19.1 C
Bhubaneswar
Saturday, February 7, 2026
Homeଓଡିଶାତିନି ଆରଡିସି ଅଫିସ ଆଗରେ ଗର୍ଜିଲା ବିଜେଡି

ତିନି ଆରଡିସି ଅଫିସ ଆଗରେ ଗର୍ଜିଲା ବିଜେଡି

ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାରେ ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ ଦାବି
ହଜାର ହଜାର ବିଜେଡି କର୍ମୀ ବିକ୍ଷୋଭରେ ସାମିଲ
ମୋହନ ସରକାର ହଟାଅ ନାରାରେ କମ୍ପିଲା ବିକ୍ଷୋଭସ୍ଥଳ
ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ମହିଳାଙ୍କ ବିରୋଧରେ ଅପରାଧରେ ଅହେତୁକ ବୃଦ୍ଧି ବିରୋଧରେ ଓ ଏଫଏମ କଲେଜ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ବିଜୁ ଜନତା ଦଳ ତରଫରୁ କଟକ, ସମ୍ୱଲପୁର ଓ ବ୍ରହ୍ମପୁରରେ ଥିବା ଆରଡିସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ, ବିଜେଡିର ହଜାର ହଜାର କର୍ମୀ ସାମିଲ ହୋଇ ରାଜ୍ୟ ବିଜେପି ସରକାରଙ୍କ ବିରୋଧରେ ନାରାବାଜି କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ମୋହନ ସରକାର ହଟାଅ ନାରାରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ଦଳ ତରଫରୁ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଲିଖିତ ଏକ ସ୍ମାରକପତ୍ର ଏହି ତିନି ଆରଡିସିଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।

ବିଜେଡି ତରଫରୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିବା ସହିତ ନାରୀ, ଛାତ୍ରୀ ଓ ଶିଶୁ ମାନଙ୍କ ବିରୋଧରେ ଅପରାଧ ବୃଦ୍ଧିପାଇଛି ବୋଲି କୁହାଯାଇଛି । ଗୋପାଳପୁର ଗଣଦୁଷ୍କର୍ମ ଘଟଣା ସମଗ୍ର ରାଜ୍ୟକୁ ବ୍ୟଥିତ କରିଥିଲା ବେଳେ, ନ୍ୟାୟ ପାଇଁ ଦୀର୍ଘ ୬ ମାସ ଲଢ଼ିବା ପରେ ନ୍ୟାୟ ନପାଇ ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ଦେବା ଘଟଣା ସମଗ୍ର ଦେଶରେ ରାଜ୍ୟ ପାଇଁ ଲଜ୍ଜ୍ୟା ଓ ନିନ୍ଦା ଆଣିଛି । ଏଫଏମ କଲେଜ ଘଟଣା ରାଜ୍ୟବାସୀଙ୍କ ମନରୁ ନଲିଭୁଣୁ, ପୁରୀ ଜିଲ୍ଲାର ବଳଙ୍ଗା ଠାରେ ଗୋଟିଏ ନାବାଳିକାକୁ ଜିଅନ୍ତା ଜାଳିଦେବା ଉଦ୍ୟମ ଭଳି ହୃଦୟ ବିଦାରକ ଘଟଣା ଲୋକଲୋଚନକୁ ଆସିଛି । ଏହାଛଡା ଦୁଷ୍କର୍ମ, ଗଣଦୁଷ୍କର୍ମ ରାଜ୍ୟରେ ଏକ ନିତି ଦିନିଆ ଘଟଣା ହୋଇଛି । ରାଜ୍ୟରେ ପ୍ରତିଦିନ ୧୫ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି ।

ଏଫଏମ କଲେଜରେ ଛାତ୍ରୀ ଜଣକ ଦୀର୍ଘ ୬ ମାସ ଧରି ନ୍ୟାୟ ପାଇଁ ସଙ୍ଘର୍ଷ କରି ଆସୁଥିବା ବେଳେ, ସେ କଲେଜ ଅଧ୍ୟକ୍ଷଙ୍କ ସମ୍ମୁଖରେ ତାଙ୍କ ଅଭିଯୋଗ ଜଣାଇବା ବ୍ୟତୀତ ସ୍ଥାନୀୟ ପୋଲିସ, ଏସପି, ବିଧାୟକ, ସାଂସଦ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ, କେହି ତାଙ୍କୁ ନ୍ୟାୟ ପ୍ରଦାନ କରିନଥିଲେ । ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ, ଜଣେ ଉଚ୍ଚନ୍ୟାୟାଳୟର କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ ପାଇଁ ବିଜୁ ଜନତା ଦଳ ଦାବି କରୁଛି ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ରାଜ୍ୟର ତିନୋଟି ଯାକ ଆରଡିସି ଅଫିସ ସମ୍ମୁଖରେ ଦଳ ତରଫରୁ ପ୍ରଦର୍ଶନ କରାଯାଇଥିଲା ।

କଟକ ଆରଡିସି ଅଫିସ୍ ସାମ୍ନାରେ ବିଜେଡିର ବିକ୍ଷୋଭରେ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଶ୍ରୀ ପ୍ରତାପ ଜେନା, ଶ୍ରୀ ସୁଦାମ ମାରାଣ୍ଡି, ଶ୍ରୀ ପ୍ରଣବ ବଳବନ୍ତରାୟ, ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀ ସୁବାସ ସିଂ, ଶ୍ରୀ ଦେବାଶିଷ ସାମନ୍ତରାୟ, ଶ୍ରୀ ପ୍ରଫୁଲ୍ଲ ସିଂ, ଶ୍ରୀ ବ୍ୟୋମକେଶ ରାୟ, ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀ ସୌଭିକ ବିଶ୍ୱାଳ, ଶ୍ରୀ ସୁଭାଶିଷ ଖୁଣ୍ଟିଆ, ଶ୍ରୀ ସଞ୍ଜୀବ ମଲ୍ଲିକ, ଶ୍ରୀ ସୁଶାନ୍ତ ରାଉତ, ଶ୍ରୀ ପ୍ରଶାନ୍ତ ବେହେରା, ଶ୍ରୀ ଗଣେଶ୍ୱର ବେହେରା, ଶ୍ରୀ ଧ୍ରୁବ ସାହୁ, ଶ୍ରୀ ସାରଦା ଜେନା, ଶ୍ରୀ ରମାକାନ୍ତ ଭୋଇ, ଶ୍ରୀ ରମେଶ ବେହେରା, ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ଅଂଶୁମାନ ମହାନ୍ତି, ଶ୍ରୀ ସୁକାନ୍ତ ନାୟକ, ଶ୍ରୀ ସ୍ୱରୂପ ଦାସ, ଡ଼ ଲେଖାଶ୍ରୀ ସାମନ୍ତସିଂହାର, ଶ୍ରୀ ଅଶୋକ ପଣ୍ଡା, ଶ୍ରୀ ରାଜେନ୍ଦ୍ର ସାହୁ, ଶ୍ରୀ ପ୍ରଦୀପ ସାହୁ, ଶ୍ରୀ ରୁଦ୍ର ମହାରଥୀ, ଶ୍ରୀ ତୁଷାରକାନ୍ତି ବେହେରା, ଶ୍ରୀ ବିଜୟ ନାୟକ, ଶ୍ରୀମତୀ ଶର୍ମିଷ୍ଠା ସେଠୀ, କ୍ୟାପଟେନ ରାଜ ନାରାୟଣ ମହାପାତ୍ର, ଶ୍ରୀ ରାଜେନ୍ଦ୍ର ଦାସ, ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ଶ୍ରୀ ସାନନ୍ଦ ମାରାଣ୍ଡି, ପ୍ରମୁଖ ସାମିଲ ଥିଲେ ।

ସମ୍ବଲପୁର ଆରଡିସି ଅଫିସ୍ ସାମ୍ନାରେ ବିଜେଡିର ବିକ୍ଷୋଭରେ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଶ୍ରୀ ନିରଞ୍ଜନ ପୂଜାରୀ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀ ଦେବେଶ ଆଚାର୍ଯ୍ୟ, ଶ୍ରୀ ରୋହିତ ପୂଜାରୀ, ଶ୍ରୀ କଳିକେଶ ନାରାୟଣ ସିଂହଦେଓ, ଶ୍ରୀ ପ୍ରଦୀପ ଅମାତ, ଶ୍ରୀ ରଜନୀକାନ୍ତ ସିଂ, ଶ୍ରୀ ନଳିନୀକାନ୍ତ ପ୍ରଧାନ, ଶ୍ରୀମତୀ ବର୍ଷା ସିଂ ବରିହା, ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଶ୍ରୀମତୀ ରୀତା ସାହୁ, ଶ୍ରୀମତୀ ଅଳକା ମହାନ୍ତି, ଶ୍ରୀ ସାରଦା ନାୟକ, ଶ୍ରୀ ସୁଧୀର ସାମଲ, ଶ୍ରୀ ମୁକେଶ ପାଲ, ଶ୍ରୀ ମହେଶ ସାହୁ, ଆୟୁବ ଖାନ୍, ଶ୍ରୀ ଅଧିରାଜ ପାଣିଗ୍ରାହୀ, ଶ୍ରୀ ଲମ୍ବୋଦର ନିଆଲ ପ୍ରମୁଖ ସାମିଲ ଥିଲେ ।

ବ୍ରହ୍ମପୁର ଆରଡିସି ଅଫିସ୍ ସାମ୍ନାରେ ବିଜେଡିର ବିକ୍ଷୋଭରେ ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ଶ୍ରୀ ଚନ୍ଦ୍ରଶେଖର ସାହୁ, ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଶ୍ରୀ ରବି ନାରାୟଣ ନନ୍ଦ, ଶ୍ରୀ ପ୍ରଦୀପ ମାଝୀ, ଶ୍ରୀ ବିକ୍ରମ ପଣ୍ଡା, ଶ୍ରୀ ଭୃଗୁ ବକ୍ସିପାତ୍ର, ଶ୍ରୀ ମନୋହର ରନ୍ଧାରୀ, ଶ୍ରୀ ମାନସ ମାଡକାମୀ, ଶ୍ରୀ ଝିନ ହିକକା, ଶ୍ରୀ ରୂପେଶ ପାଣିଗ୍ରାହୀ, ଶ୍ରୀ ଭାସ୍କର ରାଓ, ଶ୍ରୀ ଜଗନ୍ନାଥ ସାରକା, ଶ୍ରୀ ଚକ୍ରମଣୀ କହଁର, ଶ୍ରୀ ବିକ୍ରମ ଆରୁଖ, ଶ୍ରୀମତୀ ଲତିକା ପ୍ରଧାନ, ଶ୍ରୀମତୀ ରଞ୍ଜିତା ସାହୁ, ଶ୍ରୀମତୀ ସଙ୍ଘମିତ୍ରା ଦଳେଇ, ଶ୍ରୀ ପ୍ରଫୁଲ୍ଲ ପାଙ୍ଗୀ, ଶ୍ରୀ ପ୍ରଦୀପ କୁମାର ଦିଶାରୀ, ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଶ୍ରୀମତୀ ପଦ୍ମିନୀ ଦିଆନ, ଶ୍ରୀମତୀ ମନୋରମା ମହାନ୍ତି, ଶ୍ରୀ ରଘୁନାଥ ଗମାଙ୍ଗୋ, ଶ୍ରୀ ରମେଶ ମାଝୀ, ଶ୍ରୀ ଶ୍ରୀକାନ୍ତ ସାହୁ, ଶ୍ରୀ ପୂର୍ଣ୍ଣ ସ୍ୱାଇଁ, ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ, ଶ୍ରୀ ସୁବାସ ବେହେରା, ଶ୍ରୀ ବିପ୍ଳବ ପାତ୍ର, ଶ୍ରୀ ସୂର୍ଯ୍ୟମଣୀ ବୈଦ୍ୟ, ଶ୍ରୀ ତୁମ୍ବନାଥ ପଣ୍ଡା, ଶ୍ରୀ ଚକ୍ରମଣୀ କହଁର, ଶ୍ରୀ ପ୍ରଭୁ ଜାନି, ଶ୍ରୀମତୀ ନନ୍ଦିନୀ ଦେବୀ, ଶ୍ରୀ ଶ୍ରୀରୂପ ଦେବ, ଶ୍ରୀମତୀ ଅନୁସୂୟା ମାଝୀ ପ୍ରମୁଖ ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking