20.1 C
Bhubaneswar
Wednesday, January 8, 2025
Homeଓଡିଶାଅତିଥି ପକ୍ଷୀଙ୍କ ପାଇଁ ହେବ ବାର୍ଡ ମ୍ୟୁଜିୟମ :  ପ୍ରଭାତୀ

ଅତିଥି ପକ୍ଷୀଙ୍କ ପାଇଁ ହେବ ବାର୍ଡ ମ୍ୟୁଜିୟମ :  ପ୍ରଭାତୀ

ଭୁୁବନେଶ୍ୱର : ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ କହିଛନ୍ତି ବିଦେଶାଗତ ପକ୍ଷୀଙ୍କ ପାଇଁ ହେବ ବାର୍ଡ ମ୍ୟୁଜିୟମ ।  ଚିଲିକା , ବରକୁଳ କିମ୍ବା ନଳବଣ କେଉଁ ସ୍ଥାନରେ ହେବ ସେନେଇ  ବିଚାର କରୁଛି ବିଭାଗ । ଏଥିପାଇଁ ଚିଲିକା ଡେଭଲପମେଣ୍ଟ ଅଥରିଟି ସହ ପର‌୍ୟ୍ୟଟନ ବିଭାଗ ମିଶି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି । ପ୍ରବାସୀ ଭାରତୀୟ ସମ୍ମିଳନୀରେ ଏନେକ ଅତିଥି ଆସୁଛନ୍ତି । ଓଡିଶାକୁ ଉପସ୍ଥାପନା କରିବାର ଏହା ବଡ଼ ସୁଯୋଗ ମିଳିବ । ଆରମ୍ଭ ହୋଇଛି ପଞ୍ଚମ ଚିଲିକା ବିହଙ୍ଗ ମହୋତ୍ସବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସାତଦିନିଆ ମହୋତ୍ସବକୁ ଉଦଘାଟନ କରିଛନ୍ତି । ଏଥର ରାଜ୍ୟରେ ଏକ ଅଦ୍ଭୁତ ସଂଯୋଗ ହୋଇଛି । ବିହଙ୍ଗ ଅତିଥି ହୋଇ ଆସିବେ । ତାଙ୍କୁ ଦେଖିବା ପାଇଁ ପ୍ରବାସୀ ଭାରତୀୟ ମଧ୍ୟ ଓଡିଶାକୁ ଅତିଥି ହୋଇ ଆସିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।
ପ୍ରବାସୀଙ୍କୁ ଚିରଶୋଭାମୟୀ ଚିଲିକାର ସୌନ୍ଦର‌୍ୟ୍ୟ ଦେଖିବାର ସୁଯୋଗ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking