28.1 C
Bhubaneswar
Friday, October 18, 2024
Homeଓଡିଶାକେନ୍ଦ୍ର ସରକାର ଅଧିକ ୧୦ଲକ୍ଷ ମେଟ୍ରିକଟନ୍ ଚାଉଳ ଉଠାଇବା ନିଷ୍ପତି ନେବା ପରେ ବିଜେଡି ହତୋତ୍ସାହିତ...

କେନ୍ଦ୍ର ସରକାର ଅଧିକ ୧୦ଲକ୍ଷ ମେଟ୍ରିକଟନ୍ ଚାଉଳ ଉଠାଇବା ନିଷ୍ପତି ନେବା ପରେ ବିଜେଡି ହତୋତ୍ସାହିତ ହୋଇଯାଇଛି: ରବି ନାଏକ

ଭୁବନେଶ୍ୱର : ବିଜୁ ଜନତା ଦଳ ସବୁବେଳେ ଓଡ଼ିଶାର ଲୋକଙ୍କୁ ମିଛ କହି, କେନ୍ଦ୍ର ଅବହେଳାର ସୁଆଙ୍ଗ ରଚି ଭୋଟ ମାଗି ଆସୁଥିଲା । ମୋଦି ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଓଡ଼ିଶାକୁ ପ୍ରଚୁର ପରିମାଣରେ କେନ୍ଦ୍ରୀୟ ଅନୁଦାନ ଦେବା ସହିତ ସମସ୍ତ ପ୍ରସଙ୍ଗରେ ହାତଖୋଲି ସହାୟତା କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ଅଧିକ ୧୦ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ଉଠାଇବା ପାଇଁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଅନୁରୋଧ କରିବା ଓ ପିୟୁଷ ଗୋଏଲ ମହୋଦୟ ଏହାକୁ ମଞ୍ଜୁର କରିବା ଓଡ଼ିଶା ପାଇଁ ଏକ ଖୁସୀ ଖବର ।

କିନ୍ତୁ ବିଜୁ ଜନତା ଦଳ ବୋଧହୁଏ ଏହି ମଞ୍ଜୁରୀ ନିଷ୍ପତି ପରେ ଦୁଃଖି ହୋଇଯାଇଛି କାରଣ ସେମାନଙ୍କ ହାତରୁ ଏକ ରାଜନୈତିକ ପ୍ରସଙ୍ଗ ହାତଛଡା ହୋଇଯାଇଛି । ଏପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ବଦଳରେ ସମାଲୋଚନା କରି ବିଜୁ ଜନତା ଦଳ ନିଜର ଓଡ଼ିଶା ବିରୋଧୀ ମାନସିକତାକୁ ପ୍ରତିପାଦିତ କରିଛି । ବିଜୁ ଜନତା ଦଳ କିଛି ନକରି ଆଗରୁ କେବଳ ଚାଉଳ କାହିଁକି ଉଠୁନାହିଁ ବୋଲି ମିଛରେ କୁମ୍ଭୀର କାନ୍ଦଣା କାନ୍ଦୁଥିଲା । କେନ୍ଦ୍ର ସରକାର ଓଡ଼ିଶାରୁ ଉଷୁନା ଚାଉଳ ଉଠାଇବା ନେଇ ତ୍ୱରିତ ନିଷ୍ପତି ନେଲା ପରେ ବିଜୁ ଜନତା ଦଳ ହତୋତ୍ସାହିତ ହୋଇ ବାଚଳାମି କରୁଛି । ବିଜୁ ଜନତା ଦଳର ବକ୍ତବ୍ୟରୁ ବୁଝାପଡୁଛି ଯେ, ସେମାନଙ୍କ ପାଇଁ ରାଜନୀତି ଆଗ ଓ ଓଡ଼ିଆ ଚାଷୀଙ୍କ ସ୍ୱାର୍ଥ ପଛ ବୋଲି ପୂର୍ବତନ ବିଧାୟକ ରବି ନାରାୟଣ ନାଏକ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking