17.1 C
Bhubaneswar
Wednesday, February 4, 2026
Homeଓଡିଶାପୋଲ ତଳକୁ ଖସିଲା ବାଇକ୍‌; ୨ ଯୁବକ ମୃତ

ପୋଲ ତଳକୁ ଖସିଲା ବାଇକ୍‌; ୨ ଯୁବକ ମୃତ

ଓଡ଼ଗାଁ: ପୋଲ ତଳକୁ ଖସିଲା ବାଇକ୍‌। ଚାଲିଗଲା ୨ ଯୁବକଙ୍କ ଜୀବନ। ନୟାଗଡ଼ା ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ତୋଡ଼ିଗାଡିଆ ଠାରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକ ହେଲେ ଗିରିଡ଼ିପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଧଝୋଲା ଗ୍ରାମର ଫକିର ନାୟକ ( ୪୫) ଓ ରାଜେନ୍ଦ୍ର ନାୟକ ଓରଫ ଟୁକୁ (୪୦)। ଦୁହେଁ ସୋମବାର ରାତିରେ ବେରୁହାଁବାରୀ ପଞ୍ଚାୟତର ବେଲଦୁଆରରୁ ବାଇକ୍ ଯୋଗେ ନିଜ ଗାଆଁକୁ ଫେରୁଥିବା ବେଳେ ତୋଡ଼ିଗାଡିଆ ପୋଲଠାରେ ଭାରସାମ୍ୟ ହରାଇ ବାଇକ୍ ସହ ତଳକୁ ଖସି ପଡ଼ିଥିଲେ। ମଙ୍ଗଳବାର ସକାଳୁ ଖବରପାଇ ବାହାଡାଝୋଲା ଫାଣ୍ଡି ଅଧିକାରୀ ଓ ଓଡ଼ଗାଁ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଓଡ଼ଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ ଡାକ୍ତର ଦୁଇ ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ଏ ସଂକ୍ରାନ୍ତରେ ଓଡ଼ଗାଁ ଆଦର୍ଶ ଥାନା ପକ୍ଷରୁ କେସ୍ ନଂ ୩୬୬/୨୦୨୫ରେ ଗୋଟିଏ ଦୁର୍ଘଟଣା ଜନିତ ମାମଲା ରୁଜୁ ହୋଇଛି। ଅନ୍ୟପଟେ ଦୁଇଯୁବକଙ୍କ ମୃତଦେହ ଗାଁ ଶ୍ମଶାନରେ ସତ୍କାର କରାଯାଇଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking