27.1 C
Bhubaneswar
Monday, July 1, 2024
Homeଓଡିଶାଚାଷିକୂଳଙ୍କ ଦୁଃଖ ବିମୋଚନ ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି ପତ୍ର ଦେଲା ବିଜେପି କୃଷକମୋର୍ଚ୍ଚା

ଚାଷିକୂଳଙ୍କ ଦୁଃଖ ବିମୋଚନ ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି ପତ୍ର ଦେଲା ବିଜେପି କୃଷକମୋର୍ଚ୍ଚା

କୃଷି ଯନ୍ତ୍ରପାତି କିଣାରେ ବ୍ୟାପକ ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ: ମହେଶ୍ୱର ସାହୁ

 ଚାଷ ଓ ଚାଷୀ ପାଇଁ ରାଜ୍ୟ ସରକାରଙ୍କ କୌଣସି ପ୍ରାଥମିକତା ନାହିଁ
 ପିଏମ୍ କିଷାନ ଯୋଜନାରୁ ଓଡ଼ିଶା ଚାଷୀ ବଂଚିତ
 ରାଜ୍ୟ ସରକାର ବୀମା କାରବାରରେ ସ୍ୱଚ୍ଛତା ଓ ଘରୋଇ କମ୍ପାନୀ ଉପରେ ନିୟନ୍ତ୍ରଣ ପାଇଁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ

ଭୁବନେଶ୍ୱର, : ରାଜ୍ୟରେ ଏକ ସମ୍ବେଦନ ଓ ଦୂରଦୃଷ୍ଟିହୀନ ଚାଷ ଓ ଚାଷୀ ବିରୋଧୀ ଦୁର୍ନୀତିଗ୍ରସ୍ତ ଅପାରଗ ବିଜୁ ଜନତା ଦଳ ସରକାର ନବୀନ ବାବୁଙ୍କ ନେତୃତ୍ୱରେ ଦୀର୍ଘଦିନରୁ ଚାଲିଛି । ରାଜ୍ୟ ସରକାର ଚାଷ ଓ ଚାଷୀ ପାଇଁ କୌଣସି ଅଗ୍ରାଧିକାର ଦେଇନାହାନ୍ତି କିମ୍ବା ପ୍ରାଥମିକତା ନାହିଁ । ଚାଷୀଙ୍କ ଉନ୍ନତି କଲାଭଳି କିମ୍ବା ସୁରକ୍ଷା ଦେଲା ଭଳି କୌଣସି ଯୋଜନା ନାହିଁ । ସାରା ରାଜ୍ୟରେ ଚାଷୀ ଘୋର ଦୁଃଖ ଓ ନୈରାଶ୍ୟରେ କାଳାତିପାତ କରୁଛି । ଏନେଇ ଆଜି ଭାରତୀୟ ଜନତା ପାର୍ଟିର କୃଷକମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଚାଷୀକୁଳଙ୍କ ଦୁଃଖ ଦୁର୍ଦ୍ଦଶା ବିମୋଚନ ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି ।
ରାଜ୍ୟ ସାରା କୃଷି ଯନ୍ତ୍ରପାତି କିଣାରେ ଦିଆଯାଉଥିବା ରିହାତି କାରବାରରେ ବ୍ୟାପକ ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ, ରାଜ୍ୟର ଧାନ କିଣାରେ ମଣ୍ଡି ସ୍ତରରୁ ନେଇ ମନ୍ତ୍ରୀସ୍ତର ପର୍ଯ୍ୟନ୍ତ ଏକ ର‌୍ୟାକେଟ୍ ମାଧ୍ୟମରେ ବ୍ୟାପକ ଅବ୍ୟବସ୍ଥା ଓ ଚରମ ଦୁର୍ନୀତିରେ ଚାଷୀମାନେ ପ୍ରଚୁର ମାତ୍ରାରେ କ୍ଷତିଗ୍ରସ୍ତ ଓ ଶୋଷଣର ଶିକାର ହେଉଛନ୍ତି । ଦୀର୍ଘଦିନରୁ ରାଜ୍ୟ ସରକାରଙ୍କ ପୃଷ୍ଠ ପୋଷକତାରେ ଚାଲିଥିବା ଏ ମହାଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ, କେନ୍ଦ୍ର ସରକାର ପ୍ରଦତ ରିହାତି ମୂଲ୍ୟର ସାରକୁ ସମବାୟ ବିଭାଗକୁ କମ୍ ଓ ଘରୋଇ ବିତରକମାନଙ୍କୁ ଅଧିକ ପରିମାଣରେ ଆବଂଟନ କାହା ସ୍ୱାର୍ଥରେ କରାଯାଉଛି? ଘରୋଇ ବିତରକମାନଙ୍କ ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବା ହେତୁ ସାରର କଳାବଜାରୀ ଓ ଚଢ଼ା ଦରରେ ବିକ୍ରି ହେତୁ ଚାଷୀମାନେ ପ୍ରବଳ ମାତ୍ରାରେ କ୍ଷତିଗ୍ରସ୍ତ ହେବା ସହିତ ଠିକ୍ ସମୟରେ ପାଇପାରୁନାହାନ୍ତି । ମାର୍କଫେଡ ରାଜ୍ୟର ସମସ୍ତ ସମବାୟ ପେକ୍ସମାନଙ୍କୁ ସାର ଯୋଗାଣ କରିଥାଏ କିନ୍ତୁ ଦୁର୍ଭାଗ୍ୟର କଥା ପ୍ରାୟ ୪ବର୍ଷ ହେଲା ରାଜ୍ୟ ସରକାର ମାର୍କଫେଡକୁ ସାର କିଣା ବାବଦକୁ ଶହେ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବକେୟା ରଖିଥିବାରୁ ସମବାୟ ସଂସ୍ଥା ଜରିଆରେ ଚାଷୀଙ୍କୁ ସାର ଠିକ୍ ରୂପେ ପଂହଚିପାରୁ ନାହିଁ । ରାଜ୍ୟ ସରକାର ତୁରନ୍ତ ସାର କଳାବଜାରୀ ଓ ଅଭାବୀ ଚଢ଼ା ଦର ବିକ୍ରି ରୋକିବା ଓ ଏହାର ସୁବନ୍ଦୋବସ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ସାହୁ କହିଛନ୍ତି ।
ରାଜ୍ୟରେ ଖରିଫ ଧାନ ଚାଷର ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ଆବଶ୍ୟକ ଅଭିମୁଲ୍ୟ ଅର୍ଥ ରାଜ୍ୟ ସରକାର ବହନ କରିବା ପାଇଁ ଘୋଷଣା କରିଥିଲେ ମଧ୍ୟ ଉକ୍ତ ଅର୍ଥକୁ ରାଜ୍ୟ ସରକାର ପ୍ରଦାନ ନକରିବାରୁ ଚାଷୀ ବାଧ୍ୟ ହୋଇ ଉକ୍ତ ଅଭିମୂଲ୍ୟ ଅର୍ଥ ଦେଇ ଫସଲବୀମା ପଞ୍ଜିକରଣ କରିଛନ୍ତି । ଏନେଇ ରାଜ୍ୟ ସରକାର ତୁରନ୍ତ ଅଭିମୂଲ୍ୟ ଅର୍ଥ ପ୍ରଦାନ କରନ୍ତୁ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ପାଇବା ପାଇଁ ଓଡ଼ିଶାର ସମସ୍ତ ଚାଷୀଙ୍କ ନାମ ରାଜ୍ୟ ସରକାର ଦେଇନଥିବାରୁ ଲକ୍ଷାଧିକ ଚାଷୀ ଏଥିରୁ ବଂଚିତ ହୋଇଛନ୍ତି ବୋଲି ଶ୍ରୀ ସାହୁ ଦାବିପତ୍ର ମାଧ୍ୟମରେ ରାଜ୍ୟପାଳଙ୍କୁ ଜଣାଇଛନ୍ତି ।
ରାଜ୍ୟ ସରକାର ତୁରନ୍ତ ସମସ୍ତ ଚାଷୀଙ୍କ ନିର୍ଭୁଲ ତାଲିକା କେନ୍ଦ୍ର ନିକଟରେ ପ୍ରଦାନ କରନ୍ତୁ, ନିର୍ଦ୍ଧାରିତ ସମୟ ଅଗଷ୍ଟ ୨୨ତାରିଖ ମଧ୍ୟରେ ଚାଷୀ ପଞ୍ଜିକରଣରେ ସମସ୍ତ ଚାଷୀ ସାମିଲ ହୋଇପାରିଲେ ନାହିଁ । ବିଭିନ୍ନ ଜିଲ୍ଲାରେ ସର୍ଭର ଡାଉନ ଚାଲିଥିବାରୁ ପଞ୍ଜୀକରଣ କାମ ତ୍ୱରାନ୍ୱିତ ହୋଇପାରିଲା ନାହିଁ । ଏଣୁ ଅଗଷ୍ଟ ୧୫ ପରିବର୍ତେ ଆସନ୍ତା ସେପ୍ଟେମ୍ବର ୧୫ତାରିଖ ପର୍ଯ୍ୟନ୍ତ ଚାଷୀ ପଞ୍ଜୀକରଣ ସମୟ ଅବଧି ବୃଦ୍ଧି କରାଯାଉ, ୨୦୧୯ରୁ ୨୦୨୧ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ମରୁଡି ହୋଇଥିଲେ ବି ଫସଲବୀମା ପ୍ରାପ୍ୟରୁ ବଂଚିତ ଅଛନ୍ତି । ବଲାଙ୍ଗିର ଜିଲ୍ଲା ଓ ଅନ୍ୟାନ୍ୟ ଅଂଚଳରେ ରାଜ୍ୟ ଶାସକ ଦଳର ଦଲାଲମାନେ ବୀମା କମ୍ପାନୀମାନଙ୍କ ସହ ମିଶି ଦୁର୍ନୀତି ମାଧ୍ୟମରେ ବୀମାରାଶି ହଡପର ଅଭିଯୋଗ ଆସିଛି । ବୀମା କମ୍ପାନୀ ଓ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ମିଳିତ ଚକ୍ରାନ୍ତରେ ମରୁଡି ଫିକ୍ସିଙ୍ଗ୍ ଅଭିଯୋଗ ଆସିଛି । ଚାଷୀମାନେ ତାଙ୍କ ବକେୟାବୀମା ଅର୍ଥ ପାଇବା ସହିତ ବୀମା କାରବାରରେ ସ୍ୱଚ୍ଛତା ଓ ଘରୋଇ କମ୍ପାନୀ ଉପରେ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ସାହୁ ଦାବି କରିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳରେ ରାଜ୍ୟ କୃଷକମୋର୍ଚ୍ଚାର ଶ୍ରୀ ପ୍ରଦୀପ କୁମାର ସାହୁ, ସତ୍ୟବାଦୀ ଚଇନି, ବିକ୍ରମ କେଶରୀ ରାଉତରାୟ, ଅଶୋକ ରଥ, ଉପେନ୍ଦ୍ର ଭଞ୍ଜ, ଅଜୟ ପ୍ରଧାନ, ମଦନମୋହନ ପ୍ରଧାନ, ସୁଭ୍ରାଂଶୁ ମୋହନ ପାଢ଼ୀ, ଶଙ୍କରଶନ ଜେନା, ଦିବ୍ୟଶଙ୍କର ଭୋଇ, ଭବେନ୍ଦ୍ର ପଣ୍ଡା, ପ୍ରଦୀପ ପତ୍ରି, ସୂର୍ଯ୍ୟନାରାୟଣ ମହାପାତ୍ର, ବିକ୍ରମ ପ୍ରଧାନ, ସନ୍ତୋଷ କୁମାର ସାହୁ, ବିଶ୍ୱଜିତ୍ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking