26.1 C
Bhubaneswar
Tuesday, November 5, 2024
Homeଓଡିଶାବଡ଼ଚଣା ଓ ସୁକିନ୍ଦା ରେ ବିଜେପି ପ୍ରତିଷ୍ଠା ଦିବସ

ବଡ଼ଚଣା ଓ ସୁକିନ୍ଦା ରେ ବିଜେପି ପ୍ରତିଷ୍ଠା ଦିବସ

ଯାଜପୁର: ଯାଜପୁର ଜିଲ୍ଲାର ବଡଚଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପିର ୪୨ତମ ପ୍ରତିଷ୍ଠା ଦିବସ ପାଳନ ସହ ବିଗତ ନିର୍ବାଚନରେ ବିଜୟ ଲାଭ କରିଥିବା ଦଳର ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ଼ ସଭ୍ୟ ମାନଙ୍କୁ ସମ୍ୱର୍ଦ୍ଧିତ କରିବା ପାଇଁ ବିଜେପି ରାଜ୍ଯ ସଂପାଦକ ତଥା ବଡଚଣାରୁ ବିଗତ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହୋଇଥିବା ଅମର ନାୟକଙ୍କ ଆବାହକତ୍ୱରେ କାଇମାଟିଆ ପଞ୍ଚାୟତରେ ଆଜି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଗୌତମ ରାୟ ମଧ୍ୟ ଯୋଗ ଦେଇଥିଲେ । କିନ୍ତୁ ଏଥିରେ ବଡ଼ଚଣାର ବହୁ ଆଗଧାଡିର ଦଳୀୟ ନେତା, ମଣ୍ଡଳ ତଥା ଜିଲ୍ଲା ପଦାଧିକାରୀ, ବିଗତ ନିର୍ବାଚନରେ ହୋଇଥିବା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ସର୍ବୋପରି ସମ୍ୱର୍ଦ୍ଧିତ ହେବାକୁ ଥିବା ନବ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ଯ ମାନେ ଯୋଗ ନ ଦେଇ ଏହି କାର୍ଯ୍ୟକ୍ରମକୁ କେବଳ ବୈକଟ କରି ନ ଥିଲେ ବରଂ ଅମରଙ୍କ ନେତୃତ୍ବକୁ ଚ୍ୟାଲେଞ୍ଜ ଦେଇ ଦଳୀୟ କର୍ମକର୍ତ୍ତା ଓ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନେ ସମାନ୍ତରାଳ ଭାବେ ବଡଚଣା ମଣ୍ଡଳ(୧୭ ନମ୍ବର ଜୋନ୍), ଛତିଆ ମଣ୍ଡଳ(୧୮ ନମ୍ବର ଜୋନ୍), ବାଲିଚନ୍ଦ୍ରପୁର ମଣ୍ଡଳ(୧୯ ନମ୍ବର ଜୋନ୍) ଏବଂ ଓଳାଶୁଣି ମଣ୍ଡଳ(୨୦ ନମ୍ବର ଜୋନ୍)ରେ ପ୍ରତିଷ୍ଠା ଦିବସ ପାଳନ କରିଥିଲେ ।
ବିଗତ ନିର୍ବାଚନରେ ବଡ଼ଚଣା ବ୍ଳକର ବିଜେପି ସମର୍ଥିତ ୧୬ ଜଣ ସମିତି ସଭ୍ଯ ଏବଂ ୧୮ ଜଣ ସରପଞ୍ଚ ପ୍ରାର୍ଥୀ ବିଜୟ ଲାଭ କରିଥିବା କୁହା ଯାଉଥିଲା । ମାତ୍ର ଅମରଙ୍କ ଦ୍ବାରା ଆହୁତ ଆଜିର ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ତନ୍ମଧ୍ୟରୁ କେବଳ ୫ ଜଣ ସରପଞ୍ଚ ଓ ୫ ଜଣ ସମିତି ସଭ୍ଯ ଉପସ୍ଥିତ ଥିଲେ । ସେହିପରି ୫ଟି ଜିଲ୍ଲା ପରିଷଦ ଜୋନର ଦଳୀୟ ପ୍ରାର୍ଥୀଙ୍କ ମଧ୍ଯରୁ କେବଳ ଜଣେ ମାତ୍ର ଏଥିରେ ଯୋଗ ଦେଇଥିଲେ । ସେହିପରି ପୂର୍ବତନ ସାଂସଦ ମୋହନ ଜେନାଙ୍କ ସମେତ ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ଦଳର ପଦାଧିକାରୀ ଥିବା ଜିଲ୍ଲା ସାଧାରଣ ସମ୍ପାଦକ, ସଂପାଦକ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ଯ ଏବଂ ରାଜ୍ଯ ପରିଷଦ ସଭ୍ଯ ମଧ୍ୟ ଏହି କାର୍ଯ୍ୟକ୍ରମ ଠାରୁ ନିଜକୁ ଦୂରେଇ ରଖିଥିବା ଦେଖିବାକୁ ମିଳିଛି । ବିଜେପି ପରି ଏକ ନୀତି ଓ ଆଦର୍ଶପୂର୍ଣ୍ଣ ରାଷ୍ଟ୍ରୀୟ ରାଜନୈତିକ ଦଳରେ ସାମିଲ ହେବା ପରଠାରୁ ଅମର ଯେଭଳି ଏକଚାଟିଆ ଭାବେ ଦଳୀୟ ଶୃଙ୍ଖଳା ଭଙ୍ଗ କରି କାର୍ଯ୍ୟକ୍ରମ ସବୁ କରି ଆସୁଛନ୍ତି; ସେଥିରେ ଦଳର ଛାମୁଆ ନେତା ମାନେ ତାଙ୍କ ପ୍ରତି ବିମୁଖ ହେବା ସହ ବଡ଼ଚଣାରେ ଦଳୀୟ ସ୍ଥିତି ମଧ୍ୟ ଦିନକୁ ଦିନ ତଳକୁ ତଳକୁ ଖସି ଚାଲିଛି । ବିଶେଷ କରି ବିଗତ ନିର୍ବାଚନ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ସମୟରେ ବିଜେଡ଼ିକୁ ସୁହାଇବା ପରି ଅମରଙ୍କ ଯେଭଳି ଆଭିମୁଖ୍ୟ ରହିଲା; ତାହା ଦଳୀୟ କର୍ମକର୍ତ୍ତା ଓ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଅଧିକ କ୍ଷୁବ୍ଧ କରିଥିଲା । ଏଭଳି ସ୍ଥିତିରେ ରାଜ୍ଯ ନେତୃତ୍ବ ଏହାର ସମୀକ୍ଷା କରି ବଡ଼ଚଣାରେ ଦଳୀୟ ସଂଗଠନକୁ ବଳବତ୍ତର ରଖିବା ପାଇଁ ଏବେଠାରୁ ଅମରଙ୍କ ବିକଳ୍ପ ନେତୃତ୍ବର ପରିକଳ୍ପନା ନ କରନ୍ତି; ତେବେ ତାହା ନିଶ୍ଚୟ ଆଗାମୀ ସାଧାରଣ ନିର୍ବାଚନରେ ଦଳ ପାଇଁ ଘାତକ ସାବ୍ୟସ୍ତ ହେବ ବୋଲି ଅନୁମାନ କରାଯାଉଛି !ଅନ୍ୟ ପକ୍ଷ ରେ
ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଭାରତୀୟ ଜନତା ପାଟି ପ୍ରତିଷ୍ଠା ଦିବସ ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଥିଲା l.ଉକ୍ତ ଉତ୍ସବ ରେ
ସୁକିନ୍ଦା ବିଧାୟକ ପ୍ରାର୍ଥୀ ଡକ୍ଟର ପ୍ରଦୀପି ବଳ ସାମନ୍ତ ଙ୍କ ଅଧ୍ୟକ୍ଷତା କରି ଥିଲେ l ଭାରତ ର ଅଖଣ୍ଡ ତା ଓ ଦୃନୀତି ମୁକ୍ତ ଦେଶ, ଅର୍ଥ ନୈତିକ ସୁଦୃଢ କରିବା ବିଜେପି ମୂଳ ଲକ୍ଷ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା କୁ ଲୋକ ଙ୍କ ନିକଟରେ ରେ ପହଁଚେଇ ଵା ପ୍ରେତ୍ୟକ ବିଜେପି କର୍ମୀ ଆଜି ର ଦିନ ରେ ଶପଥ ନେଇ କାର୍ଯ୍ୟ କରିବାକୁ ଶ୍ରୀ ବଳ ସାମନ୍ତ ଆହ୍ୱାନ ଦେଇ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking