30.1 C
Bhubaneswar
Saturday, June 29, 2024
Homeଓଡିଶାକ୍ୟାପିଟାଲ ଥାନାରେ ଏତଲା ଦେଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ

କ୍ୟାପିଟାଲ ଥାନାରେ ଏତଲା ଦେଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ

ଅରୂପ ପଟ୍ଟନାୟକଙ୍କୁ ତୁରନ୍ତ ଗିରଫ କରାଯାଉ

: ଡ.ମୁକେଶ ମହାଲିଙ୍ଗ

 ବିରୋଧୀ ଦଳ ନେତାଙ୍କୁ ହତ୍ୟା ଧମକ ଦେବା ବିଜେଡିର ଅସଲ ଚେହେରାକୁ ପଦାରେ ପକାଇଛି
 ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ
 ବିଜେପି ବିଧାୟକମାନେ ରାଜଭବନରୁ ପଦଯାତ୍ରାରେ କ୍ୟାପିଟାଲ ଥାନାରେ ପଂହଚି ଏତଲା ଦେଇଥିଲେ
 ବିରୋଧୀ ଦଳ ନେତାଙ୍କ ପ୍ରତି ର୍ଦୃବ୍ୟବହାର ଓ ଷଡଯନ୍ତ୍ର ଦୁର୍ଭାଗ୍ୟଜନକ

ଭୁବନେଶ୍ୱର : ବିଜୁ ଜନତା ଦଳର ନେତା ଅରୂପ ପଟ୍ଟନାୟକ ଶହ ଶହ ଲୋକଙ୍କ ସମ୍ମୁଖରେ ବିଜୁ ଜନତା ଦଳ ସଭାରେ ବିଧାନସଭାର ବିରୋଧୀ ଦଳର ନେତାଙ୍କୁ ଅଶାଳୀନ ମନ୍ତବ୍ୟ ଓ ଖୋଲାଖୋଲି ହତ୍ୟା ଧମକ ଦେଇଛନ୍ତି । ଏହା ବିଜୁ ଜନତା ଦଳର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଆଜି ମଧ୍ୟାହ୍ନରେ ମାନ୍ୟବାର ରାଜ୍ୟପାଳଙ୍କୁ ଭେଟିବା ପରେ ରାଜଭବନ ନିକଟରୁ ପଦଯାତ୍ରାରେ ବିଜେପି ବିଧାୟକମାନେ କ୍ୟାପିଟାଲ ଥାନାରେ ପଂହଚିଥିଲେ । ଏନେଇ କ୍ୟାପିଟାଲ ଥାନାରେ ଅରୂପ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଧାୟକ ମୁକେଶ ମହାଲିଙ୍ଗ ଏତଲା ରୁଜୁ କରି ଆଇନ ଅନୁଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।
ସୂଚନାଥାଉ କି, ଗତକାଲି ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ନିକଟରେ ଆୟୋଜିତ ହୋଇଥିବା ଦଳୀୟ ସଭାରେ ବିଜେଡି ଦଳର ନେତା ତଥା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ ସଭାରେ ଯୋଗ ଦେଇଥିଲେ । ସଭାରେ ଶ୍ରୀ ପଟ୍ଟନାୟକ ବିରୋଧୀ ଦଳର ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ସାମ୍ବିଧାନିକ ଗାରିମା, ମାନସମ୍ମାନ ଓ ପଦମର୍ଯ୍ୟାଦାକୁ ଭୃକ୍ଷେପ ନକରି ତାଙ୍କୁ ଭାଷଣ ମାଧ୍ୟମରେ ଅପମାନ ଓ ଧମକ ଦେଇଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ କି, “ସେ ଯେଉଁ ଲୋକ ଧକ୍କା ଧକ୍କି କରୁଛନ୍ତି, ଆମ ଭଳିଆ ଲୋକ ହାବୁଡରେ ପଡି ନାହାନ୍ତି, ତାର ଅବସ୍ଥା କଣ ହୋଇଥାନ୍ତା” “ଆମ ୟୁନିଫର୍ମ ନାହିଁ, ଅବସ୍ଥା କଣ ହେବ ଖାଲି ହାବୁଡରେ ପଡୁ” । ଏଥିରୁ ସ୍ପଷ୍ଟ ହେଉଛି ଅରୁପ ପଟ୍ଟନାୟକ ରାଜ୍ୟ ସରକାରଙ୍କ ପୋଷା ଗୁଣ୍ଡାଭଳି ଧମକ ଦେବା ଗଣତନ୍ତ୍ର ପ୍ରତି ବିପଦ । ଅରୂପ ପଟ୍ଟନାୟକଙ୍କ ଏଭଳି ମନ୍ତବ୍ୟକୁ ନେଇ ଭାରତୀୟ ଜନତା ପାର୍ଟି ଦୃଢ଼ ନିନ୍ଦା କରିବା ସହ ତାଙ୍କ ନାଁରେ କ୍ୟାପିଟାଲ ଥାନାରେ ଆଜି ଏତଲା ଦାୟର କରିଛି । ଏହି ଘଟଣାର ସଠିକ୍ ତଦନ୍ତ କରିବା ସହ ଅରୂପ ପଟ୍ଟନାୟକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବିଜେପି ବିଧାୟକ ଦଳ ଦାବି କରିଛନ୍ତି । ଏନେଇ ଯଦି କାର୍ଯ୍ୟାନୁଷ୍ଠାନ ନହୁଏ ତାହାଲେ ଆଗାମୀ ବିଧାନସଭାରେ ଏକଥାକୁ ଭାରତୀୟ ଜନତା ପାର୍ଟି ପ୍ରସଙ୍ଗ କରିବ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି ।
ଏହି ଅବସରରେ ବିଧାୟକ ମୁକେଶ ମହାଲିଙ୍ଗଙ୍କ ସହ ବିରୋଧୀ ଦଳର ମୁଖ୍ୟସଚେତକ ବିଧାୟକ ମୋହନ ମାଝି, ସୁକାନ୍ତ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁବାଷ ପାଣିଗ୍ରାହୀ, ନାଉରୀ ନାୟକ, ଶଙ୍କର ଓରାମ, ନିତ୍ୟାନନ୍ଦ ଗଣ୍ଡ, ସନାତନ ବିଜୁଳି, ଗଣେଶରାମ ଖୁଂଟିଆ, ଭାସ୍କର ମଢ଼େଇ, ପ୍ରକାଶ ସୋରେନ, ଡ. ବୁଧାନ ମୁର୍ମୁ, ନବଚରଣ ମାଝି, ସୂରଜ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ, ଓବିସିମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ସହମୁଖ୍ୟ ସୁଜିତ କୁମାର ଦାସ ଓ ସିଦ୍ଧାର୍ଥ ଶଙ୍କର ପତି ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking