26.1 C
Bhubaneswar
Friday, September 20, 2024
Homeଓଡିଶାବିଜେଡି ଗୋଟିଏ ରାଜ୍ୟସଭା ଆସନ ବିଜେପିକୁ ଛାଡ଼ିବା ସମ୍ଭାବନା

ବିଜେଡି ଗୋଟିଏ ରାଜ୍ୟସଭା ଆସନ ବିଜେପିକୁ ଛାଡ଼ିବା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଖାଲି ହେଉଥିବା ତିନୋଟି ଆସନ ମଧ୍ୟରୁ ବିଜେଡି ଦୁଇଟି ଆସନରେ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛି । ଯଦିଓ ସଂଖ୍ୟା ଦୃଷ୍ଟିରୁ ତୃତୀୟ ଆସନ ଜିତିବାର ସମ୍ଭାବନା ରହିଛି ତେବେ ଗତଥର ଭଳି ଏଥର ବିଜେପିକୁ ଛାଡ଼ିବ ବୋଲି ସୂଚନା ମିଳିଛି । ୩ଟି ଆସନ ମଧ୍ୟରୁ ବିଜେଡି ଦୁଇଟି ଆସନରେ ନାମାଙ୍କନ ପତ୍ର ଦାଖଲ କରି ପରୋକ୍ଷରେ ଏହି ସୂଚନା ଦେଇଛି ଯେ ବିଜେପିକୁ ଗୋଟିଏ ଆସନ ମିଳିବ ବୋଲି ରାଜନୈତିକ ମହଲରେ ଜୋରଦାର ଆଳୋଚନା ହେଉଛି । ଜିତିବା ପାଇଁ ଆବଶ୍ୟକ ନଥିଲେ ବି ବିଜେଡି ସହାୟତାରେ ବିଜେପି ଏହି ଆସନ ଜିତିବ ବୋଲି କୁହାଯାଉଛି ।

ବିଜେଡି ରାଜ୍ୟସଭା ପାଇଁ ଗୋଟିଏ ଆସନ ଗତଥର ଭଳି ଏଥର ଛାଡ଼ିବନି ବୋଲି ଆଲୋଚନା ହେଉଥିଲା । କାରଣ ଆଗକୁ ନିର୍ବାଚନ ଥିବାରୁ ଲୋକଙ୍କ ପାଖକୁ ବିଜେଡି ଓ ବିଜେପିର ସମ୍ପର୍କକୁ ନେଇ ଭୁଲ ବାର୍ତ୍ତା ଯିବାର ସମ୍ଭାବନା ଥିବାରୁ ଏ ପଦକ୍ଷେପ ନେବେନି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଥିଲା । କିନ୍ତୁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ବିଜେଡି ସରକାର ବିରୋଧରେ ପଦଟିଏ ନକହି କେବଳ କଂଗ୍ରେସ ଉପରେ ବର୍ଷିଥିଲେ । ଏଥିରୁ ସାମ୍ୟକ ସୂଚନା ମଳୁଥିଲା ଯେ ଶିର୍ଷ ନେତୃତ୍ୱ ବିଜେଡି ପ୍ରତି କୋହଳ ମନୋଭାବ ରଖିଛନ୍ତି । ଏହା ସତ୍ତ୍ୱେ ବି ଆଶା ଓ ଆଶଙ୍କା ଭିତରେ ରାଜନୈତିକ ବାତାବରଣ ଚାଲିଥିଲା । ଏବେ ବିଜେଡି ଯେତେବେଳେ ଦୁଇଟି ଆସନରେ ପ୍ରାର୍ଥୀ ଘୋଷଣା କରିବା ସହ ନାମାଙ୍କନ ପତ୍ର ଦାଖଲ କରିଦେଲା ସେଥିରୁ ସ୍ପଷ୍ଟ ସୂଚନା ସ୍ୱଭାବିକ୍ ଭାବେ ମିଳିଲା ଯେ ବିଜେଡି ପୁଣି ଥରେ ବିଜେପିକୁ ଗୋଟିଏ ରାଜ୍ୟସଭା ଆସନ ଛାଡିବ ।

ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତରେ ଯଦି ବିଜେପିକୁ ଆସନ ଚାଡ଼ିବାର ନଥାଆନ୍ତା ତେବେ ଦୁଇଟି ଆସନରେ ପ୍ରାର୍ଥୀପତ୍ର ଦାଖଲ କରି ନଥାଆନ୍ତା । କେବଳ ନାମ ଘୋଷଣା କରି ଅପେକ୍ଷା କରିଥା’ନ୍ତା । ଦୁଇ ଜଣଙ୍କ ନାମ ଘୋଷଣା କରିବା ଓ ପ୍ରାର୍ଥୀପତ୍ର ଦାଖଲ କରିଦେବା ପରେ ସବୁକିଛି ସ୍ପଷ୍ଟ ହୋଇଗଲା ।

ଆସନ୍ତାକାଲି ବିଜେପି ତା’ର ବିଧାୟକମାନଙ୍କ ବୈଠକ ଡ଼ାକିଛି । ଅନ୍ୟପଟରେ କେନ୍ଦ୍ରୀୟ ନେତାଙ୍କ ଜରୁରୀ ଡ଼ାକରା ପାଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଦିଲ୍ଲୀ ଯାଇଛନ୍ତି । ଅସନ୍ତାକାଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ୧୫ ତାରିଖରେ ନାମାଙ୍କନ ଦାଖଲ କରିବାର ସମ୍ଭାବନା ଯଥେଷ୍ଟ ରହିଛି ବୋଲି ଆଲୋଚନା ହେଉଛି । ବିଜେପିର ୨୨ଜଣ ବିଧାୟକ ଅଛନ୍ତି । କିନ୍ତୁ ସମସ୍ତ ବିଧାୟକ ଭୋଟ୍ ଦେଲେ ବି ଜଣେ ପ୍ରାର୍ଥୀଙ୍କୁ ଜିତାଇପାରିବେ ନାହିଁ । ଏଣୁ ବିଜେଡିର ସହାୟତା ଆବଶ୍ୟକ । ବିଜେପିର ଶୀର୍ଷ ନେତୃତ୍ୱ ବିଜେଡି ମୁଖିଆଙ୍କ ସହ ଆଲୋଚନା କରିବା କଥା ବି ଚର୍ଚ୍ଚା ହେଉଛି । ଗତଥର ଭଳି ଏଥର ବି ଅଶ୍ୱିନୀ ବୈଷ୍ଣବ ବିଜେଡି ସହାୟତାରେ ରାଜ୍ୟସଭାକୁ ନିର୍ବାଚିତ ହେବେ ବୋଲି ସୂଚନା ମଳୁଛି ।

ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ରାଜ୍ୟ ସରକାରଙ୍କ ବିରୋଧରେ କିଛି ନ କହିବା ଓ ବିଜେଡି ଦୁଇଟି ଆସନରେ ପ୍ରାର୍ଥୀପତ୍ର ଦାଖଲ କରି ଜିତିବା ପାଇଁ ଆବଶ୍ୟକ ସଂଖ୍ୟା ଥିଲେ ବି ଗୋଟିଏ ଆସନ ଛାଡ଼ିବାରୁ ହିଁ ରାଜନୈତିକ ମହଲରେ ଏହି ଆଲୋଚନା ଆରମ୍ଭ ହୋଇଯାଇଛି ।

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆଉ ଦୁଇଦିନ ରହିଲା । ୧୫ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି । ଏହା ପୂର୍ବରୁ ବିଜେଡି ଆଜି ଦୁଇଟି ଆସନରେ ପ୍ରାର୍ଥୀପତ୍ର ଦାଖଲ କରିଛି । ନିର୍ବାଚନ ଥିଲେ ବି ବିଜେପି ଗୋଟିଏ ଆସନ ଦେବା ପାଇଁ ବିଜେଡି ପଛଘୁଞ୍ଚା ଦେଉନଥିବାର ସଚନା ମିଳିଛି । ଯେ ଦଳ ସେଥିପାଇଁ ଚିନ୍ତିତ ନୁହେଁ । ରାଜ୍ୟରେ କଂଗ୍ରେସର ସ୍ଥିତି ସେତେ ସୃଦୃଢ଼ ନଥିବାରୁ ବିଜଡି କୌଣସି କଥାକୁ ଆଉ ଖାତିର ନକରି ବିଜେପିକୁ ସହାୟତା କରିବା ଲାଗି ଆଗଭର ରହିଥିବା କୁହାଯାଉଛି । କିନ୍ତୁ କେହି କେହି କହୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ମୁର୍ତ୍ତରେ ସବୁବେଳେ ଚକ୍‌ମା ଦେଖାଇଥାଆନ୍ତିି । ଏଥର ବି ସେପରି କରିବେ ବୋଲି ତାଙ୍କ ଦଳୀୟ ନେତାମାନେ କହୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking