25.1 C
Bhubaneswar
Thursday, February 5, 2026
Homeଓଡିଶାନିର୍ଯାତନା ସହି ନପାରି ଜୀବନ ହାରୁଛନ୍ତି କର୍ମଚାରୀ

ନିର୍ଯାତନା ସହି ନପାରି ଜୀବନ ହାରୁଛନ୍ତି କର୍ମଚାରୀ

ନିନ୍ଦା କରିବା ସହ ଚିକିତ୍ସାଳୟ ଆଗରେ ବିଜେଡିର ଧାରଣା
ନୂଆପଡା : ରାଜ୍ୟର ସ୍ଵାସ୍ଥ୍ୟମନ୍ତ୍ରୀ ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି। କିନ୍ତୁ ସେପଟେ ସରକାରୀ ଡ଼ାକ୍ତରଖାନାରେ ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ କରି ଆସୁଥିବା କର୍ମଚାରୀ ସବୁଆଡ଼ୁ ନିରାଶ ହୋଇ ଜୀବନ ହାରିଲେଣି। ଏହା ବିଜେପି ସରକାରର ଦାୟିତ୍ବହୀନତାକୁ ପଦାରେ ପକାଇଛି। ଏପରି ଅଭିଯୋଗ ନେଇ ଆଜି ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟ ଆଗରେ ବିଜେଡି ଧାରଣା ଦେଇଛି। ବିଜେଡି କହିଛି ଯେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପାଇଁ ସ୍ବାସ୍ଥ୍ୟ ସେବା ଠାରୁ ରାଜନୀତି ଗୁରୁତ୍ବପୂର୍ଣ୍ଣ। ଗତ ୧୬ ମାସ ହେଲା ରାଜ୍ୟରେ ସ୍ବାସ୍ଥ୍ୟ ସେବା ବିପର୍ୟ୍ୟସ୍ତ ହୋଇପଡିଥିବା ବେଳେ ସରକାର କିଛି ପଦକ୍ଷେପ ନେଉ ନାହାନ୍ତି। ଆଜି ଜଣେ ସୁରକ୍ଷାକର୍ମୀ ଦରମା ନପାଇ ନିଜ ଜୀବନ ନେଇ ଯିବାକୁ ଉଚିତ ମଣିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅପାରଗତା ପାଇଁ ଆଜି ଏହି ଅଘଟଣ ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପାଖ ଲୋକ ବୋଲି କହି ଦାୟିତ୍ୱରେ ଥିବା ଅଧିକାରୀ ସମ୍ପୃକ୍ତ କର୍ମଚାରୀଙ୍କୁ ଧମକ୍ ଦେବା ଓ ହଇରାଣ କରିବା ଅତ୍ୟନ୍ତ ନିନ୍ଦନୀୟ। ଏହା କ’ଣ ଲୋକଙ୍କ ସରକାର ବୋଲି ବିଜେଡି ପ୍ରଶ୍ନ କରିଛି। ବିଜେଡିର ଏହି ବିକ୍ଷୋଭରେ ନୂଆପଡ଼ା ଉପନିର୍ବାଚନ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ, ଦେବେଶ ଆଚାର୍ୟ୍ୟ, ବିଧାୟିକା ବର୍ଷା ସିଂ ବରିହା, ଦିପାଲି ଦାସ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ଆଦମ୍ ଖାନ୍, ହରିଶ୍ଚନ୍ଦ୍ର ପଣ୍ଡା ପ୍ରମୁଖ ନେତୃତ୍ୱ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking