33.1 C
Bhubaneswar
Sunday, May 17, 2026
Homeଓଡିଶାଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବକ୍ତବ୍ୟ; ବିକଶିତ ଓଡିଶା ନୁହେଁ, ବିଖଣ୍ଡିତ ଓଡିଶା ପାଇଁ ଉଦ୍ଦିଷ୍ଟ: ବିଜେଡି

ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବକ୍ତବ୍ୟ; ବିକଶିତ ଓଡିଶା ନୁହେଁ, ବିଖଣ୍ଡିତ ଓଡିଶା ପାଇଁ ଉଦ୍ଦିଷ୍ଟ: ବିଜେଡି

– ଜୟନାରାୟଣ ମିଶ୍ର ଦେଇଥିବା ବକ୍ତବ୍ୟ ବିଭେଦ ସୃଷ୍ଟିକାରୀ ଓ ନିନ୍ଦନୀୟ
– ବିଦ୍ୱେଷ ଓ ଘୃଣା ସୃଷ୍ଟି କରିବା କ’ଣ ଓଡିଆ ଅସ୍ମିତା କି?
– ଶ୍ରୀ ମିଶ୍ରଙ୍କ ବକ୍ତବ୍ୟ ଉପରେ ସ୍ପଷ୍ଟିକରଣ ରଖନ୍ତୁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଦେଇଥିବା ବିବାଦୀୟ ବକ୍ତବ୍ୟକୁ ବିଜୁ ଜନତା ଦଳ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ବିଜେଡି ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ବିକଶିତ ଓଡିଶାର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଏବେ ବିଖଣ୍ଡିତ ଓଡିଶାର ଭାଷା କହୁଛନ୍ତି। ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଯେଉଁ ଭଳି ଭାବେ ବିଦ୍ୱେଷ ସୃଷ୍ଟିକାରୀ ବକ୍ତବ୍ୟ ଦେଇଛନ୍ତି ତାହା ବିଜେପି ଦଳର ଅସଲ ସ୍ୱରୁପର ପରିପ୍ରକାଶ। ଭାଷା ଭିତ୍ତିକ ରାଜ୍ୟ ଗଠନ ହେବାର ୧୦୦ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ, ବିଜେପିର ଏଭଳି ଆଭିମୁଖ୍ୟ ଓଡିଶାର ଏକତାକୁ କୁଠାରଘାତ କରୁଛି।

ଡ଼ ମହାନ୍ତି ଆହୁରି କହିଛନ୍ତି ଯେ, ସମ୍ବଲପୁରଠାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ର ଦେଇଥିବା ଏହି ବକ୍ତବ୍ୟ ତାଙ୍କ ଅସୂୟା ମନୋଭାବ ଏବଂ ମନ୍ତ୍ରୀ ନହୋଇପାରିବାର ହତାଶା ଭାବର ପରିପ୍ରକାଶ। ଭାରତୀୟ ଜନତା ପାର୍ଟି ଏଥିପାଇଁ ରାଜ୍ୟବାସୀଙ୍କ ନିକଟରେ ସ୍ପଷ୍ଟ ମତ ରଖିବା ଆବଶ୍ୟକ ଏବଂ ଶ୍ରୀ ମିଶ୍ର ତାଙ୍କ ବିବାଦୀୟ ବକ୍ତବ୍ୟ ଲାଗି ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ। ନିଜ ଦଳର ବିଧାୟକଙ୍କ ଏହି ମତ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବା ନିତାନ୍ତ ଆବଶ୍ୟକ। ନଚେତ୍ ଓଡିଆ ଅସ୍ମିତା ଓ ବିକଶିତ ଓଡିଶାର ସ୍ଲୋଗାନ ଏକ ଫମ୍ପା ଆୱାଜ ଥିଲା ବୋଲି ରାଜ୍ୟବାସୀ ଧରିନେବେ। ଚର୍ଚ୍ଚାରେ ରହିବା ପାଇଁ ଶ୍ରୀ ମିଶ୍ରଙ୍କ ଏହି ବକ୍ତବ୍ୟ ଦୁର୍ଭାଗ୍ୟଜନକ ଓ ବିଜୁ ଜନତା ଦଳ ଏହାର ଦୃଢ ନିନ୍ଦା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking