20.1 C
Bhubaneswar
Monday, November 18, 2024
Homeବ୍ରେକୀଙ୍ଗଭାରତରେ ବାର୍ଡ ଫ୍ଲୁ ସଂକ୍ରମଣ ସମ୍ଭବ ନୁହେଁ

ଭାରତରେ ବାର୍ଡ ଫ୍ଲୁ ସଂକ୍ରମଣ ସମ୍ଭବ ନୁହେଁ

ନୂଆଦିଲ୍ଲୀ: ଭାରତରେ ମନୁଷ୍ୟଙ୍କ ମଧ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣ ଆଶଙ୍କା ନଥିବା କେନ୍ଦ୍ର ସରକାର କହିଛନ୍ତି । ଏଥିପାଇଁ ଲୋକଙ୍କୁ କୌଣସି ପ୍ରକାର ଭୟଭୀତ ହେବାର ଆଶଙ୍କା ନାହିଁ । ଏପର୍ଯ୍ୟନ୍ତ ଯେଉଁ ରାଜ୍ୟରେ ବାର୍ଡ ଫ୍ଲୁ ମାମଲା ସାମ୍ନାକୁ ଆସିଛି, ତାହା ସ୍ଥାନୀୟ ସ୍ତରରେ ରହିଛି । ପଶୁପାଳନ ରାଜ୍ୟ ମନ୍ତ୍ରୀ ସଂଜୀବ ବାଲିୟାନ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ୪ଟି ରାଜ୍ୟରେ ବାର୍ଡ ଫ୍ଲୁ ମାମଲା ସ୍ପଷ୍ଟ ହୋଇଛି । ଅନ୍ୟ କୌଣସି ସ୍ଥାନରୁ ସରକାରଙ୍କୁ ଏଭିଅନ ଇନଫ୍ଲୁଏଂଜା ଜନିତ ନୂତନ ମାମଲା ଆସିନାହିଁ । ଦେଶରେ ଏଯାବତ ଏଭିୟନ ଇନଫ୍ଲୁଏଂଜା ମାମାଲା ସ୍ଥାନୀୟ ସ୍ତରରେ ରହିଛି ଏବଂ ତାକୁ ନିୟନ୍ତ୍ରିତ କରିବା ପାଇଁ ସହଯୋଗ ମିଳୁଛି । ବାଲିୟାନଙ୍କ କହିବା ଅନୁସାରେ, କିଛି ରାଜ୍ୟରେ ନମୁନା ସଂଗ୍ରହ କରାଯାଇ ଯାଂଚ ପାଇଁ ପଠାଯାଇଛି । ତାର ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ଖବର ଅନୁସାରେ, ଚିକେନ ଓ ଅଣ୍ଡା ଦର ବଜାରରେ କମ ହୋଇଛି । ତେବେ ସେ ସ୍ପଷ୍ଟ କରିଛନ୍ତି ଯେ, ମନୁଷ୍ୟଙ୍କ ମଧ୍ୟରେ ଏବିଅନ ଇନଫ୍ଲୁଏଂଜା ବ୍ୟାପିବା ସମ୍ଭବ ନୁହେଁ । କାରଣ ଦେଶରେ ଅଣ୍ଡା କିମ୍ବା ଅନ୍ୟ ମାସଂ ଜାତୀୟ ଉତ୍ପାଦକୁ ଭଲଭାବରେ ରାନ୍ଧି ଖିଆଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking