18.1 C
Bhubaneswar
Saturday, November 23, 2024
Homeଓଡିଶାରାଷ୍ଟ୍ରପତିଙ୍କୁ ଟିଏମ୍‌ସି ମନ୍ତ୍ରୀ ଅଖିଳ ଗିରିଙ୍କ ଅସମ୍ମାନ ରାଷ୍ଟ୍ରପତିଙ୍କୁ ଅପମାନିତ କରିବା ଦେଶଦ୍ରୋହଠାରୁ କମ୍ ନୁହେଁ...

ରାଷ୍ଟ୍ରପତିଙ୍କୁ ଟିଏମ୍‌ସି ମନ୍ତ୍ରୀ ଅଖିଳ ଗିରିଙ୍କ ଅସମ୍ମାନ ରାଷ୍ଟ୍ରପତିଙ୍କୁ ଅପମାନିତ କରିବା ଦେଶଦ୍ରୋହଠାରୁ କମ୍ ନୁହେଁ : ଡ. ଲେଖାଶ୍ରୀ

 ରାଷ୍ଟ୍ରପତି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଏବଂ ଏହାର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ
 ରାଷ୍ଟ୍ରପତିଙ୍କୁ ଅପମାନିତ କରିବା ଦଣ୍ଡନୀୟ ଏବଂ ଧର୍ତବ୍ୟ ଅପରାଧ
 ତୃଣମୂଳ କଂଗ୍ରେସ ନିଜକୁ ମହିଳା, ଆଦିବାସୀ ଏବଂ ସମ୍ବିଧାନ ବିରୋଧୀ ବୋଲି ପ୍ରମାଣିତ କଲା
 ଅଭିଯୁକ୍ତ ମନ୍ତ୍ରୀ ଅଖିଳ ଗିରିଙ୍କୁ ତୁରନ୍ତ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ତାଙ୍କୁ ମନ୍ତ୍ରୀପଦରୁ ବହିଷ୍କାର କରାଯାଉ
ଭୁବନେଶ୍ୱର : ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ନେଇ ଟିଏମ୍‌ସି ମନ୍ତ୍ରୀ ଅଖିଳ ଗିରିଙ୍କ ହୀନ ମନ୍ତବ୍ୟ ମମତା ବାନାର୍ଜୀଙ୍କ ମହିଳା ସଶକ୍ତିକରଣ ନାଁରେ ନାରୀଶକ୍ତିକୁ ଅବମାନନାର ଚରମ ନିଦ୍ଦର୍ଶନ । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀର ଅସମ୍ମାନ ଦେଶଦ୍ରୋହଠାରୁ କୌଣସି ମାତ୍ରାରେ କମ୍ ନୁହେଁ ବୋଲି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଏଭଳି ଅତ୍ୟନ୍ତ ଘୃଣ୍ଣ୍ୟ ଓ ନିନ୍ଦନୀୟ ଆଚରଣ ପାଇଁ ଶ୍ରୀ ଗିରିଙ୍କ ଉପରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ମନ୍ତ୍ରୀପଦରୁ ତୁରନ୍ତ ବହିଷ୍କାର କରାଯାଇ ଗିରଫ କରିବାକୁ ଡ. ଲେଖାଶ୍ରୀ ଦାବି କରିଛନ୍ତି । ଜଣେ ମହିଳା, ଆଦିବାସୀ ରାଷ୍ଟ୍ରପତିଙ୍କ ଉପରେ ଟିପ୍ପଣୀ ଦେବା ସଭ୍ୟ ସମାଜ ଓ ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ ବୋଲି ଡ. ଲେଖାଶ୍ରୀ କହିଛନ୍ତି ।
ଟିଏମ୍‌ସି ମନ୍ତ୍ରୀ ଅଖିଳ ଗିରିଙ୍କର ଏହି ଅଶାଳୀନ ମନ୍ତବ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଦଳକୁ ମହିଳା, ଜନଜାତି ବିରୋଧୀ ପ୍ରମାଣିତ କରିଛି । ରାଷ୍ଟ୍ରପତି ହେଉଛନ୍ତି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଏବଂ କୌଣସି ବ୍ୟକ୍ତି ବିଶେଷ ସହ ତୁଳନା କରିବା ଅନୁଚିତ ଏବଂ ଅଶୋଭନୀୟ । ଏହି ପଦବୀର ଗାରିମା ଅକ୍ଷୁର୍ଣ୍ଣ ରଖିବା ଦେଶର ସମସ୍ତ ନାଗରିକ ଏବଂ ରାଜନୈତିକ ଦଳମାନଙ୍କର ସାମ୍ବିଧାନିକ ଦାୟିତ୍ୱ । ଅଖିଳ ଗିରିଙ୍କ ମନ୍ତବ୍ୟ ଏହାର ପରିପନ୍ଥୀ ଏବଂ ଦେଶର଼ ୧୩୦ କୋଟି ଜନତାଙ୍କ ମନରେ ଆଘାତ ପହଂଚାଇଛି । ଦେଶର ରାଷ୍ଟ୍ରପତିଙ୍କ ଉପରେ କୌଣସି ପ୍ରକାର ପ୍ରଶ୍ନବାଚୀ, ଟିପ୍ପଣୀ ବା ଆଙ୍ଗୁଳି ନିର୍ଦ୍ଦେଶ କରିହେବ ନାହିଁ । ଏଣୁ ପଦବୀର ଗାରିବା କ୍ଷୁର୍ଣ୍ଣ କରିବାକୁ ଅପଚେଷ୍ଟା କରିଥିବା ଅଖିଳ ଗିରିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଡ. ଲେଖାଶ୍ରୀ ଦାବି କରିଛନ୍ତି ।
ତୃଣମୂଳ କଂଗ୍ରେସ ପ୍ରମାଣିତ କରିଛି ଜଣେ ଗୌରବମୟୀ ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି ହେବା ସେମାନଙ୍କର ସହ୍ୟ ହେଉନାହିଁ । ଏହା ଏକ ଦଣ୍ଡନୀୟ ଏବଂ ଅକ୍ଷ୍ୟମଣୀୟ ଅପରାଧ ବୋଲି ଡ. ଲେଖାଶ୍ରୀ କହିଛନ୍ତି । ଏହି ଅଶୋଭନୀୟ ଆଚରଣ ବିରୋଧରେ ସମଗ୍ର ୧୩୦ କୋଟି ଦେଶବାସୀ ଏବଂ ବିଭିନ୍ନ ମହଲରୁ ପ୍ରତିବାଦର ସ୍ୱର ଉଠୁଛି । ଦେଶବାସୀ ଉତ୍‌କ୍ଷିପ୍ତ ଯେ, ତାଙ୍କ ପ୍ରିୟ ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବାର ଦୃଶାହସ ତୃଣମୂଳ କରିଛି । ଏଣୁ ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟ ସମସ୍ତ ଜିଲ୍ଲାରେ ଅଭିଯୁକ୍ତ ମନ୍ତ୍ରୀଙ୍କ ବିରୋଧରେ କୁଶପୂତୋଳିକା ଦାହ ସହ ପ୍ରତିବାଦ ହେବ ଏବଂ ଥାନାରେ ଏଫାୟାର ଦର୍ଜ କରାଯିବ ବୋଲି ଡ. ଲେଖାଶ୍ରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking