19.1 C
Bhubaneswar
Friday, November 22, 2024
Homeଓଡିଶାଭଦ୍ରକ ଜିଲ୍ଲାପାଳଙ୍କ ଅଫିସରେ ଭଙ୍ଗାରୁଜା

ଭଦ୍ରକ ଜିଲ୍ଲାପାଳଙ୍କ ଅଫିସରେ ଭଙ୍ଗାରୁଜା

ଭଦ୍ରକ: ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । ଓବିସିଙ୍କୁ ସଂରକ୍ଷଣ ଦେବାରେ ସରକାର ଚଂଚକତା କରିଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବା ବେଳେ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଜିଲ୍ଲାପାଳଙ୍କ ଅଫିସ ଭିତରେ ଧସେଇ ପଶି ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ କର୍ମୀ ।

ସେହିପରି କଂଗ୍ରେସ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦାବି କରିଛି। କଂଗ୍ରେସ କହିଛି ଯେ ସରକାର ରାଜ୍ୟ ହାଇକୋର୍ଟ ଆଳରେ ଲୋକଙ୍କୁ ଭୁଆଁ ବୁଲାଉଛି। ଓବିସିଙ୍କ ସଂରକ୍ଷଣକୁ ନେଇ ସେମାନଙ୍କ ପ୍ରତି ଅବିଚାର କରୁଛି । କାରଣ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିକୁ ନେଇ ଓବିସି ତାଙ୍କ ନିର୍ଵାଚନ ସହଭାଗିତାରୁ ବଞ୍ଚିତ ହେଉଛନ୍ତି ।

ତେଣୁ ଲୋକଙ୍କୁ ସରକାର ବୋକା ନଭାବି ନ୍ୟାୟିକ ଲଢେଇ ଲଢନ୍ତୁ। କିନ୍ତୁ ତାହା ନକରି ବିନା ଓବିସି ରେ ନିର୍ବାଚନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଉ ସରକାରଙ୍କ ଏହି ତ୍ରୁଟି ପାଇଁ ହିଁ ନିର୍ବାଚନ ବିଳମ୍ବ ହେଉଛି ବୋଲି କହିଛି କଂଗ୍ରେସ। ଆଉ ସରକାରଙ୍କ ଏହି ତ୍ରୁଟିପୂର୍ଣ୍ଣ ନୀତିକୁ ବିରୋଧ କରି ଓବିସିଙ୍କୁ ନ୍ୟାୟ ଦେବା ପାଇଁ ତୁରନ୍ତ ସରକାର ବିଧାନସଭା ଡାକି ୨୭ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ଆଣନ୍ତୁ ବୋଲି ଦାବି କରିଛି କଂଗ୍ରେସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking