ଭୁବନେଶ୍ୱର: ବାଚସ୍ପତି ନିର୍ବାଚନ ଲାଗି ନାମାଙ୍କନ ଭରିଲେ ବିକ୍ରମ କେଶରୀ ଆରୁଖ । ସେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତା ୧୩ ତାରିଖରେ ନିର୍ବାଚିତ ହେବେ ନୂଆ ବାଚସ୍ପତି । ପୂର୍ବରୁ ବିକ୍ରମ କେଶରୀ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ । ବିକ୍ରମ କେଶରୀ ଆରୁଖ ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡିର ବିଭିନ୍ନ ବରିଷ୍ଠ ନେତା ଉପସ୍ଥିତ ଥିଲେ ।