28.1 C
Bhubaneswar
Wednesday, July 3, 2024
Homeଓଡିଶାବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ରାଜ୍ୟପାଳଙ୍କୁ ଦାବିପତ୍ର ଦେଲେ ବିଜେପି ବିଧାୟକଗଣ

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ରାଜ୍ୟପାଳଙ୍କୁ ଦାବିପତ୍ର ଦେଲେ ବିଜେପି ବିଧାୟକଗଣ

ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପାଇଁ ରାଜ୍ୟରେ ଅରାଜକତା ବୃଦ୍ଧି

: ବିଜେପି ବିଧାୟକ

 ଗୃହବିଭାଗ ଦାୟୀତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ
 ରାଜ୍ୟବାସିଙ୍କୁ ସୁରକ୍ଷା ଦେବା ନିମନ୍ତେ ମହାମହିମ୍ ରାଜ୍ୟପାଳ ହସ୍ତକ୍ଷେପ କରିବାକୁ ଅନୁରୋଧ

ଭୁବନେଶ୍ୱର,: ରାଜ୍ୟ ସରକାରଙ୍କର ହାତ ବାରିସୀ ସାଜିଥିବା ଓଡ଼ିଶା ପୋଲିସର ଦମନ, ଅତ୍ୟାଚାର ଏବଂ ଦୌରାତ୍ମ୍ୟ ସମସ୍ତ ସୀମା ଲଂଘିଲାଣି । ରାଜନୈତିକ ହତ୍ୟାକାଣ୍ଡର ତଦନ୍ତରେ ପକ୍ଷପାତିତା ଯୋଗୁଁ ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ଷଡଯନ୍ତ୍ରକୁ ଭେଦ କରିବାକୁ ଅସମର୍ଥ ଓ ଅପାରଗ ପୋଲିସ ପ୍ରଶାସନ । ଓଡ଼ିଶାରେ ସାଧାରଣ ଲୋକ ନ୍ୟାୟ ପାଇଁ ଥାନାକୁ ଗଲେ ପୁଲିସ ଏତଲା ରଖୁନି । ରାଜନୈତିକ ହତ୍ୟାକାଣ୍ଡରେ ଶାସକ ଦଳର ଷଡଯନ୍ତ୍ରକାରୀ ନେତାଙ୍କ ନାମ ଏତଲାରେ ଥିଲେ ମଧ୍ୟ ପୋଲିସ ତାକୁ ଘଂଟ ଘୋଡାଇ ତଦନ୍ତ ପରିସରଭୁକ୍ତ କରୁନାହିଁ । ଫଳରେ ଲୋକେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେଉଛନ୍ତି । ଆନ୍ତରିକତା ଅଭାବ ଓ ଶାସକ ଦଳର ଚାପରେ ପୋଲିସର କାର୍ଯ୍ୟାନୁଷ୍ଠାନ ସନ୍ଦେହ ଘେରରେ । ବିଜେଡି ଶାସନରେ ରାଜ୍ୟବାସୀ ଅସୁରକ୍ଷିତ । ଦୀର୍ଘ ୨୩ ବର୍ଷ ଧରି ଗୃହ ବିଭାଗ ଦାୟୀତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ସୁରକ୍ଷା ଦେବାରେ ବିଫଳ । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେବା ସହ ରାଜଭବନରୁ କ୍ୟାପିଟାଲ ଥାନା ପର୍ଯ୍ୟନ୍ତ ପଦଯାତ୍ରା ମାଧ୍ୟମରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଭାରତୀୟ ଜନତା ପାର୍ଟିର ବିଧାୟକମାନେ ।
ଏନ୍‌ସିଆରବି ରିପୋର୍ଟ ଅନୁଯାୟୀ ରାଜ୍ୟରେ ଅପରାଧ ବଢ଼ିଛି । ଶାସକ ଦଳର ରାଜନୈତିକ ଷଡଯନ୍ତ୍ର ଓ ପ୍ରସୋôହନରେ ଜେଲରେ ବିଚାରାଧିନ ଅଭିଯୁକ୍ତକୁ ହତ୍ୟାକରି ଆତ୍ମହତ୍ୟାର ରୂପ ଦିଆଯାଉଛି । ଶାସକ ଦଳର ଚାପରେ ପରୀ, ମମିତା, କୁନ୍ଦୁଲି ଗଣ ଦୁଷ୍କର୍ମ ଘଟଣାରେ ଏଯାଏଁ ପିଡିତା ନ୍ୟାୟ ପାଇବାରୁ ବଂଚିତ ଅଛନ୍ତି । ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ବିଜେପିର ପ୍ରତିବାଦ ବିକ୍ଷୋଭ ସମୟରେ ବିରୋଧୀ ଦଳ ନେତା ଶ୍ରୀ ଜୟ ନାରାୟଣ ମିଶ୍ରଙ୍କୁ ସମ୍ବଲପୁରଠାରେ ଜଣେ ମହିଳା ପୋଲିସ ଆଇଆଇସି ଲଗାଇ ତାଙ୍କୁ ଧକ୍କା ମରାଗଲା ଓ ଗୋଡ ଚକଟି ଦିଆଗଲା । ଏହାପରେ ଶ୍ରୀ ମିଶ୍ରଙ୍କୁ ମାରାଣାନ୍ତକ ଆକ୍ରମଣ କରିବା ସହ ସମ୍ବଲପୁର ସର୍କିଟ୍ ହାଉସ୍‌ରେ ହଙ୍ଗାମା ଓ ଭଙ୍ଗାରୁଜା କରିଥିଲେ ଶାସକ ବିଜେଡିର କର୍ମୀ । କିନ୍ତୁ ପୋଲିସ ବିଜେଡି ଦଳର କର୍ମୀମାନଙ୍କ ବିରୁଦ୍ଧରେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ । ରାଜ୍ୟର ବିରୋଧୀ ଦଳର ନେତାଙ୍କ ପ୍ରତି ବିଶୃଙ୍ଖଳିତ ପୋଲିସର ଅଭଦ୍ର ଆଚରଣ ଓ ବିଜେଡି ଦଳର ବିଶୃଙ୍ଖଳିତ କର୍ମୀମାନଙ୍କ ଦ୍ୱାରା ସରକାରୀ ସମ୍ପତି ନଷ୍ଟ ନିମନ୍ତେ ଖୋଦ ଗୃହ ବିଭାଗର ମୁଖ୍ୟ ନବୀନ ବାବୁଙ୍କ ନିରବତା ରାଜ୍ୟବାସୀଙ୍କୁ ଚକିତ ଓ ଆଶ୍ଚର୍ଯ୍ୟ କରୁଛି ।
ଗୃହ ରାଷ୍ଟ୍ରମନ୍ତ୍ରୀ ନିଜେ ରାଜ୍ୟ ପୋଲିସ ବିଭାଗକୁ ଦୁର୍ନିତି ଗ୍ରସ୍ତବୋଲି ଆଙ୍ଗୁଳି ନିର୍ଦ୍ଦେଶ କରିଥିବା ତଥ୍ୟରୁ ପୋଲିସ ବିଭାଗର ପାରିବା ପଣିଆ ଜଣାପଡୁଛି । ତେଣୁ ପୋଲିସ ଦ୍ୱାରା ମନ୍ତ୍ରୀ ନବ ଦାସଙ୍କର ହତ୍ୟାପରେ ନିଜର ସୁରକ୍ଷା ନିମନ୍ତେ ରାଜ୍ୟ ପୋଲିସ ଉପରେ ଭରସା ନ କରି ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପୋଲିସ ବିଭାଗର ପି.ଏସ.ଓଙ୍କୁ ଦାୟୀତ୍ୱରୁ ହଟାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଥିଲେ । ସୈାଜନ୍ୟମୂଳକଭାବେ ଏସମ୍ପର୍କରେ କୈାଣସି ଉଚ୍ଚ ପଦସ୍ଥ ପୋଲିସ୍ ଅଧିକାରୀ ଶ୍ରୀ ମିଶ୍ରଙ୍କ ସହ କଥା ନହୋଇ ଦାୟୀତ୍ୱହୀନତା ପରିଚୟ ଦେଇଛନ୍ତି । ବିଜେଡି ଦଳର ଷଡଯନ୍ତ୍ରରେ ପୋଲିସ ଆଇଆଇସି ବିରୋଧୀ ଦଳର ନେତାଙ୍କୁ ଅପମାନିତ ଓ ଅତର୍କିତ ଆକ୍ରମଣ କଲା ପରେ ଡିଜିପି, ଡିଆଇଜି, ପୋଲିସ ସମ୍ବଲପୁର ଓ ଏସ୍‌ପି ସମ୍ବଲପୁର ଚୁପ ରହି ବିରୋଧୀ ଦଳ ନେତାଙ୍କ ସହ ଏହି ସଂକ୍ରାନ୍ତରେ ଯୋଗାଯୋଗ କରି ନାହାଁନ୍ତି । ଏହିଭଳି ବିଜେପି ମହିଳା ମୋର୍ଚା ସଭାନେତ୍ରୀ ଶ୍ରୀମତୀ ଅନ୍ନପୁର୍ଣ୍ଣା ବାରିକଙ୍କ ତରଫରୁ ଏ ସଂକ୍ରାନ୍ତରେ ଦିଆଯାଇଥିବା ଏତଲାକୁ ପୋଲିସ ଗ୍ରହଣକରି ନ ଥିବା ତଥ୍ୟକୁ ଏସ୍‌ପି ସମ୍ବଲପୁର ସ୍ୱୀକାର କରିଛନ୍ତି । ଏତଲା ଗ୍ରହଣ ନ କରିବାର ଯଥାର୍ଥ କାରଣ ମଧ୍ୟ ଦର୍ଶାଇ ପାରୁ ନାହାଁନ୍ତି । ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇ ରାଜ୍ୟବାସୀଙ୍କୁ ଅସୁରକ୍ଷିତ କରିଛି । ଏସମସ୍ତ ପ୍ରସଙ୍ଗକୁ ନେଇ ଆଜି ମଧ୍ୟାହ୍ନରେ ମହାମହିମ ରାଜ୍ୟପାଳଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମହୋନ ମାଝୀଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ଭେଟି ଦାବିପତ୍ର ଦେଇଛନ୍ତି ।
ଏହି ଅବସରରେ ଶ୍ରୀ ମୋହନ ମାଝୀଙ୍କ ସହ ସୁକାନ୍ତ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁବାଷ ପାଣିଗ୍ରାହୀ, ନାଉରୀ ନାୟକ, ଶଙ୍କର ଓରାମ, ଡ.ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ସନାତନ ବିଜୁଳି, ଗଣେଶରାମ ଖୁଂଟିଆ, ଭାସ୍କର ମଢ଼େଇ, ପ୍ରକାଶ ସୋରେନ, ଡ. ବୁଧାନ ମୁର୍ମୁ, ନବଚରଣ ମାଝି, ସୂରଜ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ରାଜପାଳଙ୍କୁ ରାଜଭବନରେ ଭେଟିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking