32.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଅଙ୍ଗନବାଡିରେ ମିଳିବ ବିରିୟାନୀ!

ଅଙ୍ଗନବାଡିରେ ମିଳିବ ବିରିୟାନୀ!

ଥିରୁଅନନ୍ତପୁରମ୍‌: କେବଳ ଜଣେ କୁନି ଛାତ୍ରଙ୍କ ପାଇଁ ଏଣିକି ଅଙ୍ଗନୱାଡିରେ ବିରିୟାନୀ ଓ ଚିକେନ ଫ୍ରାଏ ମିଳିବ। ରିପୋର୍ଟ ଅନୁସାରେ କେରଳର ଏକ ଅଙ୍ଗନୱାଡି କେନ୍ଦ୍ରରେ ପାଠ ପଢ଼ୁଥିବା ଜଣେ କୋମଳମତୀ ଶିଶୁ ଉପମା ବଦଳରେ ତାଙ୍କୁ ବିରିୟାନୀ ଏବଂ ଚିକେନ୍ ଫ୍ରାଏ ଦିଆଯିବାକୁ କହିଥିଲେ। ତେବେ ଏହାର ଏକ ଭିଡିଓ କ୍ଷୀପ୍ର ବେଗରେ ଦେଶବ୍ୟାପୀ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ତେବେ ଏହି ଭାଇରାଲ୍ ଭିଡିଓ ଯେତେବେଳେ କେରଳ ସରକାରଙ୍କ ପାଖରେ ପହଞ୍ôଚଲା ସେତେବେଳେ ସରକାର ମଧ୍ୟ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଥିବା ଜଣାପଡିଛି।
ରାଜ୍ୟ ସ୍ୱାସ୍ଥ୍ୟ, ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ବୀଣା ଜର୍ଜ ସୋମବାର (ଫେବ୍ରୁଆରି ୩) ତାଙ୍କ ଫେସବୁକ୍ ପେଜରେ ଶଙ୍କୁ ନାମକ ଏହି ଭାଇରାଲ୍ ଶିଶୁଙ୍କ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ଶିଶୁଟି ଏହି ଅନୁରୋଧ କରୁଥିବା ଦେଖାଯାଇଥିଲା।

ଭିଡିଓ ଦେଖିବା ପରେ ଏଣିକି ଅଙ୍ଗନୱାଡି ମେନୁରେ ପରିବର୍ତ୍ତନ କରାଯିବ ବୋଲି ବୀଣା ଜର୍ଜ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ପିଲାଟି ଅନେକ ଆଶା ନେଇ ଏହି ଅନୁରୋଧ କରିଛି। ତେଣୁ ଏହା ଉପରେ ବିଚାର କରାଯାଉଛି। ଶଙ୍କୁ, ତାଙ୍କ ମାଆ ଏବଂ ଅଙ୍ଗନୱାଡି କର୍ମୀମାନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ମନ୍ତ୍ରୀ କହିଛନ୍ତି, “ଶଙ୍କୁଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ମେନୁ ସମୀକ୍ଷା କରାଯିବ। ଶିଶୁଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିଯୁକ୍ତ ଭୋଜନ ସୁନିଶ୍ଚିତ କରିବା ପାଇଁ ଅଙ୍ଗନବାଡି କେନ୍ଦ୍ର ଜରିଆରେ ଭିନ୍ନ ଭିନ୍ନ ପ୍ରକାର ଭୋଜନ ଯୋଗାଇ ଦିଆଯାଏ। ଅଙ୍ଗନୱାଡି କେନ୍ଦ୍ର ଜରିଆରେ ଅଣ୍ଡା ଓ କ୍ଷୀର ଉପଲବ୍ଧ କରାଇବା ଯୋଜନାରେ ବିଚାର କରାଯାଇଛି। ଏପରିକି ଅଙ୍ଗନୱାଡ଼ିର ଖାଦ୍ୟ ତାଲିକାରେ ବିରିୟାନି ରଖିବାକୁ ସେ ନିର୍ଦ୍ଦେଶ ମଧ୍ୟ ଜାରି କରିଥିବା ସୂଚନା ମିଳିଛି। ବାସ୍ତବରେ ଶଙ୍କୁଙ୍କ ମା’ ଘରେ ବିରିୟାନୀ କରିଥିବା ବେଳେ ତାଙ୍କୁ ଖୁଆଉ ଥିଲେ। ଏହି ସମୟରେ ଶଙ୍କୁ କହିଥିଲେ, ଅଙ୍ଗନୱାଡିରେ ଉପମା ପରିବର୍ତ୍ତେ ମୋତେ ବିରିୟାନୀ ଓ ଚିକେନ ଫ୍ରାଏ ଦରକାର। ଏହାର ଏକ ଭିଡିଓ ରେକର୍ଡ କରି ଶଙ୍କୁଙ୍କ ମା’ ଫେସବୁକରେ ସେୟାର କରିବା ପରେ ଏବେ ତାହା ଭାଇରାଲ ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking