32.1 C
Bhubaneswar
Saturday, October 19, 2024
Homeଓଡିଶାଟ୍ରକ୍‌କୁ ଧକ୍କା ଦେଲା ବାଇକ, ୧ ମୃତ

ଟ୍ରକ୍‌କୁ ଧକ୍କା ଦେଲା ବାଇକ, ୧ ମୃତ

ରମ୍ଭା: ରମ୍ଭା ଥାନା ଅଞ୍ଚଳରେ ଦିନକୁ ଦିନ ବଢୁଛି ଦୁର୍ଘଟଣା । ଗାଡ଼ିଚାଳକମାନଙ୍କ ଦାୟିତ୍ୱହୀନତା ଯୋଗୁଁ ବା ରାସ୍ତାକଡ଼ରେ ଗାଡ଼ିମୋଟର ପାର୍କିଂ କରିବା ଯୋଗୁଁ ନିୟମିତ ବ୍ୟବଧାନରେ ଏଠାରେ ଛୋଟବଡ଼ ଦୁର୍ଘଟଣାମାନ ଘଟି ଅନେକ ମୃତାହତ ହେଉଛନ୍ତି । ସୋମବାର ସନ୍ଧ୍ୟାରେ ଏଭଳି ଏକ ଦୁର୍ଘଟଣା ଘଟି ଜଣେ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ହେଉଛନ୍ତି ଏକ୍ସଲ ବାଇକ ଚାଳକ ତଥା ଗୌରାଙ୍ଗପାଟଣା ଗ୍ରାମର ଯୁବକ ମାନସ ବେହେରା । ଗତ ସୋମବାର ସନ୍ଧ୍ୟାରେ ମାନସ ତାଙ୍କ ବାପା ଯାଦବ ବେହେରାଙ୍କ ଏକ୍ସଲ (ନଂ-ଓଡ଼ି-୦୭-ଏକ୍ୟୁ-୩୬୨୬)ରେ ମାଛ କ୍ରୟ କରିବା ପାଇଁ ପୁରୀ ଜିଲ୍ଲାର ଜହ୍ନିକୁଦା ଯାଉଥିଲେ ।

ଏହି ସମୟରେ ଚାରିଛକ ନିକଟସ୍ଥ ଆର.ଡ଼ି ରାସ୍ତା ବାମପଟ ପାଶ୍ୱର୍ରେ ଦୀର୍ଘ ସମୟ ଧରି ରାସ୍ତା ଉପରେ ଛିଡା ହୋଇଥିବା ଏକ ଟ୍ରକ୍ (ନଂ-ଓଆର-୦୧-ଡ଼ି-୧୪୩୧)କୁ ମାନସଙ୍କ ଏକ୍ସଲ ଗାଡ଼ି ପଛପଟୁ ପିଟି ଦେଇଥିଲା । ଫଳରେ ବାଇକ ଚାଳକ ମାନସ ଗୁରୁତର ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କୃଷ୍ଣପ୍ରସାଦ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ଡାକ୍ତର ମାନସଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ବାପା ଯାଦବ କୃଷ୍ଣପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କୃଷ୍ଣପ୍ରସାଦ ପୁଲିସ ଏକ ମାମଲା ରୁଜୁ କରିବା ସହ ଏହାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

ମୃତକଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ମାଛ ବିକିଲେ ପରିବାର ଚଳେ । ବୃଦ୍ଧ ଯାଦବଙ୍କ ପରିବାର କହିଲେ ଗୋଟିଏ ଝିଅ, ବୃଦ୍ଧା ସ୍ତ୍ରୀ ଓ ତାଙ୍କ ବଡ଼ ପୁଅ ମାନସ । ମାନସ ଯାହା ମାଛ ବେପାର କରି ଯାହା ଆଣନ୍ତି ସେଥିରେ ତାଙ୍କ ପରିବାର ଚଳିବା ସହ ଘରର ଋଣ ସୁଝେ । ତେବେ ଏକମାତ୍ର ରୋଜଗାରିଆ଼ ପୁଅ ମାନସଙ୍କ ଅକାଳ ମୃତ୍ୟୁକୁ ନେଇ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ଯାଦବଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି । ରାସ୍ତା କଡରେ ଦୀର୍ଘ ଦିନ ଧରି ଦୁର୍ଘଟଣାଗ୍ରସ୍ତ ଟ୍ରକଟି ଅଟକି ରହିଥିବା ଯୋଗୁଁ ଗାଡି ମୋଟର ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୃଷ୍ଣପ୍ରସାଦ ଅଞ୍ଚଳବାସୀ । ତୁରନ୍ତ ପୁଲିସ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking