26.1 C
Bhubaneswar
Sunday, March 15, 2026
Homeଓଡିଶାପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ

ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ

ଯାଜପୁର : ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ। ଅର୍ଥାତ ମାଆ ବିରଜା ମନ୍ଦିର ପାଖରେ ଚାଲିବ ହାଟ। ଆସନ୍ତା ରବିବାରଠାରୁ ପୁରୁଣା ସ୍ଥାନରେ ହାଟ ଚାଲିବାକୁ ନିଷ୍ପତ୍ତି ହୋଇଛି। ଆଜି ଏନେଇ ଘୋଷଣା କରିଛନ୍ତି ଯାଜପୁର ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ। ଏହି ଘୋଷଣା ପରେ ଚାଷୀଙ୍କ ମଧ୍ୟରେ ଖୁସିର ଲହର ଖେଳି ଯାଇଛି। ହାଟ ବିବାଦ ସମାଧାନ ପାଇଁ ଉଭୟ ପକ୍ଷଙ୍କ ସହ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ମନ୍ଦିର ସେବାୟତଙ୍କୁ ନେଇ ଗତ ସପ୍ତାହରେ ବୈଠକ ବସିଥିଲା। ଆଜି ପୁଣି ଥରେ ବୈଠକ ବସିଥିଲା। ବୈଠକରେ ହାଟ ଉପରେ ଆଲୋଚନା ହୋଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ହାଟ ପୁରୁଣା ସ୍ଥାନ ଅର୍ଥାତ ବିରଜା ମନ୍ଦିର ନିକଟକୁ ଫେରିବାକୁ ନିଷ୍ପତ୍ତି ହୋଇଥିଲା। ଆସନ୍ତା ରବିବାରଠାରୁ ହାଟ ଖୋଲିବାକୁ ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking