23.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶବିହାର ମନ୍ତ୍ରିମଣ୍ଡଳର ସଂପ୍ରସାରଣ : କ୍ୟାବିନେଟରେ ସାମିଲ ହେଲେ ୭ ବିଜେପି ମୁହଁ

ବିହାର ମନ୍ତ୍ରିମଣ୍ଡଳର ସଂପ୍ରସାରଣ : କ୍ୟାବିନେଟରେ ସାମିଲ ହେଲେ ୭ ବିଜେପି ମୁହଁ

ପାଟଣା: ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ବୁଧବାର   କ୍ୟାବିନେଟର ସଂପ୍ରସାରଣ କରିଛନ୍ତି । ସଞ୍ଜୟ ସାରୋଗୀ, ସୁନୀଲ କୁମାର, ଜୀବେଶ ମିଶ୍ର, ମୋତିଲାଲ ପ୍ରସାଦ, କ୍ରିଷନ କୁମାର ମଣ୍ଟୁ, ରାଜୁ କୁମାର ସିଂହ ଏବଂ ବିଜୟ କୁମାର ମଣ୍ଡଳଙ୍କ ସମେତ ସାତ ଜଣ ବିଜେପି ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସାତ ଜଣ ବିଜେପି ବିଧାୟକ ଙ୍କୁ ବିହାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ଶପଥ ପାଠ କରାଇଛନ୍ତି। ପୂର୍ବରୁ, ବିହାର ରାଜସ୍ୱ ମନ୍ତ୍ରୀ ଏବଂ ବିଜେପି ରାଜ୍ୟ ସଭାପତି ଦିଲୀପ ଜୟସୱାଲ ଦଳର “ଗୋଟିଏ ବ୍ୟକ୍ତି, ଗୋଟିଏ ପଦବୀ” ନୀତିକୁ ଉଦ୍ଧୃତ କରି ତାଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଘୋଷଣା କରିଥିଲେ । ଜୟସୱାଲ କହିଛନ୍ତି “ମୁଁ ରାଜସ୍ୱ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛି । ‘ଗୋଟିଏ ବ୍ୟକ୍ତି, ଗୋଟିଏ ପଦବୀ’ ହେଉଛି ସେହି ନୀତି ଯାହା ଉପରେ ଦଳ କାମ କରେ । ମୁଁ କୃତଜ୍ଞ ଯେ କେନ୍ଦ୍ରୀୟ ନେତୃତ୍ୱ ମୋତେ ଦଳର ରାଜ୍ୟ ୟୁନିଟର ଦାୟିତ୍ୱ ଦେଇଛନ୍ତି,” ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking