ପାଟନା : ବିହାରର ଔରଙ୍ଗାବାଦରେ ସିଲିଣ୍ଡର ବିସ୍ଫୋରଣ। ଏହି ଘଟଣାରେ ୨୫ରୁ ୩୦ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅନେକ ଗୁରୁତର ରହିଛନ୍ତି। ରାତି ୨.୩୦ ମିନିଟ୍ ସମୟରେ ଏହି ଭୟାବହ ଦୁର୍ଘଟଣା ଘଟିଛି। ସିଲିଣ୍ଡର ବିସ୍ଫୋରଣର ସୂଚନା ପାଇଥିବା ପୋଲିସ ଦଳର ୭ ଜଣ କର୍ମଚାରୀ ମଧ୍ୟ ନିଆଁ ଲିଭାଇବା ପ୍ରକ୍ରିୟାରେ ଜଳିଯାଇଛନ୍ତି। ସମସ୍ତ ଆହତଙ୍କୁ ତୁରନ୍ତ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି। ଔରଙ୍ଗାବାଦର ଶାହାଗଞ୍ଜ ଅଞ୍ଚଳରେ ଥିବା ଆପାର୍ଟମେଣ୍ଟରେ ଅନିଲ ଗୋସ୍ୱାମୀଙ୍କ ଘରେ ଛଟ ପୂଜା ପାଇଁ ପ୍ରସାଦ ତିଆରି କରାଯାଉଥିଲା। ଛଟ୍ ପୂଜା ପାଇଁ ତାଙ୍କ ଘଣକୁ ଅନେକ ବନ୍ଧୁ ବାନ୍ଧବ ମଧ୍ୟ ଆସିଥିଲେ। ପ୍ରସାଦ ତିଆରି ସମୟରେ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହେତୁ ଘରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ମାତ୍ରେ ପଡୋଶୀ ଲୋକମାନେ ମଧ୍ୟ ନିଆଁ ଲିଭାଇବାକୁ ପହଞ୍ଚିଥିଲେ। ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହି ସମୟରେ ସୂଚନା ପାଇବା ପରେ ନଗର ପୋଲିସ ଷ୍ଟେସନର ପାଟ୍ରୋଲିଂ ଟିମ୍ ମଧ୍ୟ ସେଠାରେ ପହଞ୍ଚି ପୋଲିସ କର୍ମଚାରୀମାନେ ନିଆଁ ଲିଭାଇବାକୁ ଚେଷ୍ଟା ଆରମ୍ଭ କରିଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା ଯେଉଁଥିରେ ୭ ଜଣ ପୋଲିସ କର୍ମଚାରୀଙ୍କ ସମେତ ମୋଟ ୨୫ ଜଣ ଲୋକ ଜଳି ଯାଇଥିଲେ। ସେମାନଙ୍କର ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।