34.9 C
Bhubaneswar
Monday, April 6, 2026
Homeଓଡିଶାବିଜେପିର ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ବିଜେପିର ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦଳର ସମସ୍ତ ଦେବଦୁର୍ଲଭ କାର୍ୟ୍ୟକର୍ତ୍ତା, ସମର୍ଥକଙ୍କୁ ଅଭିନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଆମ ଉପରେ ବିଶ୍ୱାସ ରଖିଥିବା ଜନସାଧାରଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ବିଜେପି କେବଳ ଏକ ରାଜନୈତିକ ସଂରଚନା ନୁହେଁ,ତ୍ୟାଗ, ଆଦର୍ଶ, ସନାତନ ଜୀବନ ମୂଲ୍ୟବୋଧରେ ସିକ୍ତ ଜୀବନ୍ତ ବିଚାରଧାରା, ରାଷ୍ଟ୍ର ପ୍ରଥମ ମନ୍ତ୍ରରେ ଅନୁପ୍ରାଣିତ ରାଷ୍ଟ୍ରବାଦୀ ପରିବାର ବିଶାଳ ବଟ ବୃକ୍ଷରେ ପିରଣତ ଏକ ବିଶାଳ ବଟବୃକ୍ଷ ସଦୃଶ ଭାରତୀୟଙ୍କ ଆଶା ଓ ବିଶ୍ୱାସକୁ ପରିପୂର୍ଣ୍ଣ କରୁଛି।

ଭାଜପାର ବିକାଶ ଯାତ୍ରା କ୍ଷମତା ପାଇଁ ନୁହେଁ, ସଂସ୍କାର ଓ ସେବାର ଏକ ନିରନ୍ତର ପ୍ରବାହ। ଅନ୍ତ୍ୟୋଦୟରୁ ରାଷ୍ଟ୍ରୋଦୟ’ ପର୍ୟ୍ୟନ୍ତ ଆମର ଯେଉଁ ସଂକଳ୍ପ ରହିଛି। ସମାଜର ଶେଷ ଧାଡ଼ି ପାଖରେ ବିକାଶର ସୁଫଳ ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ। ଆଜି ଓଡ଼ିଶାରେ ବିକାଶର ଯେଉଁ ନୂଆ ଯୁଗ ସୃଷ୍ଟି ହୋଇଛି। ତାହା ଆମର ନିଷ୍ଠାପର, କର୍ମଠ କାର୍ୟ୍ୟକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ସାଙ୍ଗଠନିକ ଏକତାର ପରିଣାମ। ଆସନ୍ତୁ ମୋଦୀଙ୍କ ନେତୃତ୍ବରେ ‘ସମୃଦ୍ଧ ଓଡ଼ିଶା’ ତଥା ‘ବିକଶିତ ଭାରତ’ ନିଜକୁ ସମର୍ପିତ କରିବା। କର୍ମୀଙ୍କ ନିଃସ୍ୱାର୍ଥପର ସେବା ଓ ନିଷ୍ଠା ଆମ ଶକ୍ତି ଏବଂ ଭବିଷ୍ୟତ ପାଇଁ ପ୍ରେରଣା ହେବ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking