25.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶଗୁଜୁରାଟରେ ଏକତରଫା ବିଜୟ ହାସଲ କଲା ବିଜେପି: ୧୫୮ ସିଟରେ ରହିଛି ଆଗୁଆ

ଗୁଜୁରାଟରେ ଏକତରଫା ବିଜୟ ହାସଲ କଲା ବିଜେପି: ୧୫୮ ସିଟରେ ରହିଛି ଆଗୁଆ

ଗୁଜୁରାଟ: ଗୁଜୁରାଟ ବିଧାନସଭା ଆସନ ଉପରେ ଅକ୍ତିଆର କରିଛି ଭାରତୀୟ ଜନତା ପାର୍ଟି । ୧୫୮ ସିଟରେ ଆଗୁଆ ରହି ଏହି ସିଂହାସନରେ ଦଳ ନିଜ ଦବଦବା ଜାହିର କରିଛି । କଂଗ୍ରେସ ଏବଂ ଆମ୍ ଆଦମି ପାର୍ଟି ଭଳି ଶକ୍ତିଶାଳୀ ଦଳକୁ ମାତ୍ ଦେଇ ଏକ ମହା ରେକର୍ଡ ସୃଷ୍ଟି କରିଛି । ଗତ ୨୦ ୧ର୍ଷର ରେକର୍ଡ ଭାଙ୍ଗି ବିଜେପି ଚଳିତ ବର୍ଷ ହାସଲ କରିଛି ଐତିହାସିକ ବିଜୟ ।

ଗୁଜୁରାଟରେ ସବୁ ଆଲୋଚନା, ପର୍ଯ୍ୟାଲୋଚନା ଉପରେ ପଡିଛି ପୂର୍ଣ୍ଣଚ୍ଛେଦ । ସମସ୍ତ ବିରୋଧିଙ୍କୁ ପଛରେ ପକାଇ ବାଜି ମାରି ନେଇଛି ଭାରତୀୟ ଜନତା ପାର୍ଟି । ମୋଟ ୧୮୨ରୁ ୧୫୮ଟି ସିଟରେ ଆଗୁଆ ରହି ଐତିହାସିକ ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ବିଜୟ ରୂପାନୀ । ବିଜୟ ପରେ ଗୁଜୁରାଟ ଏବେ ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଛି । ଏହାପରେ ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବିଜୟ । ଏ ନେଇ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରେସମିଟରେ ସୂଚନା ଦେଇଛନ୍ତି । ବିଜୟଙ୍କ ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

ଗୁଜୁରାଟ ବିଧାନସଭା ନିର୍ବାଚନର ଫଳାଫଳ ଏବେ ଘୋଷଣା ହୋଇସାରିଛି । ଏହି ଯୁଦ୍ଧରେ ପୁଣିଥରେ ବିଜେପି ବାଜିମାତ୍ କରିଛି । କଂଗ୍ରେସ ଏବଂ ଆପ୍ କୁ ଖୁବ ପଛରେ ପକାଇ ସିଂହାସନ ଉପରେ ନିଜର କବଜା କରିଛି ଭାରତୀୟ ଜନତା ପାର୍ଟି । ଏହି ନିର୍ବାଚନରେ ବିଜେପି ୧୫୮ ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୧୬ ଏବଂ ଆପ୍ ମାତ୍ର ୫ଟି ସିଟରେ ଆଗୁଆ ରହି ପାରିଛି । ଫଳରେ ବିଧାନସଭା ନିର୍ବାଚନକୁ ଏକତରଫା ଭାବେ ଜିତି ନେଇଛି ବିଜେପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking