18.1 C
Bhubaneswar
Tuesday, November 26, 2024
Homeଓଡିଶାତୁରନ୍ତ ରାଜ୍ୟ ସରକାର ସମସ୍ତ ମଣ୍ଡିରୁ ଧାନ ନଉଠାଇଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ :...

ତୁରନ୍ତ ରାଜ୍ୟ ସରକାର ସମସ୍ତ ମଣ୍ଡିରୁ ଧାନ ନଉଠାଇଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ : ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ସାରା ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ପାଖରେ ଧାନ ବିକ୍ରି ନହୋଇପାରି ସ୍ଥାନୀୟ ମଣ୍ଡିଗୁଡିକରେ ପଡିରହିଛି । ସରକାରଙ୍କ ତରଫରୁ ଟୋକନ ବ୍ୟବସ୍ଥାରେ ଧାନ ବିକ୍ରି ପାଇଁ ଥିବା ବିଧି ବ୍ୟବସ୍ଥାରେ ପ୍ରାୟ ୫ ହଜାର ଚାଷୀଙ୍କ ଟୋକନ ଲ୍ୟାପସ୍ ହେବା କାରଣରୁ ସେମାନଙ୍କ ଧାନ ମଣ୍ଡିରେ ପଡିରହିଛି । ଏଥିପାଇଁ ଯେତେ ସଂଖ୍ୟାରେ ଚାଷୀ ପଞ୍ଜୀକରଣ କରିଥିଲେ ଟୋକନ ନଦେବା କାରଣରୁ ସେମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ଖୋଲା ବଜାରରେ କ୍ୱିଂଟାଲ ପିଛା ୧ ହଜାର ଟଙ୍କାରେ ଧାନବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି । ଟୋକନ ପାଇଥିବା ଚାଷୀ ମଣ୍ଡିରେ ଧାନବିକ୍ରି କଲାବେଳେ ମିଲର୍ସ ମାନେ ମନଇଚ୍ଛା କ୍ୱିଂଟାଲ ପିଛା ୮/୧୦ କେଜି କଟନୀ ଛଟନୀ କରି ଚାଷୀଙ୍କୁ ଶୋଷଣ କରୁଛନ୍ତି । ଚଳିତ ରବି ଋତୁରେ ସରକାର ଟୋକନର ଅବଧି ମାତ୍ର ୧୨ ଦିନ କରିଦେଇଥିବାରୁ ଅନେକ ଚାଷୀଙ୍କ ଟୋକନ ଲ୍ୟାପସ ହୋଇଛି । ମଣ୍ଡିରେ ପଡିଥିବା ଧାନ ଗଡା ହେବାର ଦୃଶ୍ୟ ପ୍ରତିଦିନ ଗଣମାଧ୍ୟମରେ ପ୍ରସାରଣ କରୁଛି । ଏପରି ଅବ୍ୟବସ୍ଥା ବିରୁଦ୍ଧରେ ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ଯୋଗାଣ ନିଗମ ଆଗରେ ଧାରଣା ଦିଆଯିବା ସହ ତୁରନ୍ତ ବାକି ଥିବା ଧାନକୁ କିଣିବା ପାଇଁ ଦାବି କରାଯାଇଥିଲା । ଜୁନ୍ ୩୦ ତାରିଖ ସୁଦ୍ଧା ଧାନ ସବୁ କିଣାଯିବ ବୋଲି ଯୋଗାଣ ନିଗମର ମ୍ୟାନେଜିଂ ଡାଇରେକ୍ଟର ପ୍ରତଶୃତି ଦେବା ପରେ ବି ଏଯାବତ୍ ମଣ୍ଡିରୁ ଗୋଟିଏ ବସ୍ତା ଧାନ ଉଠିଲା ନାହିଁ । ପଂଜୀକୃତ ଚାଷୀ ଏବଂ ଅକାମୀ ହୋଇଥିବା ଟୋକନରେ ସମସ୍ତ ଧାନ କିଣିବା ଦାବିରେ ଆଜି ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ସମସ୍ତ ଧାନମଣ୍ଡି ଏବଂ ସିଏସଓ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି । ଆଗାମୀ ଦିନରେ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣାନଗଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଚେତାବନୀ ଦେଇଛନ୍ତି ।
ଚାଷୀମାନଙ୍କୁ ରାଜ୍ୟ ସରକାର ପ୍ରତାରଣା କରିଚାଲିଛନ୍ତି । କେନ୍ଦ୍ର ସରକାର ବିଭିନ୍ନ ଫସଲର ଏମଏସପି ବୃଦ୍ଧି କରିବା, ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଅର୍ଥ ଯୋଗାଇବା, ବିଭିନ୍ନ ସାର ଓ ଚାଷ ଉପକରଣରେ ରିହାତି ଦେବାବେଳେ ରାଜ୍ୟସରକାରଙ୍କ ଚାଷୀମାରଣ ନୀତି ଯୋଗୁଁ ଓଡିଶାର ଚାଷୀକୂଳ ଆଜି ହତାଶ ହୋଇଛି । ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି । ରାଜ୍ୟରେ ଧାନ ସଂଗ୍ରହ ପାଇଁ କେନ୍ଦ୍ର ସରକାରଙ୍କ ୧୫୧ ଦିନର ସମୟ ଅବଧିକୁ ଅଣଦେଖା କରାଯାଇଛି । ପିଏମସି କିମ୍ବା ପିପିସି ସଚିବଙ୍କ ଦ୍ୱାରା ୩୦ ଦିନିଆ ଟୋକନ ବ୍ୟବସ୍ଥାର ଅପବ୍ୟବହାର କରାଯାଉଛି । ବିଜେପି ଓଡିଶାର ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏ ଆନ୍ଦୋଳନ ଲଢୁଛି । ଅନ୍ୟପଟେ କଂଗ୍ରେସ ରାଜ୍ୟରେ ବିଜେଡିର ବି ଟିମ୍ ଭାବେ କାମ କରୁଛି । ସେମାନେ ନା ଚାଷୀଙ୍କ ପାଇଁ ଲଢୁଛନ୍ତି ନା ପେଟ୍ରୋଲ ଡିଜେଲ ଉପରୁ ଭାଟ୍ କମାଇବା ପାଇଁ ବିଜେଡିକୁ ବିରୋଧ କରୁଛନ୍ତି । ବିଜେଡିର ଢାଲ ସାଜି କଂଗ୍ରେସ ଓଡିଶାରେ କାର୍ଯ୍ୟ କରୁଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ।
ରାଜ୍ୟର ସମସ୍ତ ଜିଲ୍ଲାରେ ଧାନମଣ୍ଡି ଘେରାଉ ଏବଂ ସିଏସଓ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି । ବଲାଙ୍ଗିରରେ ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓ, ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଓ ଲକ୍ଷ୍ମଣ ବାଗ୍‌; ସମ୍ବଲପୁରରେ ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ବିଧାୟକ ନାଉରୀ ନାଏକ ଓ ରାଧେଶ୍ୟାମ ବାରିକ;
ନୂଆପଡାରେ ସୁବ୍ରତ ଠାକୁର; ବରଗଡରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ, ଅଶ୍ୱିନୀ ଷଡଙ୍ଗୀ; ସୁନ୍ଦରଗଡରେ ବିଧାୟକ ଭବାନୀ ଭୋଇ, କୁସୁମ ଟେଟେ, ରଂଜନ ପଟେଲ; ଦେବଗଡରେ ବିଧାୟକ ସୁବାଷ ପାଣିଗ୍ରାହୀ, ମୀନକେତନ ପ୍ରଧାନ; ଝାରସୁଗୁଡାରେ ଟଙ୍କଧର ତ୍ରିପାଠୀ, ରାଧାରାଣୀ ପଣ୍ଡା, ମଙ୍ଗଳ ସାହୁ; ରାଉରକେଲାରେ ବିଧାୟକ ଶଙ୍କର ଓରାମ, ଲତିକା ପଟ୍ଟନାୟକ ଓ ନିହାର ରାୟ; କଳାହାଣ୍ଡିରେ ଶର୍ମିଷ୍ଠା ମେହରେ, ଦେବେନ୍ଦ୍ର ମହାନ୍ତି, ରମେଶ ମାଝୀ; କୋରାପୁଟରେ ସୁମନ୍ତ ପ୍ରଧାନ, ଗୌତମ ସାମନ୍ତରାୟ; କେନ୍ଦୁଝରରେ ରାଧାକାନ୍ତ ମହନ୍ତ, ଜିଲ୍ଲା ସଭାପତି ସବୁଜ ଅଂଶୁମାନ ମହନ୍ତ; ଖୋର୍ଦ୍ଧାରେ ରଶ୍ମୀରଂଜନ ମହାପାତ୍ର, ତାପସ ଜେନା; ସୋନପୁରରେ ପ୍ରମୋଦ ମହାପାତ୍ର, ଉଷା କୁମାର ଦେବୀ; ବୌଦ୍ଧରେ ବିପ୍ର ମହାନ୍ତି; କଟକରେ ଲଲାତେନ୍ଦୁ ବଡୁ, ଶଙ୍କର୍ଷଣ ମହାନ୍ତି; ଭୁବନେଶ୍ୱରରେ ଜିଲ୍ଲା ସଭାପତି ବାବୁ ସିଂ, ଜଗନ୍ନାଥ ପ୍ରଧାନ; ପୁରୀରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ. କାମାକ୍ଷା ପ୍ରସାଦ ପ୍ରଧାନ; ଭଦ୍ରକରେ ; ଯାଜପୁରରେ ଚୈତନ୍ୟ ସାମଲ; କେନ୍ଦ୍ରାପଡାରେ କିଶୋର ପଣ୍ଡା; ଜଗତସିଂହପୁରରେ ବିଭୁ ପ୍ରସାଦ ତରାଇ, ସତ୍ୟବ୍ରତ ମହାପାତ୍ର ଓ ସଂପଦ ସ୍ୱାଇଁ ପ୍ରମୁଖଙ୍କ ନେତୃତ୍ୱରେ ଘେରାଉ ଏବଂ ରାସ୍ତାରୋକ କାର୍ଯ୍ୟକ୍ରମ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking