26.1 C
Bhubaneswar
Thursday, September 19, 2024
Homeଓଡିଶାକୃଷି ଭବନ ପରିଦର୍ଶନ କଲେ ବିଲ୍‌ ଗେଟ୍‌ସ

କୃଷି ଭବନ ପରିଦର୍ଶନ କଲେ ବିଲ୍‌ ଗେଟ୍‌ସ

ଭୁବନେଶ୍ୱର: ବିଲ୍‌ ଓ ମେଲିଣ୍ଡା ଗେଟସ୍‌ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଓ କୋଚେୟାର ବିଲ୍‌ ଗେଟସ୍‌, ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମୁଖ୍ୟ ଦପ୍ତର କୃଷିଭବନ ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ଆସିଥିବା ଦଳରେ ଦାରିଦ୍ର୍ୟ ଦୂରୀକରଣ, ଭାରତ ବି.ଏମ୍‌. ଜି.ଏଫ୍‌ର ନିର୍ଦ୍ଦେଶକ ଶ୍ରୀ ଅଲକେଶ ୱାଧ୍‌ୱାନୀ, ଗ୍ଲୋବାଲ୍‌ ଗ୍ରୋଥ୍‌ ଓ ଅପରଚୁନିଟିର, ବି.ଏମ୍‌.ଜି.ଏଫ୍‌ର ଅଧ୍ୟକ୍ଷ ଶ୍ରୀ ରୋଜର, ସାଉଥ୍‌ ଆଣ୍ଡ ସାଉଥ୍‌ଇଷ୍ଟ ଏସିଆ, ବି.ଏମ୍‌. ଜି.ଏଫ୍‌ର ନିର୍ଦ୍ଦେଶକ ଶ୍ରୀ ହରି ମେନନ୍‌ ମଧ୍ୟ କୃଷି ଭବନ ମଧ୍ୟ ପରିଦର୍ଶନ କରିଥିଲେ । ରାଜ୍ୟରେ କୃଷକଙ୍କ ଆୟବୃଦ୍ଧି, ପୁଷ୍ଟି ନିରାପତ୍ତା ଓ ଜଳବାୟୁ ସହନୀଶୀଳତାକୁ ଉନ୍ନତ କରିବା ନିମନ୍ତେ ୨୦୧୭ ମସିହାରୁ ଓଡ଼ିଶା ସରକାର ଏହି ଫାଉଣ୍ଡେସନ୍‌ ସହିତ ଅଂଶୀଦାର ଭାବେ କାର୍ଯ୍ୟକାରି ଆସୁଛନ୍ତି । ଏହି ଭାଗୀଦାରିତା ଯୋଗୁଁ ଓଡ଼ିଶା ଡିଜିଟାଲ୍‌ ପବ୍ଲିକ୍‌ ଭିିତ୍ତିଭୂମିରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ରାଜ୍ୟ ସରକାର ‘କୃଷକ ଓଡ଼ିଶା’ ଡାଟାବେସ, ‘ଗୋ-ସୁଗମ ପୋର୍ଟାଲ’ ଓ ‘ଆମ କୃଷି’ ସମ୍ପ୍ରସାରଣ ପଦ୍ଧତି ସମେତ ବହୁ କୃଷକ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ଫାଉଣ୍ଡେସନ୍‌ର ସହାୟତାରେ ରାଜ୍ୟ ସରକାର ମକାମଣ୍ଡି ଓ କୃଷକ ଉପିାଦକ କମ୍ପାନୀ ପ୍ରକଳ୍ପ ମାଧ୍ୟମରେ ଫସଲ ବିବିଧିକରଣକୁ ସଫଳତାର ସହିତ କାର୍ଯ୍ୟକାରୀ କରିପାରିଛନ୍ତି । ସଂପ୍ରତି ଏହି ପ୍ରୟାସଗୁଡ଼ିକ ସମଗ୍ର ରାଜ୍ୟରେ ତ୍ୱରାନ୍ୱିତ କରାଯାଇଛି ।

ବିଲ୍‌ଗେଟ୍‌ସଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ଦଳକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ଃ ଅରବିନ୍ଦ କୁମାର ପାଢ଼ୀ, ମସି୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉପିାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ସ୍ୱାଗତ ଜଣାଇଥିଲେ । ଏହା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ଓଡ଼ିଶାର ଡିଜିଟାଲ ପବ୍ଲିକ ଇନ୍‌ଫ୍ରାଷ୍ଟକଚର ତଥା- ଭାରତର କୃଷିରେ ପ୍ରଥମ କେନ୍ଦ୍ରୀକୃତ ସନ୍ନିରୀକ୍ଷଣ ପଦ୍ଧତି କୃଷି ସମୀକ୍ଷା କେନ୍ଦ୍ରକୁ ପ୍ରତିନିଧି ଦଳ ପରିଦର୍ଶନ କରିଥିଲେ । କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ରୋଗପୋକ ପରିଚାଳନା, ଡିଜିଟାଲ୍‌ ସମ୍ପ୍ରସାରଣ, ଅନ୍‌କଲ କୃତି୍ରମ ପ୍ରଜନନ ଓ ଯୋଜନା ସମ୍ପାଦନ ସହିତ ଡିଜିଟାଲ ପ୍ରଣାଳି ମାଧ୍ୟମରେ କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଭାବଶାଳୀ ଯୋଜନା ଓ ସେବା ପ୍ରଯୁକ୍ତିକୁ ରାଜ୍ୟ ସରକାର କିଭଳିି କୃଷକଙ୍କ ହିତରେ ବିନିଯୋଗ କରିବା ଦିଗରେ ସକ୍ଷମ ହୋଇଛନ୍ତି, ସେ ସମ୍ବନ୍ଧରେ ପ୍ରଦର୍ଶନ କରାଯାଇଥିଲା ।

ରାଜ୍ୟରେ ଡିଜିଟାଲ କୃଷିର ଭବିଷ୍ୟତ ପାଇଁ ଦୂରଦର୍ଶୀ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଓଡ଼ିଶା କୃଷି, ପ୍ରାଣୀସମ୍ପଦ, ମସି୍ୟ ଉପିାଦନ କ୍ଷେତ୍ରରେ ଏକ ଏଣ୍ଡ-ଟୁ-ଏଣ୍ଡ ଟେକ୍‌ନୋଲୋଜି କାର୍ଯ୍ୟକାରୀ କରିବାରେ ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ଉଭା ହେବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ପ୍ରଦର୍ଶନରେ ଉସିାହିତ ହୋଇ ବିଲ୍‌ ଗେଟ୍‌ସ୍‌ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଏହା ପରେ ବିଭାଗ ଦ୍ୱାରା ସ୍ଥାପିତ ଡିଜିଟାଲ ପବ୍ଲିକ ଭିତ୍ତିଭୂମି ମାଧ୍ୟମରେ ସେମାନଙ୍କ ଆୟ ଓ କୃଷି ପଦ୍ଧତିରେ ଅଭିବୃଦ୍ଧି ଘଟାଇଥିବା ଦୁଇଜଣ ସଫଳ ମହିଳା କୃଷକଙ୍କ ସହିତ ବିଲ୍‌ ଗେଟସ କଥାବାର୍ତ୍ତା ହୋଇଥିଲେ । ବି.ଏମ୍‌.ଜି.ଏଫ୍‌. ପ୍ରତିନିଧି ଦଳ କୃଷି ଭବନରେ ମିଲେଟ୍‌ କାଫେ, ପରିଦର୍ଶନ କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ଃ ପାଢ଼ୀ ଏବଂ କୃଷି ଓ ଖାଦ୍ୟ ଉପିାଦନ ନିର୍ଦ୍ଦେଶକ, ଶ୍ରୀ ଚୌଧାରୀ ଓଡ଼ିଶା ମିଲେଟସ୍‌ ମିଶନର ସଫଳ କାହାଣୀ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହା ରାଜ୍ୟର ଜନଜାତି ସମ୍ପ୍ରଦାୟଙ୍କ ଜୀବନଜୀବିକାରେ କିପରି ଉନ୍ନତି ଆଣିପାରିଛି ସେ ବିଷୟରେ ଶ୍ରୀ ଗେଟ୍‌ସ୍‌ଙ୍କୁ ଅବଗତ କରାଇଥିଲେ । ଉଭୟ ସରକାର ଏବଂ ଫାଉଣ୍ଡେସନ୍‌ କୃଷକଙ୍କ ହିତ ପାଇଁ ଏହି ସହଭାଗିତା ଅବ୍ୟାହତ ରଖିବା ନିମନ୍ତେ ଆଗ୍ରହ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking