30.1 C
Bhubaneswar
Sunday, June 30, 2024
Homeଓଡିଶାଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା

ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା

ଭୁବନେଶ୍ୱର: ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା । ଏଥିପାଇଁ ସମଗ୍ର ଚିଲିକାରେ ୨୧ଟି ଟିମ୍ ନିୟୋଜିତ ହୋଇଛନ୍ତି । ବାଲୁଗାଁରେ ୬ଟି, ଟାଙ୍ଗିରେ ୮ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଓ ଚିଲିକା ନୂଆପଡ଼ାରେ ଗୋଟିଏ ଟିମ୍ ଗଣନାରେ ସାମିଲ ହୋଇଛନ୍ତି । ଗଣନା ପାଇଁ ୧୧୮ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏମାନେ ଚିଲିକାର ବିଭିନ୍ନ ସ୍ଥାନକୁ ଯାଇ ପକ୍ଷୀ ଗଣନା କରୁଛନ୍ତି । ସକାଳ ୬ଟାରୁ ଗଣନା ପ୍ରକ୍ରିୟା ଆରମ୍ଭ ହୋଇ ଦିନ ୧୨ଟା ଯାଏଁ ଚାଲିବ । ଅନ୍ୟପଟେ କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ ରହିବ । ଆସନ୍ତାକାଲିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । କୁମ୍ଭୀର ଗଣନା ପାଇଁ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ଏମାନେ ବିଭିନ୍ନ ଗ୍ରୁପରେ କୁମ୍ଭୀର ଗଣନା କରିବେ । ଏଥିପାଇଁ ବୋଟ୍ ଚଳାଚଳ ଉପରେ କଟକଣା ଲଗାଯାଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking