17.1 C
Bhubaneswar
Monday, November 25, 2024
Homeଓଡିଶାଓଡ଼ିଶାର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ଧ୍ୟାନ ଦେବାକୁ ଦାବି କଲେ ବିଜେଡି ସାଂସଦ...

ଓଡ଼ିଶାର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ଧ୍ୟାନ ଦେବାକୁ ଦାବି କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ : ଓଡିଶା ଦେଶର ଦ୍ରୁତତମ ଅଭିବୃଦ୍ଧି କରୁଥିବା ରାଜ୍ୟ ମଧ୍ୟରୁ ଅନ୍ୟତମ । ରାଜ୍ୟର ବିକାଶ ପ୍ରତି ଉପଯୁକ୍ତ ଧ୍ୟାନ ଦିଆଗଲେ ଏହାର ବାସ୍ତବତା ହୃଦୟଙ୍ଗମ ହେବ । ଓଡିଶାକୁ ଭିତ୍ତିଭୂମି ସହାୟତା ଓ ସମ୍ବଳ ପ୍ରଦାନ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ । ଜାତୀୟ ରାଜପଥ, ଡିଜିଟାଲ କନେକ୍ଟିଭିଟି ଓ ବ୍ୟାଙ୍କିଙ୍ଗ ସେବା ଭିତ୍ତିଭୂମି ବିକାଶର ପ୍ରମୁଖ କ୍ଷେତ୍ର । ରାଜ୍ୟରେ ଏହାର ବିକାଶ ପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ରାଜ୍ୟରେ ବହୁ ଜାତୀୟ ରାଜପଥ ପ୍ରକଳ୍ପ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । କଟକ-ସମ୍ବଲପୁର ପରି ବହୁ ଜାତୀୟ ରାଜପଥ ପ୍ରକଳ୍ପ ବହୁ ବର୍ଷ ଧରି ଦୁର୍ବଳ ଅବସ୍ଥାରେ ରହିଛି । ଉପକୂଳ ରାଜପଥ ପ୍ରକଳ୍ପ କେବଳ ଫାଇଲରେ ସୀମିତ ରହିଛି । ରାଜ୍ୟରେ ଉପକୂଳ ରାଜପଥ ପ୍ରକଳ୍ପରେ ଗୋଟିଏ ବି ଇଟା ପଡିନି । ରେଳବାଇରେ ଓଡିଶାକୁ ସମ୍ପୁର୍ଣ୍ଣ ଅବହେଳା କରାଯାଉଛି । ବହୁ ରେଳପଥ ପାଇଁ ରାଜ୍ୟ ସରକାର ମାଗଣା ଜମି ଯୋଗାଇଦେଉଛନ୍ତି । ଜୟପୁର-ନବରଙ୍ଗପୁର. ଜୟପୁର-ମାଲକାନଗିରି ପ୍ରକଳ୍ପ ପାଇଁ ୫୦% ଅର୍ଥ ରାଜ୍ୟ ଦେଉଛି ।

ଏହିସବୁ ପ୍ରକଳ୍ପରେ କୌଣସି ଅଗ୍ରଗତି ହେଉନାହିଁ । ପାରାଦ୍ୱୀପ-ହରିଦାସପୁରକୁ ଯାତ୍ରୀବାହୀ ଟ୍ରେନ ଚାଲିପାରୁନି । ପୁରୀ-କୋଣାର୍କ ନୂଆ ରେଳ ଲାଇନ ପ୍ରସ୍ତାବ ଉପରେ କୌଣସି ନିଷ୍ପତ୍ତି ନେଉନି ରେଳବାଇ । ଏହି ପ୍ରକଳ୍ପ ପାଇଁ ଜମି ଓ ପ୍ରକଳ୍ପ ଖର୍ଚ୍ଚର ୫୦% ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟର ୧୨ଟି ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବାକୁ ଚୁକ୍ତିନାମା ହୋଇଥିଲା । କେବଳ ଭୁବନେଶ୍ୱରକୁ ବାଦ ଦେଲେ ଅନ୍ୟ ୧୧ଟି ଷ୍ଟେସନର ବିକାଶ ହୋଇନି । ରାଜ୍ୟରେ ମୋବାଇଲ ଓ ଡିଜିଟାଲ ଯୋଗାଯୋଗ ଅତ୍ୟନ୍ତ ଦୁର୍ବଳ । ଆଦିବାସୀ ଅଧ୍ୟୁକ୍ଷିତ, ଦକ୍ଷିଣ ଓ ପଶ୍ଚିମ ଓଡିଶାର ଲୋକେ ଏହି ସେବା ପାଇପାରୁନାହାଁନ୍ତି । ଏବେ ବି ଲୋକେ ଗଛରେ ଚଢି ମୋବାଇଲ ନେଟୱର୍କ ବ୍ୟବହାର କରୁଛନ୍ତି । ରାଜ୍ୟର ବହୁ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ନାହିଁ । ପଞ୍ଚାୟତରେ ବ୍ୟାଙ୍କର କାର୍ଯ୍ୟାଳୟ ନଥିବାରୁ ଲୋକେ ପ୍ରଭାବିତ ହେଉଛନ୍ତି । ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ଏଦିଗରେ ଧ୍ୟାନ ଦେବାକୁ ଦାବି । ସଂସଦରେ ଦାବି ରଖିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking