29.1 C
Bhubaneswar
Saturday, October 5, 2024
Homeଓଡିଶାଭୁବନେଶ୍ୱରବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା: ରାଗିଂର ଶିକାର ଆହୁରି ୧୫, ହ୍ୱାଟସଆପରେ ପ୍ରସ୍ତୁତ...

ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା: ରାଗିଂର ଶିକାର ଆହୁରି ୧୫, ହ୍ୱାଟସଆପରେ ପ୍ରସ୍ତୁତ ହେଉଥିଲା ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର : ବିଜେବି କଲେଜରେ ରାଗିଂ ମାମଲାକୁ କମିଶନରେଟ ପୁଲିସ ଗୁରୁତର ସହ ନେଇଛି । ଜଣେ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ ଗଠନ କରାଯାଇଛି । ଗତକାଲି ଏହି ଟିମ କଲେଜରେ ୧୧ ଘଣ୍ଟା ଧରି ଛାନ ଭିନ କରିଛନ୍ତି । ଟିମ ମୋଟ ୧୩୪ ଜଣ ସିନିୟରଙ୍କ ତାଲିକା ବନାଇଛି । ସେମାନଙ୍କୁ ଖୁବଶୀଘ୍ର ଜେରା କରାଯିବ । ପୁଲିସର ତଦନ୍ତ ରୁ ସଂଘତିକ ତଥ୍ୟ ସାମ୍ନାକୁ ଆସିଛି । କେବଳ ରୁଚିକା ନୁହଁନ୍ତି , ପ୍ରାୟ ୧୫ ଜୁନିୟର ରାଗିଂର ଶିକାର ହୋଇଛନ୍ତି । କିନ୍ତୁ ଡରରେ କେହି ମୁହଁ ଖୋଲି ନାହାନ୍ତି । ଅତିରିକ୍ତ ଡିସିପି ପିକେ ରାଉତ ଙ୍କ ନେତୃତ୍ୱରେ ଏକ ପୁଲିସ ଟିମ କଲେଜକୁ ଯାଇଥିଲା । ପୁଲିସ ଟିମ କାରୁବାକୀ ହ ଷ୍ଟେଲର ୧୪୩ ଜଣ ଅନ୍ତେବାସୀ ଙ୍କ ମଧ୍ୟରୁ ମୋଟ ୬୨ ଜଣ ସିନିୟରଙ୍କୁ ଜେରା କରିଥିଲା । ରୁଚିକା ସହ ସେମାନଙ୍କ ସମ୍ପର୍କ କେମିତି ଥିଲା ? ରାଗିଂ ବିଷୟରେ କଣ କୁହଥିଲେ ।ରାଗିଂ କରୁଥିବା ୩ ସିନିୟର ଙ୍କୁ ଚିହ୍ନିଛନ୍ତି କି । ସମସ୍ତଙ୍କୁ ଏମିତି କିଛି ପ୍ରଶ୍ନ ପରାଚିଥିଲା ପୁଲିସ । ତେବେ ଜୁନିୟର ତଥା ପ୍ରଥମ ବର୍ଷ ଛାତ୍ରୀଙ୍କ ଠାରୁ ପୁଲିସ କିଛି ଚାଂଚଲ୍ୟକର ତଥ୍ୟ ପାଇଛି । ଖାଲି ରୁଚିକା ନୁହେଁ , ପ୍ରାୟ ୧୫ ଜଣ ଅନ୍ତେବାସୀ ସିନିୟର ଙ୍କ ରାଗିଂ ର ଶିକାର ହେଉଥିଲେ । ସମସ୍ତେ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ । ସିନିୟର ମାନେ ମିଳିମିଶି ସେମାନଙ୍କ ଉପରେ ମଧ୍ୟ ଅକଥନୀୟ ଅତ୍ୟାଚାର କରୁଥିଲେ । ସମସ୍ତ ଜୁନିୟର ଙ୍କ ପାଇଁ ଗୁଡ ମର୍ଣ୍ଣିଂ ଗୁଡ ନାଇଟ ଅଭିବାଦନ ବାଧ୍ୟତାମୂଳକ କରାଯାଇଥିଲା । ଏମିତିକି କିଛି ଅନ୍ତେବାସୀ ଙ୍କ ଖାଇବା ଓ ଖେଳିବାରେ କଟକଣା ଲାଗିଥିଲା । କିନ୍ତୁ ଡରରେ କେହି ମୁହଁ ଖୋଲୁ ନ ଥିଲେ । ଖାଲି ସେତିକି ନୁହେଁ ତଦନ୍ତକାରୀ ପୁଲିସ ଟିମ କୁ ଏକ ବଡ ସୁରାକ ମିଳିଛି । ରାଗିଂ ରେ ମାତିଥିବା ସିନିୟର ମାନଙ୍କ କେ ହ୍ୱାଟସଆପ ଗ୍ରୁପ ଥିଲା । ଏଥିରେ ୭୫ ଜଣ ଛାତ୍ରୀ ଅଛନ୍ତି । ଅଧିକାଂଶ ଯୁକ୍ତ ୩ ତୃତୀୟ ବର୍ଷର ।ହ ଷ୍ଟେଲରେ ରହୁ ନ ଥିବା କିଛି ସିନିୟର ମଧ୍ୟ ଗ୍ରୁପ ସଦସ୍ୟ । ମୋଟ ୬ ଜଣ ଛାତ୍ରୀ ଦେଢ ବର୍ଷ ତଳେ ଗ୍ରୁପ ଖୋଲିଥିବା ଜଣା ପଡିଥିଲା । ପୁଲିସ ଏବେ ସେହି ହ୍ୱାଟସଆପ ଗ୍ରୁପ ପଛରେ ପଡିଛି । ଯେଉଁମାେ ସେହି ଗ୍ରୁପ ରେ ଅଛନ୍ତି ସେମାନଙ୍କୁ ସ୍ୱତନ୍ତ୍ର ଜେରା କରାଯାଇଛି । ହ୍ୱାଟସଆପ ଗ୍ରୁପରେ ରୁଚିକାଙ୍କ ସହ ଅନେକ ପ୍ରଥମବର୍ଷ ଛାତ୍ରୀଙ୍କ ଚାଲିଚଳଣ କୁ ନେଇ ଚାଟିଂ କରାଯାଇଛି । କାହାକୁ କେମିତି ରାଗିଂ କରାଯିବ, ଏ ନେଇ ମଧ୍ୟ ଗ୍ରୁପରେ ବାର୍ତ୍ତାଳପ ହୋଇଥିବା ତଥ୍ୟ ମିଳିଛି । ଗ୍ରୁପରେ ଥିବା କିଛି ଉତ୍ତେଜକ ଶବ୍ଦ ଯୁକ୍ତ ଚାଟିଂର ସ୍ତ୍ରିନସଟ ପ୍ରମାଣ ଭାବେ ସଂଗ୍ରହ କରାଯାଇଛି । ପାରିପାଶ୍ୱିର୍କ ସ୍ଥିତିରୁ ପୁଲିସ ଅନୁମାନ କରୁଛି, ଜୀବନର ଶେଷ ମୂହୁର୍ତ୍ତରେ ରୁଚିକା ଢେର ଛଟପଟ ହୋଇଥିଲେ । ସେ ବେକରେ ରଶି ଲଗାଇବା ପୂର୍ବରୁ କାନ୍ଥରେ ହାତକୁ ପିଟିଛନ୍ତି । ଏମିତିକି ମୁଣ୍ଡକୁ ମଧ୍ୟ କାନ୍ଥରେ ପିଟି ବେଶ କାନ୍ଦିଛନ୍ତି । ଯେଉଁଥିପାଇଁ ରୁମ କାନ୍ଥର ଏକ ପାଶ୍ୱର୍ରେ ଚୂନ ଖସିଛି ।ରୁଚିକାଙ୍କ ହାତରେ ବି ଚୂନ ର ନମୁନା ମିଳିଛି । ପୁଲିସ ଟିମ ତନାଘନା କରୁଛି । ଜୋନ ଏସିପି ଶ୍ରୀ ରାଉତ କହିଛନ୍ତି, ରୁଚିକାଙ୍କୁ ଆତ୍ମହତ୍ୟା ପାଇଁ ପ୍ରରୋଚିତ କରାଯାଇଛି । ୩ ସିନିୟରଙ୍କୁ ଖୋଜା ଚାଲିଛି । ସେମାନଙ୍କ ସମ୍ପର୍କରେ ତଥ୍ୟ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking