24.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶବିଜେପିରେ ପୋକକୀଟ ଲାଗିଗଲାଣି, କୀଟନାଶକ ଜରୁରି

ବିଜେପିରେ ପୋକକୀଟ ଲାଗିଗଲାଣି, କୀଟନାଶକ ଜରୁରି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ପୁଣିଥରେ ନିଜ ଦଳ ବିଜେପିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବିଜେପିରେ ଏବେ ପୋକକୀଟ ଲାଗିଗଲାଣି, ଏସବୁରୁ ମୁକ୍ତି ପାଇବା ପାଇଁ କୀଟନାଶକ ସିଞ୍ଚନ କରିବା ଅତ୍ୟନ୍ତ ଜରୁରି ହୋଇପଡ଼ିଛି। ଏକ ଚ୍ୟାନେଲକୁ ସାକ୍ଷାତକାର ଦେଇ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ବିଜେପିର ରାଜନୈତିକ ସଫଳତାକୁ ଫସଲ ସହ ତୁଳନା କରିଛନ୍ତି। ଗଡ଼କରି କହିଛନ୍ତି, ଯେମିତି ଯେମିତି ଫସଲ ବଢ଼ିଥାଏ, ଏସବୁରେ ରୋଗପୋକଙ୍କ ପ୍ରାଦୂର୍ଭାବ ମଧ୍ୟ ବଢ଼ିବଢ଼ି ଚାଲିଥାଏ। ବିଜେପିର ମଧ୍ୟ ଫସଲ ବଢ଼ିଚାଲିଛି। ଆଉ ଫସଲ ବଢ଼ିବା ଯୋଗୁ ଏଥିରେ ପୋକକୀଟ ମଧ୍ୟ ଲାଗିଗଲାଣି। ତେଣୁ କୀଟନାଶକ ସିଞ୍ଚନ କରିବାକୁ ପଡ଼ିବ।

ଗଡ଼କରୀଙ୍କ ଏହି ବୟାନ ବିଶେଷକରି ମହାରାଷ୍ଟ୍ରରେ ବିଜେପି କରିଥିବା ମେଣ୍ଟ (ମହାୟୁତି) ପ୍ରତି କଟାକ୍ଷ ବୋଲି ବିବେଚନା କରାଯାଉଛି। ସୂଚନାଯୋଗ୍ୟ ମହାରାଷ୍ଟ୍ରରୁ ଆସିଥିବା ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ଆଧାରରେ ଅଜିତ ପୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ସହ ମେଣ୍ଟକୁ ନେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌) ପ୍ରଶ୍ନ ଉଠାଇଥିଲା। କାରଣ ଅଜିତ୍ ପୱାରଙ୍କ ସହ ମେଣ୍ଟ କରିବା ପରେ ମହାରାଷ୍ଟ୍ରରେ ବିଜେପିର ସାଂସଦଙ୍କ ସଂଖ୍ୟା ୨୩ରୁ ୯କୁ ଖସିଆସିଛି। ଗଡ଼କରୀ ମଧ୍ୟ ଏହି ସଂଘୀୟ ବ୍ୟବସ୍ଥାର ଜଣେ ବରିଷ୍ଠ ଆବାହକ ରହିଥିବା ବେଳେ ସେ ମଧ୍ୟ ଆଜି ଏହାକୁ ପ୍ରସଙ୍ଗ କରିଛନ୍ତି। ଗଡ଼କରୀ ଧର୍ମନିରପେକ୍ଷତାର ନୀତି ଉପରେ ଆଲୋକପାତ କରିବା ସହ ସରକାର ଓ ପ୍ରଶାସନ ମଧ୍ୟ ଧର୍ମନିରପେକ୍ଷ ହେବା ଦରକାର ବୋଲି କହିଛନ୍ତି। ସେ କହିଛନ୍ତି ଯେ ଜଣେ ବ୍ୟକ୍ତି ଧର୍ମନିରପେକ୍ଷ ହୋଇପାରିବ ନାହିଁ କିନ୍ତୁ ସରକାର ଓ ପ୍ରଶାସନ ଧର୍ମନିରପେକ୍ଷ ହେବା ଦରକାର।

ଆଗକୁ ମହାରାଷ୍ଟ୍ର ନିର୍ବାଚନ। ଏଥିପାଇଁ ସବୁ ଦଳ ଜୋରସୋରରେ ପ୍ରଚାର କରିବାରେ ଲାଗିପଡ଼ିଛନ୍ତି। ଏସବୁ ମଧ୍ୟରେ ନିଜ ଦଳକୁ ହିଁ ଏଭଳି କିଛି କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ବିଜେପିରେ ଦାଗୀ ନେତାଙ୍କ ପ୍ରବେଶକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଦଳ ଯେତିକି ସଦସ୍ୟ ବଢ଼ାଉଛି କିଛି ସମସ୍ୟା ଉପୁଜିଛି। ସ୍ୱଚ୍ଛତା ବଜାୟ ରଖିବା ପାଇଁ ଦଳକୁ କିଛି ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ। ସେହିପରି ବିଜେପିର ବଢୁଥିବା ସଦସ୍ୟତା ଉପରେ ସେ କହିଛନ୍ତି ଯେ ରାଜନୈତିକ ଦଳର ନେତାମାନଙ୍କ ସହ ମିଶିବା ପ୍ରକ୍ରିୟା ଉପରେ ନଜର ରଖିବାକୁ ପଡିବ। ନୂଆ ସଦସ୍ୟମାନଙ୍କୁ ଦଳର ଆଦର୍ଶ ଓ ସଂସ୍କୃତି ସମ୍ପର୍କରେ ସଚେତନ କରିବାକୁ ପଡ଼ିବ। ସେ କହିଛନ୍ତି, ବିଜେପି ହେଉଛି କର୍ମୀଙ୍କ ଦଳ। ବିଭିନ୍ନ କାରଣରୁ ନୂଆ ଲୋକ ଯୋଗ ଦେଉଛନ୍ତି। ଏବେ ସେମାନଙ୍କୁ ପ୍ରଶିକ୍ଷଣ ଦେବା, ଆଦର୍ଶ ଶିଖାଇବା ଆମର ଦାୟିତ୍ୱ। ଆମର ପ୍ରୟାସ ଜାରି ରହିଛି। ହଜାର ହଜାର କର୍ମୀ ପ୍ରୟାସ କରନ୍ତି, କିନ୍ତୁ ବେଳେବେଳେ ଜଣେ କର୍ମୀ ଏପରି କିଛି କହିଲେ ହଜାର ହଜାର କର୍ମୀଙ୍କ ପ୍ରୟାସ ବିଫଳ ହୋଇଯାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking