24.1 C
Bhubaneswar
Tuesday, October 22, 2024
Homeଓଡିଶାବନାଞ୍ଚଳରେ ପକ୍ଷୀ ଗଣନା ଆରମ୍ଭ

ବନାଞ୍ଚଳରେ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବନାଞ୍ଚଳରେ ପକ୍ଷୀ ଗଣନା ହୋଇଥିବା ଖବର ସାମ୍ନାକୁ ଆସିଛି । ବଣାଇ ଫରେଷ୍ଟ ଡିଭିଜନରେ ୭ଟି ରେଞ୍ଜର ୩୧ଟି ସ୍ଥାନରେ ଗଣନା କରାଯାଇଛି । କୋରାପୁଟ ବନାଞ୍ଚଳରେ ୬ଟି ସ୍ଥାନରେ ୬ଟି ଟିମ୍ କରୁଛନ୍ତି ଗଣନା । ପୁରୀ ବନ୍ୟପ୍ରାଣୀ ଡିଭିଜନର ୫ଟି ରେଞ୍ଜରେ ୨୫ଟି ଟିମ୍ ମୁତୟନ ହୋଇଥିବା ସୂଚନା ରହିଛି । ରେଢାଖୋଲ ଡିଭିଜନର ୬ଟି ରେଞ୍ଜର ୩୪ଟି ସ୍ଥାନରେ ପକ୍ଷୀ ଗଣନା ହୋଇଛି ।

ଦଶପଲ୍ଲା ରେଞ୍ଜରେ ୪ଟି ଟିମ୍ ଦ୍ୱାରା ଚାଲିଛି ପକ୍ଷୀ ଗଣନା । କୋଇଡା ବନାଞ୍ଚଳରେ ୭ଟି ଟିମ୍‌ରେ ୩୫ଜଣ ଗଣନାରେ ସାମିଲ ହୋଇଛନ୍ତି । ଶିମିଳିପାଳ ସଂଲଗ୍ନ ଆର୍ଦ୍ର ଭୂମିର ୩ଟି ଡିଭିଜନରେ ଚାଲିଛି ପକ୍ଷୀ ଗଣନା । ନୀଳଗିରି ଓ କୁଳଡିହା ରେଞ୍ଜରେ ଗଣନା ପାଇଁ ୨ଟି ଟିମ୍ ନିୟୋଜିତ ହୋଇଥିବା ସୂଚନା ରହିଛି । ଆଠଗଡ ଡିଭିଜନର ୫ଟି ରେଞ୍ଜରେ ୨୦୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking