18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶବର୍ଗର ପାଇଁ ୭୧ ହଜାର ଟଙ୍କା; ସ୍ୱିଗିରେ ୨୦୨୨ ବର୍ଷର ସବୁଠୁ ଦାମୀ ଅର୍ଡର ବିରିୟାନୀ

ବର୍ଗର ପାଇଁ ୭୧ ହଜାର ଟଙ୍କା; ସ୍ୱିଗିରେ ୨୦୨୨ ବର୍ଷର ସବୁଠୁ ଦାମୀ ଅର୍ଡର ବିରିୟାନୀ

ମୁମ୍ବାଇ: ପ୍ରକାଶ ପାଇଛି ସ୍ୱିଗିରେ ସବୁଠାରୁ ଅଧିକ ଅର୍ଡର ହୋଇଥିବା ଖାଦ୍ୟ ତାଲିକା । ଯେଉଁଥିରେ ଭାରତୀୟମାନେ ଏହି ଆପ୍ ମାଧ୍ୟମରେ ଅର୍ଡର ହୋଇଥିବା ଆଇଟମ୍ ଜଣା ପଡିଛି । ଚଳିତବର୍ଷ ସ୍ୱିଗି ଆପ୍ ମାଧ୍ୟମରେ ସର୍ବାଧିକ ଅର୍ଡର ହୋଇଥିବା ଖାଦ୍ୟ ହେଉଛି ବିରିୟାନୀ । ତେବେ ଏହା ଅପେକ୍ଷା ଚର୍ଚ୍ଚାରେ ରହିଛି ପୁଣେର ଜଣେ ବ୍ୟକ୍ତିଙ୍କ ସ୍ପେଶାଲ ଅର୍ଡର । ଏହି ବ୍ୟକ୍ତି ଜଣକ ଏକା ସାଙ୍ଗରେ ୭୧ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଅର୍ଡର କରିଥିଲେ । ସେ ନିଜର ସମ୍ପୂର୍ଣ୍ଣ ଟିମ୍ ପାଇଁ ବର୍ଗର ଏବଂ ପ୍ରାଇଜ ଅର୍ଡର କରିଥିଲେ ।

ବାଙ୍ଗାଲୋରର ଜଣେ ବ୍ୟକ୍ତି ସ୍ୱିଗି ଇନଷ୍ଟାମାର୍ଟରୁ ୧୬ ଲକ୍ଷ ଟଙ୍କାର ଅର୍ଡର କରିଥିବା ନେଇ ସୂଚନା ଦେଇଛି କମ୍ପାନୀ । ସେହିପରି ସ୍ୱିଗି ୱାନ ସବସ୍କ୍ରିପସନ ସ୍କିମ ଦ୍ୱାରା ଗ୍ରାହକଙ୍କୁ ମାଗଣା ଡେଲିଭରୀ ସହ ମୂଲ୍ୟ ଏବଂ ଅନେକ ସୁବିଧା ଯୋଗାଇଥାଏ । ଏହା ମାଧ୍ୟମରେ ଘରେ ବସି କୌଣସି ଗ୍ରାହକ ଅତ୍ୟାବଶ୍ୟକ ଖାଦ୍ୟ ମଧ୍ୟ ମଗେଇ ପାରିବେ । ତେବେ ମାତ୍ର ସର୍ବନିମ୍ନ ୧.୦୩ ମିନିଟ ମଧ୍ୟରେ ଜଣେ ଗ୍ରାହକଙ୍କୁ ଡେଲିଭରୀ ଦିଆଯାଇଥିବା କମ୍ପାନୀ ତରପରୁ ସୂଚନା ଦିଆଯାଇଛି ।

ବର୍ଷରେ ସର୍ବାଧିକ ଅର୍ଡର ହୋଇଥିବା ଖାଦ୍ୟ ମଧ୍ୟରେ ମସାଲା ଦୋସା ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି ଚିକେନ ଫ୍ରାଇ ରାଇସ । ତେବେ ସମୋଷା ବର୍ଷର ସର୍ବୋଚ୍ଚ ଅର୍ଡର ହୋଇଥିବା ସ୍ନାକ୍ସ ପାଲଟିଛି । ୨୯.୮୬ ଲକ୍ଷରୁ ଅଧିକ ଲୋକ ଚିକେନ ଅର୍ଡର କରାଯାଇଥିବା ବେଳେ ବେଙ୍ଗଲୁରୁରୁ ସର୍ବାଧିକ ଏବଂ ପରେ ହାଇଦ୍ରାବାଦ ଓ ଚେନ୍ନାଇ ସହର ରହିଛି । ଇଟାଲୀ ରବିଓଲି ଏବଂ କୋରିଆନ୍ ବିବିମ୍ବାପ୍ ପରି ଡିସ୍ ଚଳିତ ବର୍ଷ ସବୁଠାରୁ ଲୋକପ୍ରିୟ ବିଦେଶୀ ପସନ୍ଦ ଥିଲା । ଟପ୍ ଅର୍ଡର ତାଲିକାରେ ଇଟାଲୀୟ ପାସ୍ତା, ପିଜା, ମେକ୍ସିକାନ୍ ବଲ୍ ମଧ୍ୟ ଅନ୍ତର୍ଭୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking