୍କୁ ସ୍କୁଟି ମଧ୍ୟ ଦିଆଯିବାକୁ ଘୋଷଣା କରାଯାଇଛି।ଖାଲି ଏତିକି ନୁହେଁ ମହିଳା ମାନଙ୍କୁ ବିନା ଋଣରେ ଟଙ୍କା ସୁବିଧା ମଧ୍ୟ ଦିଆଯିବ ।

ଏଥିସହ ଗର୍ଭବତୀ ମହିଳା ମାନଙ୍କ ପାଇଁ ବହୁ ସୁବିଧା କରାଯିବ । ମହିଳା ଶସକ୍ତି କରଣ ନେଇ ସବୁ ଗୋଷ୍ଠୀଙ୍କୁ ୨୫ହଜାର ପ୍ରଦାନ କରାଯିବ । ଏଥିସହ ବିଜେପି ସଂକଳ୍ପ ନେଇଛି ଯେ ଆଗାମୀ ଭବିଷ୍ୟତର ପିଲା ମାନଙ୍କ ପାଇଁ ଏକ ସ୍କାର୍ଟ ଆପ ଫଣ୍ଡ ତିଆରି କରାଯିବ । ଏହି ସ୍କାର୍ଟ ଆପ କିପରି ବଢିବ ତାହାକୁ ନେଇ ଏଥିରେ ୯ହଜାର କେରୋଡ ଟଙ୍କା ଜମା କରାଯିବ ଫଣ୍ଡରେ । ଏହାବ୍ୟତିତ ବିଜେପି କୃଷକ ମାନଙ୍କୁ ମଧ୍ୟ ସେତିକି ଧ୍ୟାନ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking