16.1 C
Bhubaneswar
Sunday, December 7, 2025
Homeଓଡିଶାବିଜେଡି ନେତା ବିକ୍ରମ ପଣ୍ଡା ଗିରଫ

ବିଜେଡି ନେତା ବିକ୍ରମ ପଣ୍ଡା ଗିରଫ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା ଗିରଫ । ବ୍ରହ୍ମପୁର କୋର୍ଟକୁ ଭ୍ୟାନରେ ବିକ୍ରମ ପଣ୍ଡାଙ୍କୁ ଆଣିଥିଲା ପୋଲିସ । କୋର୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସର ୪ ଟି ଟିମ ଭିନ୍ନ ଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିଲେ । ଘନ ଘନ ଜେରା ମଧ୍ୟ କରୁଥିଲେ । ଜେରା ପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଛି । କୋର୍ଟରେ ହାଜର କରାଯାଇଛି । କୋର୍ଟ କଣ ନିଷ୍ପତ୍ତି ନେଉଛନ୍ତି ତାପରେ ନଜର ରଖାଯାଇଛି । ପୁଲିସ ଗତକାଲି ରାତିରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଥିଲା । କିଏ ଓ କାହିଁକି ପୀତବାସ ପଣ୍ଡାଙ୍କୁ ହତ୍ୟା କଲା ତାର ସବୁ ସତ ସାମ୍ନାକୁ ଆସିବ । ରାଜନୈତିକ, ବୃତ୍ତିଗତ ନା ବ୍ୟକ୍ତିଗତ କାରଣ, ସେକଥା ମଧ୍ୟ ସ୍ପଷ୍ଟ ହୋଇଯିବ । ଏହି ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଟକ ରଖି ଜେରା କରୁଥିଲା ବ୍ରହ୍ମପୁର ପୁଲିସ । । ସେପଟେ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେବା ପରେ ତାଙ୍କ ଘର ବାହାରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ବିକ୍ରମ ପଣ୍ଡାଙ୍କ ସମର୍ଥକଙ୍କ ସମେତ ଅନେକ ଆଇନଜୀବୀ ସେଠାରେ ଏକତ୍ରିତ ହୋଇଥିଲେ । ଆଜି ଗଞ୍ଜାମ ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଉଛି ।  ଗତକାଲି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର କହିଛନ୍ତି ତଦନ୍ତ ଆଗକୁ ବଢିଛି, ଆସନ୍ତା ଦୁଇଦିନ ମଧ୍ଯରେ ବ୍ରହ୍ମପୁର ଏସପି ଗଣମାଧ୍ଯମକୁ ଏନେଇ ସବିଶେଷ ସୂଚନା ଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking