ଭୁବନେଶ୍ୱର:ଏଡିଆର ରିପୋର୍ଟରେ ବିଜେଡିର ସଂପତ୍ତି ନେଇ ତଥ୍ୟ ଆସିବା ପରେ ଟାର୍ଗେଟ କରିଛି ବିଜେପି । ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ଏଡିଆର ରିପୋର୍ଟ କେବଳ ସମୁଦ୍ରକୁ ଶଙ୍ଖେ । ଲିଗାଲ ଫଣ୍ଡିଂ ବାଦ ବିଜେଡି ସାଢ଼େ ଚାରି ହଜାର କୋଟିର କଳା ଧନ ରଖିଛି । ବେଆଇନ ଭାବେ ବିଭିନ୍ନ ସୂତ୍ରରୁ ଆଦାୟ ହୋଇଥିବା ସେ ଅଭିଯୋଗ କରିଛନ୍ତି।
ବିଶେଷ କରି ରାଜ୍ୟକୁ ବିଭିନ୍ନ ସ୍ତରରେ ଶୋଷଣ କରି ବିଜେଡି ଏହି ଅର୍ଥ ମହଜୁଦ କରିଛି ବୋଲି ବିଜେପି ଅଭିଯୋଗ ଆଣିଛି ।ଏମିତିକି ବିଜେଡିର ଆୟ, ଅନ୍ୟ ୩୬ଟି ଛୋଟ ବଡ଼ ଆଞ୍ଚଳିକ ଦଳଙ୍କ ଆୟର ୨୫.୩୩ ପ୍ରତିଶତ ବୋଲି ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି । ବିସ୍ତୃତ ରିପୋର୍ଟ ଅନୁସାରେ ସମସ୍ତ ଆଞ୍ଚଳିକ ଦଳମାନଙ୍କର ମୋଟ ଆୟ ୧୨୧୩. ୧୩୨ କୋଟି ହୋଇଥିବାବେଳେ, କେବଳ ବିଜେଡିର ଆୟ ରହିଛି ୩୦୭.୨୮୮ କୋଟି ।