ଭୁବନଶ୍ୱର : ଓଡ଼ିଶା ଆସିବେ ବିଜେପି ସଭାପତି ଜେପି ନଡ୍ଡା। ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏହି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ୨୦୨୪ ପାଇଁ ଓଡ଼ିଶା ବିଜେପିରେ ହେବ ପ୍ରଶିକ୍ଷଣ ଶିବିର। ଏହି ପ୍ରଶିକ୍ଷଣ ଶିବିରରେ ଜେପି ନଡ୍ଡା ଯୋଗଦେବେ। ତେବେ କେଉଁ ତାରିଖରେ ଜେପି ନଡ୍ଡା ଓଡ଼ିଶା ଆସିବେ ସେ ନେଇ ତାରିଖ ଚୂଡ଼ାନ୍ତ ହୋଇନାହିଁ।
ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ସେପ୍ଟେମ୍ବରରେ ବିଜେପିର ୩ ପ୍ରମୁଖ ଚେହେରା ଓଡ଼ିଶା ଆସିବେ। ତୃତୀୟ ସପ୍ତାହରେ ହେବାକୁ ଥିବା ପ୍ରସ୍ତାବିତ ପ୍ରଶିକ୍ଷଣ ଶିବିରକୁ ସଂଗଠନ ମହାମନ୍ତ୍ରୀ ଆସିବେ । ସେପ୍ଟେମ୍ବର ୫ ଓ ୬ ତାରିଖରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ମଧ୍ୟ ଆସିବେ।