31.1 C
Bhubaneswar
Wednesday, April 29, 2026
Homeଓଡିଶାଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ: ସଂକଳ୍ପ ନେଲେ ନେତା ଓ କର୍ମୀ

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ: ସଂକଳ୍ପ ନେଲେ ନେତା ଓ କର୍ମୀ

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପବିତ୍ର ଜୟନ୍ତୀ ଅବସରରେ ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜନସମ୍ପର୍କ ଅଭିଯାନ ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜନତା ମଇଦାନ ଗାନ୍ଧୀ ପାର୍କରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଅଶୋକ ପଣ୍ଡାଙ୍କ ଆବାହକତ୍ୱରେ ଜନସମ୍ପର୍କ ଅଭିଯାନର ସଂକଳ୍ପ ନିଆଯାଇଅଛି। ଏହି ଅବସରରେ ଦଳର ବରିଷ୍ଠ ନେତା ଶ୍ରୀ ଦେବୀ ପ୍ରସାଦ ମିଶ୍ର ଜନସମ୍ପର୍କ ଅଭିଯାନର ସଂକଳ୍ପ ପାଠ କରାଇଥିଲେ।

ମହାତ୍ମା ଗାନ୍ଧୀ ଅହିଂସାର ପ୍ରତୀକ। ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ସ୍ଥାନ ଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସବୁବେଳେ ଦାବି କରି ଆସୁଛନ୍ତି। ଅହିଂସା ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବା ପାଇଁ ବିଜେଡି ସଂଗ୍ରାମ ଜାରି ରଖିବ ବୋଲି ସଂକଳ୍ପ ନିଆଯାଇଛି।

ଆସନ୍ତା ୯ ତାରିଖ ଗୋପବନ୍ଧୁ ଜୟନ୍ତୀରୁ ଆରମ୍ଭ ହେବାକୁ ଥିବା ପଦଯାତ୍ରାରେ ଘର ଘର ବୁଲି ନବୀନ ପଟ୍ଟନାୟକ ସରକାରଙ୍କ ସଫଳତା ଓ ବର୍ତ୍ତମାନର ବିଜେପି ସରକାରଙ୍କ ବିଫଳତା ନେଇ ଜନସଚେତନତା ସୃଷ୍ଟି କରିବ ବିଜେଡି। ଏହା ନଭେମ୍ବର ୯ ଯାଏଁ ମାସେ ବ୍ୟାପୀ ପ୍ରତି ୱାର୍ଡ, ବ୍ଲକ, ପଞ୍ଚାୟତ, ଜିଲ୍ଲା ପରିଷଦ, ପୌରାଞ୍ଚଳ ଓ ନିର୍ବାଚନ ମଣ୍ଡଳୀରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି। ଗାନ୍ଧୀ ଜୟନ୍ତୀ ଅବସରରେ ବାର୍ତ୍ତା ଦେଇ ନବୀନ କହିଛନ୍ତି ଯେ, ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଅହିଂସାକୁ ଭାରତର ସମ୍ବିଧାନର ମୁଖବନ୍ଧରେ ସାମିଲ କରିବା ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ବିଶେଷକରି ଏହି ଜନସଂପର୍କ ପଦଯାତ୍ରା ସମୟରେ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ନିଆଯାଇଥିବା ଲୋକାଭିମୁଖୀ କାର୍ୟ୍ୟକ୍ରମ ଗୁଡିକର ଅବତାରଣା କରିବା ସଙ୍ଗେ ସଙ୍ଗେ ବର୍ତ୍ତମାନର ସରକାର, ଦେଇଥିବା ପ୍ରତିଶୃତି ପାଳନରେ ବିଫଳତା, ମହିଳାମାନଙ୍କୁ ପ୍ରତାରଣା ଓ ନିର୍ୟ୍ୟାତନା, ଆଇନଶୃଙ୍ଖଳାର ଅଧୋଗତି, ପଞ୍ଚାୟତରେ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ଅଭିସନ୍ଧି, ଚାଷୀମାନଙ୍କ ସମସ୍ୟା ପ୍ରତି ବିମୁଖତା, ଯୁବସମାଜ ଓ ଛାତ୍ରଛାତ୍ରୀଙ୍କ ସମସ୍ୟା, ଦରଦାମ ବୃଦ୍ଧି, ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କୁ ଉପେକ୍ଷା ଆଦି ବିଭିନ୍ନ ପ୍ରସଙ୍ଗ ସଂପର୍କରେ ଲୋକଙ୍କୁ ସଚେତନ କରାଯିବ ସମ୍ପର୍କରେ ନେତୃମଣ୍ଡଳୀ ସଂକଳ୍ପ ନେଇଥିବା କହିଛନ୍ତି ଶ୍ରୀ ଦେବୀ ପ୍ରସାଦ ମିଶ୍ର l

ଜନସମ୍ପର୍କ ଅଭିଯାନ ସଂକଳ୍ପ ଅବସରରେ ବିଜୁ ଜନତା ଦଳର ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା, ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ପଣ୍ଡା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର-ମଧ୍ୟ ବିଧାୟନ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗୀନ ଛୁରିଆ, ଯୁବ ସଭାପତି ଚିନ୍ମୟ ସାହୁ, ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ, ସାଧାରଣ ସମ୍ପାଦକ ବିଜୟ ନାୟକ, ସୁମିତ୍ରା ଜେନା, ମିନତୀ ବେହେରା, ସ୍ଥାନୀୟ କର୍ପୋରେଟର ଓ ଦଳର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।ଏଥିସହିତ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଜନସମ୍ପର୍କ ଅଭିଯାନର ସଂକଳ୍ପ ନେଇଛନ୍ତି ଦଳୀୟ ନେତୃବୃନ୍ଦ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking