28.1 C
Bhubaneswar
Thursday, July 4, 2024
Homeଓଡିଶାଧାମନଗର ଉପନିର୍ବାଚନରେ ହାରିଲା ବିଜେଡି

ଧାମନଗର ଉପନିର୍ବାଚନରେ ହାରିଲା ବିଜେଡି

ଭଦ୍ରକ: ଅପେକ୍ଷାର ଘଟିଲା ଅନ୍ତ । ଧାମନଗର ଉପନିର୍ବାଚନ ହାରିଲା ବିଜେଡି । ପ୍ରକାଶ ପାଇଲା ଧାମନଗରେ ଉପନିର୍ବାଚନ ଫଳ । ଆଉ ଧାମନଗର ଆସନ ହାତେଇଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟ ବଂଶୀ ସୁରଜ । ୧୮ ରାଉଣ୍ଡ ଗଣତି ପ୍ରକାଶ ପାଇବା ସହ ପ୍ରକାଶ ପାଇଲା ନିର୍ବାଚନ ଫଳ। ତେବେ ଧାମନଗର ଉପନିର୍ବାଚନ ଉପରେ ସାରା ଓଡିଶାବାସୀଙ୍କ ନଜର ରହିଥିଲା । ଏବେ ବାପା ବିଷ୍ଣୁ ସେଠୀଙ୍କର ଅଧୁରା ସ୍ୱପ୍ନକୁ ପୁରା କରିବେ ତାଙ୍କ ସୁପୁତ୍ର ସୂର୍ଯ୍ୟବଂଶୀ ସୁରଜ । ବିଜେପି ତାର ରୋମାଞ୍ଚକପୂର୍ଣ୍ଣ ବିଜୟ ସହ ଶାସକ ଦଳକୁ ଧରାଶାୟୀ କରିଦେଇଛି । ଯେଉଁ ଭଳି ଭାବେ ସବୁ ଦଳର ପ୍ରାର୍ଥୀ ମାନେ ତାଙ୍କର ପ୍ରାଣମୂଚ୍ଛା ଉଦ୍ୟମ ଚଳାଇଥିଲେ, କିଏ ଜିତିବ ତାହାର ପୂର୍ବ ଆକଳନ କରିବା ସମ୍ଭବ କର ହୋଇ ପାରି ନଥିଲା । ଏହା ସହିତ ଚଳିତ ଉପନିର୍ବାଚନ ଆସନ୍ତା ୨୦୨୪ ନିର୍ବାଚନ ଉପରେ ଖୁବ ପ୍ରଭାବ ପକାଇବ ବୋଲି ମଧ୍ୟ ଆଶା କରାଯାଉଛି । ବିଜେଡି ଯେଉଁ ମହିଳା କାର୍ଡ ଖେଳିଥିଲା ସେଥିରେ ସେ ସଫଳ ହୋଇ ପାରିଲା ନାହିଁ । ଯାହାର ଫଳ ସ୍ୱରୁପ ବିଜେଡିକୁ ପରାଜୟ ଦେଖିବାକୁ ପଡିଛି ।

ସୂଚନାମୁତାବକ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗ ପରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ବିଜେଡିରୁ ଟିକେଟ ଆଶା କରିଥିବା ରାଜେନ୍ଦ୍ର ଦାସଙ୍କୁ ବିଜେଡି ଟିକେଟ ନଦେବାରୁ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ବିଜୟ ଆଶାରେ ମହିଳା କାର୍ଡ ଖେଳିଥିଲା ବିଜେଡି । ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା, ଯେଉଁଠି ବିଜେପି ଅନୁକମ୍ପା ଭୋଟ ହାତେଇବା ଆଶାରେ ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ପୁଅଙ୍କ ସୂର୍ଯ୍ୟ ବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଥିଲା । କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଥିଲା ।

ତେବେ ଓଡିଶା ଏହା ପୂର୍ବରୁ ୪ଟି ଉପନିର୍ବାଚନ ଦେଖିସାରିଥିଲା କିନ୍ତୁ ଧାମନଗର ସବୁ ଠାରୁ ଭିନ୍ନ ଥିଲା । ମାଷ୍ଟ୍ରର କାର୍ଡ ଖେଳିବାରେ ନିପୁଣ ଥିବା ଶାସକ ଦଳର ଅଙ୍କ କଷା କେଉଁଠି ନା କେଉଁଠି ଭୁଲ ସାବ୍ୟସ୍ତ ହେଲା । ଏହି ମାଟିରେ କାହାର ବିଜୟ ହେବ ଶେଷ ପର୍ଯ୍ୟନ୍ତ ତାହା ଜଣା ପଡୁ ନଥିଲା କାରଣ ଏଥର ପୁରୁଷଙ୍କ ତୁଳନାରେ ମହିଳା ମାନେ ଅଧିକ ମତସାବ୍ୟସ୍ତ କରିଥିଲେ। ଯେଉଁଭଳି ଭାବେ ପ୍ରଚାର ପ୍ରସାର କରାଯାଉଥିଲା ନିର୍ବାଚନୀ ମାହୋଲ କୁ ଦେଖି ଏଠାରେ ବିଜେଡି ବିଜୟ ବାନା ଉଡାଇପାରେ ବୋଲି ଆଶା କରାଯାଉଥିଲା । କିନ୍ତୁ ଏହା ପରେ ମଧ୍ୟ ବିଜେପି ପଦ୍ମ ଫୁଟାଇବାରେ ସଫଳ ହୋଇଛି । ସ୍ୱାଭିମାନର ଲଢେଇ ଠାରୁ ଶାସକ ଦଳର ସବୁ ପ୍ରଚେଷ୍ଟାକୁ ପଛରେ ପକେଇ ଦେଇ ଧାମନଗରବାସୀ ସୁରଜ ଙ୍କୁ ନିଜର ନେତା ଭାବେ ବାଛିଛନ୍ତି।ବିଜେଡି ଠାରୁ ମୋଟ ୯୭୪୨ ଭୋଟ୍ ରେ ବିଜେପି ର ସୂର୍ଯ୍ୟବଂଶୀ ସୁରଜ ବିଜୟ ହେବାରେ ସକ୍ଷମ ହେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking