28.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶବିଲକିସ ବାନୋ ମାମଲା; ଦୋଷୀଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ବିଲକିସ ବାନୋ ମାମଲା; ଦୋଷୀଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ପୀଡ଼ିତା ବିଲକିସ ବାନୋଙ୍କୁ ମିଳିବ ନ୍ୟାୟ । ବିଲକିସ ବାନୋ ମାମଲାରେ ଦୋଷୀଙ୍କୁ ସୁପ୍ରିମ ଝଟକା । ଆତ୍ମ ସମର୍ପଣ ସମୟ ବୃଦ୍ଧି କରିବା ପାଇଁ ଦୋଷୀମାନଙ୍କ ଆବେଦନକୁ ପ୍ରତ୍ୟାଖାନ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୨୧ ତାରିଖ ଆତ୍ମସମର୍ପଣର ଶେଷ ତାରିଖ ରହିଥିବା ବେଳେ ଗତକାଲି ୩ଜଣ ଦୋଷୀ ସମୟ ବୃଦ୍ଧି କରିବା ପାଇଁ ଆବେଦନ କରିଥିଲେ ।

ସୁପ୍ରିମକୋର୍ଟ କହିଛନ୍ତି,”ଆତ୍ମସମର୍ପଣକୁ ସ୍ଥିଗିତ କରିବା ଏବଂ ସମୟସୀମା ବୃଦ୍ଧି କରିବା ପାଇଁ ଦୋଷୀମାନଙ୍କ ଦ୍ୱାରା ଦର୍ଶାଯାଇଥିବା କାରଣର କୌଣସି ଯୁକ୍ତିଯୁକ୍ତ ନୁହେଁ । ତେଣୁ ସମୟସୀମାକୁ ବୃଦ୍ଧି କରାଯିବ ନାହିଁ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ହିଁ ଆତ୍ମ ସମର୍ପଣ କରିବେ ଦୋଷୀ ।” ପ୍ରକାଶଥାଉକି, ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ୩ଜଣ ଦୋଷୀ ଗୁରୁବାର ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ଆସନ୍ତା ୨୧ ତାରିଖରେ ଆତ୍ମସମର୍ପଣର ଅବଧି ଶେଷ ହେବାକୁ ଥିବା ବେଳେ ଅବଧି ବଢ଼ାଇବା ପାଇଁ କୋର୍ଟକୁ ନିବେଦନ କରିଥିଲେ । ଜଣେ ଦୋଷୀ ୪ ସପ୍ତାହର ଅବଧି ମାଗିଥିବା ବେଳେ ଅନ୍ୟ ଦୁଇଜଣ ୬ ସପ୍ତାହର ଅବଧି ମାଗିଥିଲେ । ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ଅବଧି ବୃଦ୍ଧି କରିବା ପାଇଁ ଅପିଲ କରିଥିଲେ ଅଭିଯୁକ୍ତ ।

୨୦୦୨ ମସିହାରେ ଗୁଜରାଟ ରାଜ୍ୟର ଗୋଧ୍ରାରେ ସଂଗଠିତ ଦଙ୍ଗା ସମୟରେ ବିଲକିସ ବାନୋଙ୍କ ସହ ଲୋମହର୍ଷଣକାରୀ ଘଟଣା ଘଟିଥିଲା । ବୋନୋ ୫ ମାସର ଗର୍ଭବତୀ ଥିବା ଅବସ୍ଥାରେ ତାଙ୍କ ସହ ଗଣଦୁଷ୍କର୍ମ କରାଯିବା ସହ ତାଙ୍କ ୩ ବର୍ଷୀୟ ଶିଶୁକନ୍ୟା ସମେତ ପରିବାରର ମୋଟ ୭ ଜଣଙ୍କୁ ହତ୍ୟା କରାଯାଇଥିଲା । ଏହାସହିତ ସାବରମତି ଏକ୍ସପ୍ରେସରେ ନିଆଁ ଲଗାଇ ଦିଆଯାଇଥିଲା । ଏହି ମାମଲାରେ ୧୧ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୧୪ ବର୍ଷର ଜେଲଦଣ୍ଡ ଭୋଗିବା ପରେ ୨୦୨୨ ଅଗଷ୍ଟମାସରେ ଗୁଜରାଟ ସରକାର ଆଇନ ଅନୁଯାୟୀ ଦୋଷୀମାନଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପରବର୍ତ୍ତୀ ସମୟରେ ଏହି ଦୋଷୀମାନେ ଜେଲରୁ ମୁକ୍ତ ମଧ୍ୟ ହୋଇଥିଲେ । ହେଲେ ଏହାକୁ ବିରୋଧ କରି ପୀଡିତା ବାନୋ ଓ ଅନ୍ୟ କିଛି ସାମାଜିକ ସଂଗଠନ ସର୍ବୋଚ୍ଚ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମ କୋର୍ଟ ଏହାର ବିଚାର କରି ଆସନ୍ତା ୨୧ ତାରିଖ ସୁଦ୍ଧା ସମସ୍ତ ଦୋଷୀଙ୍କୁ ଆତ୍ମ ସମର୍ପଣ କରିବା ପାଇଁ ସମୟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking