13.1 C
Bhubaneswar
Sunday, January 18, 2026
Homeଅପରାଧପପୁ ଯାଦବଙ୍କୁ ବିଷ୍ଣୋଇ ଗ୍ୟାଙ୍ଗର ଧମକ: ୨୪ ଘଣ୍ଟାରେ ହତ୍ୟା କରିବୁ

ପପୁ ଯାଦବଙ୍କୁ ବିଷ୍ଣୋଇ ଗ୍ୟାଙ୍ଗର ଧମକ: ୨୪ ଘଣ୍ଟାରେ ହତ୍ୟା କରିବୁ

ପାଟନା: ବିହାରର ପୁର୍ଣ୍ଣିଆ ଲୋକସଭା ଆସନରୁ ସାଂସଦ ଥିବା ରାଜେଶ ରଞ୍ଜନ ଓରଫ ପପୁ ଯାଦବଙ୍କୁ ପୁଣିଥରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗ୍ ପକ୍ଷରୁ ହତ୍ୟା ଧମକ ମିଳିଛି। ଧମକରେ କୁଆଯାଇଛି ଯେ, ବିଷ୍ଣୋଇ ଗ୍ୟାଙ୍ଗ୍ ସଦସ୍ୟ ପପୁ ଯାଦବଙ୍କ ଆଖପାଖରେ ବୁଲୁଛନ୍ତି। ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ହତ୍ୟା କରାଯିବ। ହ୍ୱାଟ୍ସଆପ୍ ଯୋଗେ ଆସିଥିବା ଏହି ଧମକପୂର୍ଣ୍ଣ ମେସେଜ ମିଳିବା ପରେ ପୂର୍ଣ୍ଣିଆରେ ସାଂସଦଙ୍କ ବାସଭବନର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ପପୁ ଯାଦବଙ୍କୁ ଯେଉଁ ନମ୍ବରରୁ ଧମକ ଆସିଛି ତାହା ପାକିସ୍ତାନର ବୋଲି ଜଣାପଡିଛି। ଧମକ ଦେଇଥିବା ବ୍ୟକ୍ତି ଜଣକ ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରୁଛି। କେବଳ ସେତକି ନୁହେଁ ୭ ସେକେଣ୍ଡ୍‌ର ଏକ ବିସ୍ଫୋରଣ ଭିଡିଓ ମଧ୍ୟ ସାଂସଦଙ୍କ ମୋବାଇଲ ନମ୍ବରକୁ ପଠାଯାଇଛି। ପ୍ରକାଶ, ସାଂସଦଙ୍କୁ ପୂର୍ବରୁ ବି ଏଭଳି ଧମକ ମିଳିଛି। ଗତ ମାସରେ ଅନୁରୂପ ଧମକ ମିଳିଥିଲା। ଏହି ଘଟଣାରେ ପୁଲିସ ଧମକ ଦେଇଥିବା ଜଣେ ବ୍ୟକ୍ତିଙ୍କୁ ପୁର୍ଣ୍ଣିଆରୁ ଗିରଫ କରିଥିଲା। ପପୁ ଯାଦବଙ୍କୁ ପୂର୍ବଥର ଧମକ ମିଳିବା ପରେ ତାଙ୍କୁ ଜଣେ ଘନିଷ୍ଠ ବନ୍ଧୁ ଏକ ବୁଲେଟ ପ୍ରୁଫ ଲ୍ୟାଣ୍ଡ କ୍ରୁଜର ଗାଡ଼ି ଉପହାର ଦେଇଥିଲେ। ଗତ ନଭେମ୍ବର ୨୫ରେ ଉକ୍ତ ଗାଡ଼ିଟି ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି। ପପୁ ଯାଦବ ଉପହାର ପାଇବା ପରେ କହିଥିଲେ ଯେ, ଯେଉଁ ଲ୍ୟାଣ୍ଡ କ୍ରୁଜର ତାଙ୍କୁ ଉପହାର ମିଳିଛି ତାହାକୁ ରକେଟ ଲଞ୍ଚର ବି ଉଡ଼ାଇପାରିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking