30.1 C
Bhubaneswar
Saturday, April 4, 2026
Homeଓଡିଶାବିଜେପି ସରକାର ଓଡ଼ିଆ ଅସ୍ମିତାକୁ ଏକ ପ୍ରହସନରେ ପରିଣତ କରିଛନ୍ତି: ବିଜେଡି

ବିଜେପି ସରକାର ଓଡ଼ିଆ ଅସ୍ମିତାକୁ ଏକ ପ୍ରହସନରେ ପରିଣତ କରିଛନ୍ତି: ବିଜେଡି

– ଅଣ ଓଡ଼ିଆଙ୍କ ରାଜ ଚାଲିଛି ବୋଲି କହୁଥିବା ବିଜେପି ଆଜି ଅଣ ଓଡ଼ିଆ ଅଧିକାରୀଙ୍କୁ ଗୁରୁତ୍ୱ ଦେଉଛି
– ବିଜେପିର ଦୋମୁହାଁ ନୀତି ପଦାରେ ପଡିଲା

ଭୁୁବନେଶ୍ୱର : ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭଵନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ଼କ୍ଟର ଲେଖାଶ୍ରୀ ସାମନ୍ତସିଂହାର ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିଜେପିର ଦୋମୁହାଁ ନୀତି ପଦାରେ ପଡିଛି ବୋଲି କହିଥିଲେ। ବିଜେପି ନିର୍ବାଚନରେ ଓଡ଼ିଆ ଅସ୍ମିତାକୁ ଏକ ପ୍ରମୁଖ ପ୍ରସଙ୍ଗ କରିବା ସଙ୍ଗେ ସଙ୍ଗେ ରାଜ୍ୟରେ ଅଣ ଓଡ଼ିଆ ଅଧିକାରୀ ମାନଙ୍କ ରାଜ ଚାଲିଛି ବୋଲି ଅଭିଯୋଗ ଆଣୁଥିଲା। କିନ୍ତୁ କ୍ଷମତାକୁ ଆସିବା ପରେ ଗୁରୁତ୍ୱପୂର୍ଣ୍ଣ ପଦବିରେ ଅଣ ଓଡ଼ିଆ ଅଧିକାରୀ ମାନଙ୍କୁ ନିଯୁକ୍ତି ଦେଉଛି। ପ୍ରଥମେ ବିଜେପି ସରକାରଙ୍କ ଦ୍ୱାରା ଏକଚାଳିଶ ବର୍ଷ ପରେ ମୁଖ୍ୟ ଶାସନ ସଚିବ ପଦରେ ଜଣେ ଅଣ ଓଡ଼ିଆ ଅଧିକାରୀଙ୍କୁ ବସାଗଲା। ପରେ ତାଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଗଲା। ଆଜି ପୁଣି ଜଣେ ଅଣ ଓଡ଼ିଆ ଅଧିକାରୀଙ୍କୁ ରାଜ୍ୟ ପୋଲିସ ପ୍ରଶାସନର ସର୍ବୋଚ୍ଚ ପଦରେ ନିଯୁକ୍ତି ଦିଆଯାଇଛି ବୋଲି ଡ଼କ୍ଟର ସାମନ୍ତସିଂହାର କହିଥିଲେ।

ସେ ଆହୁରି କହିଥିଲେ, ବିଜୁ ଜନତା ଦଳ ସ୍ପଷ୍ଟ କରିବାକୁ ଚାହେଁ ଯେ, ଆମେ କୌଣସି ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ବିରୋଧ କରୁନାହୁଁ କି ତାଙ୍କର ଯୋଗ୍ୟତା ବା ଦକ୍ଷତା ଉପରେ ପ୍ରଶ୍ନ ଉଠାଉ ନାହୁଁ। କେବଳ ବିଜେପିକୁ ପ୍ରଶ୍ନ କରିବାକୁ ଚାହୁଁଛୁ ଯେ, ନିର୍ବାଚନ ପୂର୍ବରୁ ବିଜେପି ଯାହା କୁହେ, ସରକାରକୁ ଆସିଲା ପରେ ଠିକ ତାର ଓଲଟା କାର୍ଯ୍ୟ କରେ, ରାଜ୍ୟ ବିଜେପି ସରକାରଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ପ୍ରତିପାଦିତ ହେଉଛି ବୋଲି ଡ଼କ୍ଟର ସାମନ୍ତସିଂହାର କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking