ଭୁବନେଶ୍ୱର : ରୁଚିକା ଆତ୍ମହତ୍ୟା ଘଟଣା । ତେବେ ତଦନ୍ତ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଙ୍କ ସୂଚନା । ଏଯାବତ୍ ଶହେରୁ ଅଧିକ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି । ରୁଚିକାଙ୍କ ଗାଁକୁ ଯାଇ ଖୋଳତାଡ କରିଛି ଗୋଟିଏ ପୋଲିସ ଟିମ । ରୁଚିକାଙ୍କ ସ୍କୁଲ ଓ କଲେଜ ସାଙ୍ଗଙ୍କ ବୟାନ ରେକର୍ଡ କରାଯାଇଛି । ତଦନ୍ତରେ ବିଜେବି କଲେଜ କର୍ତ୍ତୁପକ୍ଷଙ୍କୁ ସାମିଲ କରାଯାଇଛି । ତଦନ୍ତ ଜାରି ରହିଛି , ୩ ଜଣ ସିନିୟର ଛାତ୍ରୀ କେଉଁ ମାନେ ଜଣା ପଡିନି ।
ସେପଟେ ଆଜି ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଶ୍ୱାସରୁଦ୍ଧ ଯୋଗୁଁ ରୁଚିକାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ରେ ସୂଚନା ମିଳିଛି । ବେକରେ ଫାଶି ଦେବାରୁ ଶ୍ୱାସରୁଦ୍ଧ ହୋଇଥିବା ରିପୋର୍ଟରେ ଉଲ୍ଲେଖ । ପୋଷ୍ଟମର୍ଟମ ରିପୋର୍ଟ ବାବଦରେ କମିଶନରେଟ ପୁଲିସ ପକ୍ଷରୁ ସୂଚନା ମିଳିଛି । ଅଧିକ ପରୀକ୍ଷା ପାଇଁ ଭିସେରା ନମୁନା ଲ୍ୟାବ ପଠାଯାଇଛି । ସୂଚନା ଅନୁସାରେ, ଗତ ଶନିବାର ଦିନ ଭୁବନେଶ୍ୱର ହଷ୍ଟେଲରୁ ଛାତ୍ରୀ ରୁଚିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ବିଜେବି କଲେଜ ଛାତ୍ରୀ ନିବାସରୁ ଏହି ଝୁଲନ୍ତା ମୃତଦେହ ମିଳିଥିଲା ।