17.1 C
Bhubaneswar
Tuesday, December 9, 2025
Homeଓଡିଶାମିଛ କାହାଣୀ କହି ସରକାରକୁ ଆସିଛି ବିଜେପି

ମିଛ କାହାଣୀ କହି ସରକାରକୁ ଆସିଛି ବିଜେପି

ଭୁବନେଶ୍ୱର : ମୁହଁ ଖୋଲିଛନ୍ତି ନବୀନ ପଟ୍ଟନାୟକ । ଆଉ ରାଜ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଜିଠୁ ବିଜେଡିର ପଦଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ନବୀନ  ବିଜେପି ସରକାରଙ୍କୁ ନିଶାନା କରିଛନ୍ତି । ସେ କହିଛନ୍ତି ଯେ ମିଛ କହି ବିଜେପି ରାଜ୍ୟରେ କ୍ଷମତାକୁ ଆସିଛି । ସେମାନେ ବିଏସକେୱାଇର ନାମ ବଦଳାଇ ଦେଇଛନ୍ତି । ଲୋକ ସବୁ ଜାଣନ୍ତି ।  ୩୦୦ ୟୁନିଟ ମାଗଣା ବିଜୁଳି, ୩ ହଜାର ଭତ୍ତା ଦେବେ କହିଥିଲେ ।  ମା ମାନଙ୍କୁ ୫୦ ହଜାର ଦେବେ ବୋଲି କହିଥିଲେ । କେତେ ଜଣ ପାଇଲେଣି । ଏ ସରକାରଙ୍କ ଉପରେ ଲୋକଙ୍କ ଭରସା ନାହିଁ । ଲୋକ ମିଛ ଜାଣିଲେଣି । ମିଛ କହି ନିର୍ବାଚନ ଜିତିପାରନ୍ତି କିନ୍ତୁ ଲୋକଙ୍କ ହୃଦୟ ଜିତିପାରିବେନି । ବିଜେପି ଠାରୁ ବିଜେଡି ଅଧିକ ଭୋଟ ପାଇଛି । ଆମେ ଲୋକଙ୍କ ହୃଦୟରେ ଅଛୁ । ସରକାରୀ କର୍ମଚାରୀମାନେ ରାଜଭବନରେ ବି ସୁରକ୍ଷିତ ନୁହନ୍ତି ।  ମୁଁ କ୍ଷମତାରେ ଥାଏ କି ନଥାଏ, ଲୋକଙ୍କ ସେବା ଜାରି ରାହିବ ବୋଲି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking