28.1 C
Bhubaneswar
Sunday, September 8, 2024
Homeଓଡିଶାବିଧାନସଭାରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବୁ: ବିଜେଡି

ବିଧାନସଭାରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବୁ: ବିଜେଡି

 ବିଜେପି ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛି କି ନାହିଁ ନଜର ରଖିବୁ
 ବିଧାନସଭାରେ ବିଜେଡି ସକରାତ୍ମକ ପ୍ରସଙ୍ଗ ଉଠାଇବ
ଭୁବନେଶ୍ୱର, : ଶଙ୍ଖ ଭବନଠାରେ ଆଜି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ବିଧାନସଭା ଅଧିବେଶନ ପାଇଁ ଦଳର ରଣନୀତି ପ୍ରସ୍ତୁତ କରାଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ ।
ଶ୍ରୀ ଦେବ ଆହୁରି କହିଛନ୍ତି ଯେ, ଦିବଙ୍ଗତ ପଦ୍ମଶୀ କମଳା ପୂଜାରୀଙ୍କ ପାଇଁ ଶୋକ ବାର୍ତ୍ତା ଦେଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସମସ୍ତ ବିଧାୟକ ଉପସ୍ଥିତ ଥିଲେ । ଆଗକୁ ହେବାକୁ ଥିବା ବିଧାନସଭା ପାଇଁ ବିଜୁ ଜନତା ଦଳର ରଣନୀତି ନେଇ ଆଲୋଚନା ହୋଇଥିଲା । ଦଳ ସଭାପତି ନବୀନ ପଟ୍ଟନାୟକ ବିଧାୟକଙ୍କୁ ଯେଉଁ ବିଭିନ୍ନ ବିଭାଗର ଦାୟିତ୍ୱ ଦେଇଛନ୍ତି । ସେଥିପାଇଁ ପ୍ରସ୍ତୁତ ହେବୁ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକୁ ତଦାରଖ କରିବା ପାଇଁ ଆଲୋଚନା ହୋଇଥିଲା । ରାଜ୍ୟର ସାଧାରଣ ଜନତାଙ୍କ ହିତ ପାଇଁ ବିରୋଧୀ ଦଳ ହିସାବରେ ଆଗାମୀ ବିଧାନସଭାରେ ରଣନୀତିକୁ ଶାଣିତ କରିବୁ । ସରକାର କିଭଳି ଲକ୍ଷ୍ୟ ବିଚ୍ୟୁତ ନହେବେ ତାହାକୁ ଆମେ ଅନୁଧ୍ୟାନ କରିବୁ । ସକରାତ୍ମକ ଭାବେ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗ ଉଠାଇବୁ ।
ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଯେଉଁ କଥା କହି ବିଜେପି ଦଳ ସରକାରକୁ ଆସିଛି, ପ୍ରଥମେ ସେହି ପ୍ରସଙ୍ଗ ଉଠିବ । ଧାନ, ବିଦ୍ୟୁତ ଓ ଭତ୍ତା ଆଦି ପ୍ରତିଶ୍ରୁତି ପୂରଣ କରୁଛନ୍ତି କି ନାହିଁ, ତାହା ଉପରେ ଆମେ ତୀକ୍ଷ୍ଣ ନଜର ରଖିବା ସହ ବିଧାନସଭାରେ ଉପସ୍ଥାପନ କରିବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking