17.1 C
Bhubaneswar
Wednesday, February 4, 2026
Homeଓଡିଶାବାଇକ୍‌-ସ୍କୁଟି ଧକ୍କା, ୩ ମୃତ

ବାଇକ୍‌-ସ୍କୁଟି ଧକ୍କା, ୩ ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଚାନ୍ଦପଶି-ପଣ୍ଡାପଡ଼ା ରାସ୍ତାର ସାରୁପାଟ ନିକଟରେ ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ୩ ଜଣ ହେଲେ ଅସନବାହାଳୀ ଗ୍ରାମର ମାୟାଧର ବାରିକଙ୍କ ପୁଅ ଦୁଃଶାସନ ବାରିକ (୪୦), ବଳଭଦ୍ରପୁର ଗ୍ରାମର ପ୍ରତାପ ସେନାପତିଙ୍କ ପୁଅ ଲକ୍ଷ୍ମଣ ସେନାପତି (୨୫) ଏବଂ ସେହି ଗ୍ରାମର ଜଗର ଦଳେଇଙ୍କ ପୁଅ ମନୋଜ କୁମାର ଦଳେଇ (୧୯)। ଗୁରୁତର ଦ୍ୱୟ ପଣ୍ଡାପଡ଼ା ଥାନା ଅଞ୍ଚଳ ବଳଭଦ୍ରପୁର ଗ୍ରାମର ହିରଣ୍ୟ ନାଏକଙ୍କ ପୁଅ ରାଜା ନାଏକ ଓ ଏହି ଥାନା ଅନ୍ତର୍ଗତ ଅସନବାହାଳି ଗ୍ରାମର ବୈରାଗୀ ନାଏକଙ୍କ ପୁଅ ରାହୁଲ ନାଏକ ବୋଲି ଜଣାପଡ଼ିଛି। ଗୁରୁତର ଦ୍ୱୟଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ବାଇକ ଓ ସ୍କୁଟିକୁ ଜବତ କରିଛନ୍ତି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ନାଏକ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking