29.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଆଜି ହେବ ମୋଦି-ବାଇଡେନଙ୍କ ଦ୍ବିପାକ୍ଷିକ ଆଲୋଚନା

ଆଜି ହେବ ମୋଦି-ବାଇଡେନଙ୍କ ଦ୍ବିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ : ଆସନ୍ତାକାଲିଠୁ ଆରମ୍ଭ ହେବ ଜି-୨୦ ଶିଖର ସମ୍ମିଳନୀ । ଏଥିରେ ଯୋଗ ଦେବାକୁ ଭାରତ ଗସ୍ତରେ ବାହାରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆଜି ସନ୍ଧ୍ୟା ୭ଟା ବେଳେ ସେ ଦିଲ୍ଲୀରେ ପହଞ୍ଚିବେ । ବାଇଡେନଙ୍କୁ ସ୍ବାଗତ ପାଇଁ ବିରାଟ ପ୍ରସ୍ତୁତି କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦି-ବାଇଡେନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ରହିଛି। ରାତି ୮ଟା ବେଳେ ଦୁଇ ରାଷ୍ଟ୍ର ନେତାଙ୍କ ଭିତରେ ସାକ୍ଷାତ ଆଲୋଚନା ହେବ । ଗତ ଜୁନ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ସମୟରେ ମଧ୍ୟ ଭାରତ-ଆମେରିକା ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା। ୪ ମାସ ଭିତରେ ଦ୍ବିତୀୟ ଥର ପାଇଁ ନରେନ୍ଦ୍ର ମୋଦି- ଜୋ ବାଇଡେନ୍ ଆଲୋଚନା କରିବେ। କେଉଁ ପ୍ରସଙ୍ଗ ଉପରେ ଆଲୋଚନା ହେବା ତା ଉପରେ ସମସ୍ତଙ୍କ ନଜର ରହିଛି। ଆମେରିକା ନ୍ୟାସନାଲ ସିକ୍ୟୁରିଟ୍ କାଉନସିଲର କୋର୍ଡିନେଟର ଜନ୍ କିର୍ବି କହିଛନ୍ତି, ଜି-୨୦ ସମ୍ମିଳନୀର ଏଜେଣ୍ଡା ଉପରେ ହେବ କଥାବାର୍ତ୍ତା। ଏହାସହ ଜି-୨୦ ଦେଶ ସମୁହ ମଧ୍ୟରେ ଅର୍ଥନୈତିକ ସହଯୋଗ, ଜଳବାୟୁ ପରିବର୍ତ୍ତନ, କ୍ଲିନ୍ ଏନର୍ଜୀ ସହ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠିପାରେ ବୋଲି ଜନ୍ କିର୍ବି କହିଛନ୍ତି। ସେପଟେ ଜି-୨୦ ଶିଖର ସମ୍ମିଳନୀ ଏଥିପାଇଁ ତୟାର ଦିଲ୍ଲୀର ପ୍ରଗତି ମୈଦାନ । ସଜେଇ ହୋଇଛି ସାରା ରାଜଧାନୀ । ବିଶ୍ବର ବହୁ ରାଷ୍ଟ୍ର ନେତା ଓ ଅତିଥିଙ୍କୁ ସ୍ବାଗତ ପାଇଁ ଦିଲ୍ଲୀ ସମ୍ପୂର୍ଣ୍ଣ ପ୍ରସ୍ତୁତ । ବହୁ ଅତିଥି ପହଞ୍ଚିଲେଣି । ଆଜି ଆସିବେ ବହୁ ଶକ୍ତିଶାଳୀ ରାଷ୍ଟ୍ର ନେତା । ଏମାନଙ୍କ ଭିତରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ। ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନୀ ଆଲବାନିଜ୍, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ତୁର୍କୀ ରାଷ୍ଟ୍ରପତି ତଇପ ଏର୍ଡୋଗାନ୍, ବାଂଲାଦେଶ ରାଷ୍ଟ୍ରପତି ଶେଖ ହସିନାଙ୍କ ଭଳି ରାଷ୍ଟ୍ର ନେତା ଆଜି ଦିଲ୍ଲୀରେ ପହଞ୍ଚିବେ । ସେମାନଙ୍କୁ ସ୍ବାଗତ କରିବା ପାଇଁ ଗ୍ରାଣ୍ଡ ଆୟୋଜନ କରାଯାଇଛି । ସ୍ବାଗତ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ସରକାର ଦାୟିତ୍ବ ଦେଇଛନ୍ତି ।ଆସନ୍ତାକାଲି ଭାରତ ଆସିବେ ଜର୍ମାନୀ ଚାନ୍ସେଲର ଓଲାଫ ସ୍କୋଲଜ, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ ପ୍ରମୁଖ । ଦୁଇ ଦିନ ଧରି ଚାଲିବାକୁ ଥିବା ଜି-୨୦ ସମ୍ମିଳନୀରେ ବିଶ୍ବର ପ୍ରମୁଖ୨୦ଟି ରାଷ୍ଟ୍ର ନେତା ଯୋଗଦେବେ । ଏମାନଙ୍କ ସହ ନମନ୍ତ୍ରିତ ଦେଶର ଅତିଥି ବି ଆସୁଛନ୍ତି । ଏଥର ଚୀନ୍ ରାଷ୍ଟ୍ରପତି ଜିନପିଙ୍କ ଓ ରୁଷ ରାଷ୍ଟ୍ରପତି ପୁଟିନ୍ ଜି-୨୦ରେ ଯୋଗ ଦେଉ ନାହାନ୍ତି । ଜି-୨୦ ବୈଠକରେ ଅର୍ଥନୀତି, ପରିବେଶ, ଜଳବାୟୁ ପରିବର୍ତ୍ତନ, ଭିତ୍ତିଭୂମି, ସ୍ଥାୟୀ ବିକାଶ, ଶିକ୍ଷା ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଏଥିସହ ରୁଷ-ୟୁକ୍ରେନ୍ ଯୁଦ୍ଧ ଓ କରୋନା ମହାମାରୀ ପ୍ରଭାବ ନେଇ ବି ହୋଇପାରେ ଆଲୋଚନା । ଜି-୨୦ ପାଇଁ ସୁରକ୍ଷା ବଳୟରେ ରହିଛି ସାରା ଦିଲ୍ଲୀ । ଚାରିଆଡ଼େ ହାଇଆଲର୍ଟ । ସୁରକ୍ଷାରେ ମୁତୟନ ହୋଇଛନ୍ତି ୫୦ ହଜାର ଯବାନଙ୍କ ସମେତ ଦେଢ଼ ଲକ୍ଷ ସୁରକ୍ଷାବାହୀନି । ବିଭିନ୍ନ ସ୍ଥାନରେ ମିସାଇଲ ଫାଇଟର ଜେଟ୍ ଦ୍ବାରା ନଜର ରଖିବ ବାୟୁସେନା । ସାରା ଦିଲ୍ଲୀକୁ ନୋ ଫ୍ଲାଇଂ ଜୋନରେ ପରିଣତ କରାଯାଇଛି । ଟ୍ରାଫିକ କଟକଣା ବି ଜାରି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking