ଗଞ୍ଜାମ: ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧୀନ ମାଣପୁର- ବାଲିସାହି ରାସ୍ତାରେ ଏକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ବାରୁଡା ପଞ୍ଚାୟତ ଅଧିନ ବିଲିପଡା ଗ୍ରାମର ବୋଲି ଜଣାପଡିଛି । ସେ ବାଲିସାହିକୁ ଏକ ଭୋଜି କାର୍ଯ୍ୟକୁ ଯୋଗଦେବାକୁ ଯାଇଥିଲେ । ଏହି ସମୟରେ ମାଣପୁର ନିକଟରେ ଏକ ଅଜଣା ଗାଡି ଧକ୍କା ଦେବାରୁ ପାଖରେ ଥିବା ଗଛରେ ପିଟି ହୋଇ ଯାଇଥିବା ପପରିବାର ଲୋକ ଥାନାରେ ଅଭିଯୋଗ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଛନ୍ତି । ଏହାପରେ ପୋଲିସ ଏକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ତଦନ୍ତ ଆରମ୍ଭ କରିଛି ।










